Mao Surrendered / ମାଓ ମୁକ୍ତ ଅଞ୍ଚଳ ହେଲା କୋରାପୁଟ ଜିଲ୍ଲା। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହଙ୍କ ସୂଚନା
·5 months ago·2 min read

Key Points
ମାଓ ମୁକ୍ତ ଅଞ୍ଚଳ ହେଲା କୋରାପୁଟ ଜିଲ୍ଲା
ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହଙ୍କ ସୂଚନା
ମହିଳା ମାଓବାଦୀ ମମତା ପୋଡିଆମି କଲା ଆତ୍ମ ସମର୍ପଣ

ଆଜିଠୁ ମାଓ ମୁକ୍ତ ଅଞ୍ଚଳ ହେଲା କୋରାପୁଟ ଜିଲ୍ଲା। ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କନଓ୍ୱର ବିଶାଳ ସିଂହ ଦେଲେ ସୂଚନା। ସେପଟେ ACM ରାଙ୍କର ଜଣେ ମହିଳା ମାଓବାଦୀ ମମତା ପୋଡିଆମି କୋରାପୁଟ ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛି। ନିଜ ବନ୍ଧୁକ ସହ ଆତ୍ମସମର୍ପଣ କରିଛନ୍ତି ମମତା ପଡିଆମୀ । ତାଙ୍କ ଠାରୁ ଟିଫିନ ବୋମା ସହି ଅଫୁଟା ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ଗଣତାନ୍ତ୍ରିକ ପ୍ରକ୍ରିୟାରେ ବିଶ୍ୱାସ କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଆତ୍ମସମର୍ପଣ କରିଛନ୍ତି ବୋଲି କହିଛନ୍ତି ମମତା। ଆତ୍ମସମର୍ପଣ କରିଥିବା ମାଓବାଦୀ ମମତାଙ୍କ ଘର ଛତିଶଗଡ଼ରେ।
ସାରା ଦେଶରେ ଖସୁଛି ମାଓବାଦୀଙ୍କ ଗ୍ରାଫ। ୮କୁ ଖସିଲା ମାଓ ପ୍ରବଣ ଜିଲ୍ଲା। ଛତିଶଗଡ଼ର ୬ଟି ଜିଲ୍ଲା, ଝାଡ଼ଖଣ୍ଡର ଗୋଟିଏ ଜିଲ୍ଲା ମାଓପ୍ରବଣ। ଓଡ଼ିଶାର କେବଳ କନ୍ଧମାଳ ଜିଲ୍ଲା ମାଓ ପ୍ରଭାବିତ ରହିଛି । ସେପଟେ ମାଲକାନଗିରିରେ ଏରିଆ କମିଟି ମେମ୍ବର ସୁଖରାମ ମର୍କମ କଲା ଆତ୍ମସମର୍ପଣ। ଦୀର୍ଘ ବର୍ଷ ଧରି ମାଓ ସଂଗଠନ ରେ କାର୍ଯ୍ୟ କରୁଥିଲା ସୁଖରାମ ।
ସେପଟେ ଗତ କିଛିଦିନ ତଳେ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓ ବାଦୀଙ୍କ ମଧ୍ୟରେ ହୋଇଥିଲା ବଡ଼ ଧରଣା ଏନ କାଉଣ୍ଟର। ଏନକାଉଣ୍ଟରରେ ଟଳିଲେ ୧୫ ମାଓବାଦୀ। ଏମାନଙ୍କ ମଧ୍ୟରେ ୧ କୋଟି ପୁରସ୍କାର ଘୋଷଣା ହୋଇଥିବା ଜଣେ କୁଖ୍ୟାତ ମାଓନେତା ଅନଲଦା ବି ନିହତ ହୋଇଥିଲା।
ମାଓ ବାଦୀ କେତେବେଳେ ରାସ୍ତାବନ୍ଦ କରୁଥିଲେ ତ କେତେବେଳେ ସ୍କୁଲ ଖୋଲିବାକୁ ଖୋଲାଖୋଲି ମନା କରୁଥିଲେ । ରୋଗୀ ସେବା ପାଇଁ ହସ୍ପିଟାଲ ନିର୍ମାଣରେ ସେମାନେ ବାଧା ଉପୁଜାଉଥିଲେ । ଡାକ୍ତରମାନଙ୍କୁ ଧମକ ଦେବା ସହ ଅନେକ ସ୍ଥାନରେ ମୋବାଇଲ ଟାଓ୍ବାର ଉଡାଇ ଦେଉଥିଲେ । କିନ୍ତୁ ସେମାନେ ଏବେ ହିଂସା ଛାଡି ନୂଆ ବିକାଶ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ଅପହଞ୍ଚ ଇଲାକାକୁ ଯୋଡୁଛି ରାସ୍ତା । ସ୍କୁଲ ଓ ହସ୍ପିଟାଲ ନିର୍ମାଣ ଦ୍ବାରା ସ୍ଥାନୀୟ ଅଂଚଳର ଶିଶୁମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି ବୋଲି କହିଛନ୍ତି ବୁଦ୍ଧିଜୀବୀ। ଏବେ ମାଓବାଦୀଙ୍କୁ ନିସ୍ତାର ନାହିଁ । କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବା ପରେ ଏବେ ବଡ଼ ବଡ଼ ନକ୍ସଲ କମାଣ୍ଡର ଆତ୍ମସମର୍ପଣ ମଧ୍ୟ କରୁଛନ୍ତି । କାହିଁକି ନା ସେମାନେ ଜାଣିସାରିଛନ୍ତି , ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ । କେନ୍ଦ୍ର ସରକାରଙ୍କ ନକ୍ସଲଙ୍କ ବିରୋଧରେ କଡା ଆଭିମୁଖ୍ୟ ରହିଥିବାରୁ ଏବେ ମାଓବାଦୀ ଶେଷ ନିଶ୍ବାସ ନେଉଛନ୍ତି । ପ୍ରତିଟି ନକ୍ସଲ ଅପରେସନକୁ ମିଳୁଛି ବଡ଼ ସଫଳତା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories