Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମରାମତି ବେଳେ ଭୁଶୁଡ଼ିଲା ଦୋକାନ ଛାତ, ୪ରୁ ୫ ଜଣ ଫସିଥିବା ଆଶଙ୍କା

Sushanta Sahoo
Browse all articles by Sushanta Sahoo
·10 months ago·1 min read
ମରାମତି ବେଳେ ଭୁଶୁଡ଼ିଲା ଦୋକାନ ଛାତ, ୪ରୁ ୫ ଜଣ ଫସିଥିବା ଆଶଙ୍କା

Key Points

୨୫ ବର୍ଷର ପୁରୁଣା ଦୋକାନ ଘର ଭୁଶୁଡ଼ି ପଡ଼ିଛି । ମରାମତି ସହ କିଣାବିକା ଚାଲିଥିବା ବେଳେ ଛାତଟି ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି ।

କୋରାପୁଟ: ଦୋକାନ ଘର ଛାତ ଭୁଶୁଡ଼ିଲା, ୪ରୁ ୫ ଜଣ ଫସି ରହିଥିବା ଆଶଙ୍କା । ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସାମ୍ନାରେ ଅଘଟଣ ଘଟିଛି । ୨୫ ବର୍ଷର ପୁରୁଣା ଦୋକାନ ଘର ଭୁଶୁଡ଼ି ପଡ଼ିଛି । ମରାମତି ସହ କିଣାବିକା ଚାଲିଥିବା ବେଳେ ଛାତଟି ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି ।


ଦୋକାନ ଘର ଛାତ ଭୁଶୁଡ଼ିବା ପରେ ଆରମ୍ଭ ହୋଇଛି ଉଦ୍ଧାର କାର୍ଯ୍ୟ । ଉଦ୍ଧାର କାର୍ଯ୍ୟରେ ଓଡ୍ରାଫ୍ ଟିମ୍ ସହ ଓଡ଼ିଶା ପୋଲିସ ସାମିଲ୍ ହୋଇଛି । ଘଟଣାସ୍ଥଳରେ କୋରାପୁଟ ପୋଲିସ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି । ତାଜା ସୂଚନା ଅନୁସାରେ, ଭଗ୍ନାଂଶ ତଳୁ ଜଣଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ମେଡିକାଲ୍ ନିଆଯାଇଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭଗ୍ନାଂଶ ତଳୁ ଜଣଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ମେଡିକାଲ୍ ନିଆଯାଇଥିଲା । ମେଡିକାଲ୍‌ରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ଭୁଶୁଡ଼ି ପଡ଼ିଥିବା ବ୍ରେକେରୀ ଦୋକାନର ମାଲିକ ବୋଲି ସୂଚନା ମିଳୁଛି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।


ଖବର ଅପଡେଟ୍ ଜାରି ରହିଛି...

Sponsored