କୋରାପୁଟରେ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ

କୋରାପୁଟରେ କେନ୍ଦ୍ରୀୟ ଯୋଜନାର ସଫଳ ରୂପାୟନ । ଶ୍ରେଷ୍ଠ ଜିଲ୍ଲା ପୁରସ୍କାର ହାତେଇଲା କୋରାପୁଟ । କେନ୍ଦ୍ର ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାରେ ଉଲ୍ଲେଖନୀୟ ଉନ୍ନୟନ କାର୍ଯ୍ୟ ଓ ଯୋଜନାର ସଫଳ ରୁପାୟନ ପାଇଁ କୋରାପୁଟ ଜିଲ୍ଲାପାଳ ଭି କୀର୍ତି ୱାସନ ପାଇଲେ ପ୍ରଧାନମନ୍ତ୍ରୀ ଏକ୍ସଲେନସ୍ -୨୦୨୫ ପୁରସ୍କାର । 'ଜିଲ୍ଲାଗୁଡ଼ିକର ସମଷ୍ଟିଗତ ବିକାଶ' ବର୍ଗରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସ୍ୱୀକୃତି ମିଳିଛି । ଏହି ପୁରସ୍କାର ପାଇବାପରେ ଜିଲ୍ଲାର ସମସ୍ତ ଲୋକପ୍ରତିନିଧି ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Extremely honored to receive the ‘PM Awards for Excellence in Public Administration’ from Hon'ble Prime Minister of India, Shri @narendramodi sir, on behalf of Team Koraput.
— Keerthi Vasan IAS (@keerthi_ias) April 21, 2025
Many congratulations and best wishes to all the officials and citizens of Koraput.#civilservicesday2025 pic.twitter.com/Ofh34pvZ6V
ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଅନୁଷ୍ଠିତ ସିଭିଲ ସର୍ଭିସେସ୍ ଦିବସ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜିଲ୍ଲାପାଳଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାପାଳ ପ୍ରଧାନମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ପୁରସ୍କାରର ଲକ୍ଷ୍ୟ ଶାସନରେ ଉତ୍କର୍ଷତା ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଏବଂ କୋରାପୁଟ ଜିଲ୍ଲାର ଚୟନ ସାମଗ୍ରିକ ବିକାଶ ପ୍ରତି ଏହାର ପ୍ରତିବଦ୍ଧତାର ପ୍ରମାଣ ।
ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ନେତୃତ୍ୱରେ, କୋରାପୁଟ ଜିଲ୍ଲା ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଯେପରିକି ଜିଲ୍ଲା ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଭିତ୍ତିଭୂମି ବିକାଶ ସମେତ ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ବିଭିନ୍ନ ପଦକ୍ଷେପ ସେ କାର୍ଯ୍ୟକାରୀ କରିଛନ୍ତି । ଜିଲ୍ଲାପ୍ରଶାସନ ସେବା ପ୍ରଦାନ ଏବଂ ନାଗରିକଙ୍କ ସମ୍ପୃକ୍ତିକୁ ଉନ୍ନତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମେତ ଅଭିନବ ଶାସନ ମଡେଲଗୁଡ଼ିକୁ କାର୍ଯ୍ୟକାରୀ ହୋଇପାରିଛି ।
ଜିଲ୍ଲାପାଳ ୨୦୧୮ ବ୍ୟାଚର ଜଣେ ଆଇଏଏସ୍ ଅଧିକାରୀ । ତାଙ୍କର ସମ୍ପ୍ରତି ବଦଳି ଏବଂ ପୋଷ୍ଟିଂ ପରଠାରୁ ସେ କୋରାପୁଟ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ, ସେ ଗଞ୍ଜାମର ଜିଲ୍ଲା ପରିଷଦର ସିଡିଓ-କମ-ଇଓ ଭାବରେ କାର୍ଯ୍ୟ କରିଥିଲେ। ସାର୍ବଜନୀନ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ହେଉଛି ସାମଗ୍ରିକ ବିକାଶ ପ୍ରତି କୋରାପୁଟ ଜିଲ୍ଲାର ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱୀକୃତି । ଏହି ପୁରସ୍କାର କେବଳ ଜିଲ୍ଲା ପାଇଁ ଗର୍ବ ଆଣିବ ନାହିଁ ବରଂ ଜିଲ୍ଲା ପ୍ରଶାସନ ଦ୍ୱାରା କରାଯାଉଥିବା ଅସାଧାରଣ କାର୍ଯ୍ୟକୁ ମଧ୍ୟ ପ୍ରଦର୍ଶିତ କରିବ ।
ଶ୍ରେଷ୍ଠ ଜିଲ୍ଲା ଭାବରେ କୋରାପୁଟକୁ ପିଏମ୍ ଆୱାର୍ଡରେ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ
📱 Get Argus News App
✨ସାର୍ବଜନୀନ ପ୍ରଶାସନରେ ଉତ୍କର୍ଷତା ପାଇଁ ପ୍ରଧାନମନ୍ତ୍ରୀଙ୍କ ପୁରସ୍କାର ପାଇଁ କୋରାପୁଟ ଜିଲ୍ଲାର ଚୟନ ସାମଗ୍ରିକ ବିକାଶ ଏବଂ ଅଭିନବ ଶାସନ ପ୍ରତି ଜିଲ୍ଲାର ପ୍ରତିବଦ୍ଧତାର ପ୍ରମାଣ ।
ଗତ ମାସରେ ଦୁଇ ଜଣିଆ ଟିମ୍ ଆସି ଜିଲ୍ଲାର ୧୪ଟି ଯାକ ବ୍ଲକ ବୁଲି
ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା
ପ୍ରଧାନମନ୍ତ୍ରୀ ସହରାଞ୍ଚଳ ଆବାସ ଯୋଜନା
ହର ଘର ଜଳ ଯୋଜନା
ମିଶନ ଇନ୍ଦ୍ରଧନୁଶ
PMJAY
ପିଏମ ଏସଭିଏ ନିଧି, ପିଏମ୍ ବିଶ୍ବକର୍ମା, ସକ୍ଷମ, କିଶାନ କ୍ରେଡିଟ୍ କାର୍ଡ , ପୋଷଣ ୨.୦ ପ୍ରମୁଖ ୧୧ ଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଏହାପରେ ସମସ୍ତ ଯୋଜନା ସଫଳ ରୂପାୟନ ଜିଲ୍ଲାରେ ହୋଇଥିବା ଜାଣିବା ପରେ କୋରାପୁଟକୁ ଶ୍ରଷ୍ଠ ଜିଲ୍ଲା ଭାବରେ ମନୋନୀତ କରିଥିଲେ ଅଧିକାରୀ । ଯେଉଁଥିପାଇଁ କୋରାପୁଟ ଜିଲ୍ଲପାଳ ପିଏମ୍ ଏକ୍ସିଲେନ୍ସ ଆୱାର୍ଡରେ ମନୋନୀତ ହୋଇଛନ୍ତି ।