Videos
|
Odisha

ବିବାଦରେ କୋରାପୁଟ ମିନାକ୍ଷୀ ହାଇଡେ୍ରା ବିଦ୍ୟୁତ ପ୍ରକଳ୍ପ

Rashmita Mishra
Browse all articles by Rashmita Mishra
·1 year ago·2 min read
ବିବାଦରେ କୋରାପୁଟ ମିନାକ୍ଷୀ ହାଇଡେ୍ରା ବିଦ୍ୟୁତ ପ୍ରକଳ୍ପ

Key Points

ଓଡ଼ିଶା ମାଟିରେ ପଡିଶା ରାଜ
ବିବାଦରେ କୋରାପୁଟ ମିନାକ୍ଷୀ ହାଇଡେ୍ରା ବିଦ୍ୟୁତ ପ୍ରକଳ୍ପ
ତତ୍କାଳୀନ ରାଜ୍ୟ ସରକାରଙ୍କ ସହ ଚୁକ୍ତି ହୋଇଥିଲା ଗୋଟିଏ ପ୍ରକଳ୍ପ ପାଇଁ
ହେଲେ ବୈପାରୀଗୁଡାରେ ନିର୍ମାଣ ଚାଲିଛି ତୃତୀୟ ପ୍ରକଳ୍ପ
ତୃତୀୟ ପ୍ରକଳ୍ପ ନିର୍ମାଣ ପୂର୍ବରୁ ହୋଇନାହିଁ ଗ୍ରାମସଭା କି ପଲ୍ଲିସଭା
ଧଣ୍ଡରାଖୋଲ ସଂରକ୍ଷିତ ଜଙ୍ଗଲରେ କେମିତି ନିର୍ମାଣ ହେଉଛି ପ୍ରକଳ୍ପ ?

ଗୋଟିଏ ଚୁକ୍ତିରେ ତିନିଟି ପ୍ରକଳ୍ପ । କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ ତେନ୍ତୁଳିଗୁମ୍ମାରେ ମିନାକ୍ଷୀ ହାଇଡ୍ର ପାୱାର ପ୍ରକଳ୍ପର କାରନାମାକୁ ନେଇ ଏବେ ବିବାଦ । ହାଇଦ୍ରାବାଦର ଏହି କଂପାନୀ ୨୦୦୪-୦୫ ମସିହାରେ ତତ୍କାଳୀନ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିଥିଲା । ୨୦୧୫ ସମିହାରୁ ୨୫ ମେଗାୱାଟ ବିଦ୍ୟୁତ ଉତ୍ପାଦନ କରୁଛି । ହେଲେ ଏହାରି ଭିତରେ ଦ୍ବିତୀୟ ପ୍ରକଳ୍ପ ସାରି ତୃତୀୟ ପ୍ରକଳ୍ପ ନିର୍ମାଣ କରୁଛି । ସରକାରଙ୍କ ନିୟମକୁ ଖାତିର ନାହିଁ । ତୃତୀୟ ପ୍ରକଳ୍ପ ନିର୍ମାଣ ପୂର୍ବରୁ ହୋଇନାହିଁ କୌଣସି ଗ୍ରାମସଭା କିମ୍ବା ପଲ୍ଲିସଭା । ଏପରିକି ଜଙ୍ଗଲ ଓ ପରିବେଶ ସମ୍ବନ୍ଧୀୟ କୌଣସି କାଗଜ ପତ୍ର କରିନଥିବା ଅଭିଯୋଗ ହୋଇଛି । ତେଲେଙ୍ଗାନାର ଏହି କମ୍ପାନୀ ନିଜ ସ୍ଵାର୍ଥ ପାଇଁ ଲୋକଙ୍କ ଜୀବନକୁ ମଧ୍ୟ ଗୁରୁତ୍ଵ ଦେଉନାହିଁ। ଏହି ଅଞ୍ଚଳ ଧଣ୍ଡରାଖୋଲ ସଂରକ୍ଷିତ ଜଙ୍ଗଲ ହୋଇଥିବାରୁ କିପରି ପ୍ରକଳ୍ପ ନିର୍ମାଣ ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ ।


ଜଙ୍ଗଲ ନଷ୍ଟ ସହ ପରିବେଷ ଦୂଷିତ ହେବାର ଭୟ । ବାଦୁଡିପାର, ଅଟାଲଗୁଡା ଓ ମାଳିପଦର ଗାଁ ଏହି ପ୍ରକଳ୍ପ ଦ୍ୱାରା ଜଳମଗ୍ନ ହେବାର ଆଶଙ୍କା । ମୂଲ୍ୟବାନ ଗଛ କଟା ଯାଇଛି । ବୃକ୍ଷରୋପଣ କରାଯାଇନି । ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ନ ଦେଇ ବାହାର ଲୋକଙ୍କୁ ନିଯୁକ୍ତି ସୁଯୋଗ । ଶିକ୍ଷା ଓ ସ୍ୱାସ୍ଥ୍ୟ, ଗମନାଗମନର ଦୂରାବସ୍ଥା । ଲୋକଙ୍କ ଏହି ଅଭିଯୋଗ ନେଇ ମିନାକ୍ଷୀ ହାଇଡେ୍ରା ପାୱାର ପ୍ରକଳ୍ପର ଉଚ୍ଚ । କର୍ତ୍ତୃପକ୍ଷ କ୍ୟାମେରା ସାମନାରେ କିଛି କହିବା ପାଇଁ ମନା କରିଛନ୍ତି । ଜୟପୁର ଉପଜିଲ୍ଲାପାଳ କହିଛନ୍ତି ତଦନ୍ତ କରି ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
koraput-meenakshi-hydra-power-project-in-controversy | Argus News