Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛି କୋରାପୁଟ, ନିର୍ମାଣ ହେଉଛି ଟନେଲ ଓ ଛଅ ଥାକିଆ ହାଇୱେ

Banajyotshna Ray
Browse all articles by Banajyotshna Ray
·10 months ago·2 min read
ନୂଆ ପରିଚୟ ସୃଷ୍ଟି କରିବାକୁ ଯାଉଛି କୋରାପୁଟ, ନିର୍ମାଣ ହେଉଛି ଟନେଲ ଓ ଛଅ ଥାକିଆ ହାଇୱେ

Key Points

ସୁଙ୍କି ଘାଟିରେ ଆଉ ରହିବନି କୌଣସି ଭୟ
ନିର୍ମାଣ ହେଉଛି ଟନେଲ ଓ ଛଅ ଥାକିଆ ହାଇୱେ
ଭାରତମାଲା ପ୍ରକଳ୍ପ ଅଧିନରେ ନିର୍ମାଣ ହେଉଛି ପ୍ରକଳ୍ପ

ଓଡ଼ିଶା- ଆନ୍ଧ୍ର ସୀମାନ୍ତରେ ସମୁଦ୍ର ପତ୍ତନ ଠାରୁ ୩ ହଜାର ଫୁଟ୍ ଉଚ୍ଚରେ ନିର୍ମାଣ ହେଉଛି ରାଜ୍ୟର ପ୍ରଥମ ଟନେଲ ସହ ଛଅ ଥାକିଆ ହାଇୱେ। ଓଡିଶାରୁ ଆନ୍ଧ୍ର ଯିବା ପାଇଁ ତିନି ଥାକିଆ ରାସ୍ତା ଓ ଆନ୍ଧ୍ରରୁ ଓଡ଼ିଶା ଆସିବା ପାଇଁ ମଧ୍ୟ ତିନି ଥାକିଆ ରାସ୍ତା ନିର୍ମାଣ କରାଯାଇଛି । ନିର୍ମାଣ ହେଉଥିବା ଦୁଇଟି ଟନେଲର ଲମ୍ବ ୩.୪୨ କିମି ଓ ୨.୮ କିମି ରହିଛି । ଭାରତମାଲା ପ୍ରକଳ୍ପ ଅଧିନରେ ଛତିଶଗଡ଼ର ରାୟପୁର ଠାରୁ ଆନ୍ଧ୍ରର ବିଶାଖାପାଟଣା ରାସ୍ତା ସଂଯୋଗ କରିବ ଏହି ରାସ୍ତା । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକଳ୍ପ କମ ସରିବା ପାଇଁ ଯୋଜନା ରହିଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ ହଜାର କୋଟି ଟଙ୍କାରେ ନିର୍ମାଣ ହେଉଛି ଭାରତମାଲା ପ୍ରକଳ୍ପ । ଛତିଶଗଡ଼ ରାୟପୁର ଠାରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ପର୍ଯ୍ୟନ୍ତ ୪୬୫ କିମି ରାସ୍ତା ନିର୍ମାଣ ହେବ । ଜଙ୍ଗଲ ରାସ୍ତାରେ ୩୫ ମିଟର ଏବଂ ଅଣ ଜଙ୍ଗଲ ରାସ୍ତାରେ ୬୦ ମିଟର ଓସାରିଆ ରାସ୍ତା ନିର୍ମାଣ ହେଉଛି । ଏହାର ଅନ୍ତର୍ଗତ କୋରାପୁଟ ଜିଲ୍ଲାରେ ୧୨୪ କିମି ରାସ୍ତାର ନିର୍ମାଣ ଚାଲିଛି । କୋରାପୁଟ ଓ ନବରଙ୍ଗପୁର ଜିଲ୍ଳାର ୮୭୩ ହେକ୍ଟର ବେସରକାରୀ ଓ ୩୦୭ ହେକ୍ଟର ସରକାରୀ ଜମି ଏବଂ ୩୬୩ ହେକ୍ଟର ଜଙ୍ଗଲ ଜାଗା ଅଧିଗ୍ରହଣ କରାଯାଇଛି ।


ଓଡ଼ିଶା ପଟୁ ଆନ୍ଧ୍ରକୁ ଯିବା ଟନେଲ ରାସ୍ତା ଚନ୍ଦକା ନିକଟ ବାରଜ ଗାଁ ଠାରୁ ଆରମ୍ଭ ହୋଇ କାନ୍ଦିଲି ଠାରେ ଶେଷ ହୋଇଛି । ସେହିପରି ଆନ୍ଧ୍ର ପଟୁ ଓଡ଼ିଶାକୁ ଆସୁଥିବା ଟନେଲ ରାସ୍ତା କୁରୁଲି ଠାରୁ ଆରମ୍ଭ ହୋଇ ଅମ୍ଫାବାଲି ଗାଁରେ ଶେଷ ହେଉଛି । ଏହି ପ୍ରକଳ୍ପ ଦ୍ଵାରା କୋରାପୁଟ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧି ସାଙ୍ଗକୁ ପର୍ଯ୍ୟଟନ କ୍ଷେତ୍ରରେ ବେଶ ସୁଦୃଢ ହୋଇପାରିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Koraput is going to create a new identity || Argus News | Argus News