Tiger Terror / ଏଠାରେ ଆତଙ୍କ କରୁଛି ମହାବଳ ! ମଇଁଷି ଶିକାର ପରେ ଜଙ୍ଗଲରେ ଲୁଚିଛି ବାଘ, ଟ୍ରାପ୍ କ୍ୟାମେରାରେ କଏଦ ଗତିବିଧି
·2 hours ago·2 min read

Key Points
କୋରାପୁଟରେ ରୟାଲ ବେଙ୍ଗଲ ଟାଇଗର ଆତଙ୍କ!
ଭୟରେ ଥରହର କୋରାପୁଟ ଓ ସେମିଳିଗୁଡ଼ା ଅଞ୍ଚଳବାସୀ
୭.୫ କିମି ଯାଏଁ ଡ୍ରୋନ୍ରେ ଚାଲିଛି ନଜରଦାରୀ
ରାତିସାରା ଚାଲୁଛି ପାଟ୍ରୋଲିଂ

ସେମିଳିଗୁଡ଼ା, ୦୭/୧୧: କେତେବେଳେ ଆସୁଛି, କେତେବେଳେ ଯାଉଛି, କେହି କିଛି ଜାଣିପାରୁନାହାନ୍ତି। ଜଙ୍ଗଲରେ ଲୁଚି ଲୁଚି ଶିକାର କରୁଛି ମହାବଳ। ଆଉ ତାକୁ ନେଇ ଏବେ କୋରାପୁଟର ସେମିଳିଗୁଡ଼ା ଅଞ୍ଚଳରେ ଖେଳିଯାଇଛି ଆତଙ୍କ। ଟ୍ରାପ୍ କ୍ୟାମେରାରେ ବାଘର ଗତିବିଧି କଏଦ ହେଉଥିବା ବେଳେ ଏଯାଏଁ ତାକୁ କାବୁ କରିବାରେ ସଫଳ ହୋଇନି ବନ ବିଭାଗ।
କୋରାପୁଟ ଜିଲ୍ଲା ସିମିଳିଗୁଡ଼ା ଅଞ୍ଚଳରେ ରୟାଲ ବେଙ୍ଗଲ ଟାଇଗରର ଉପସ୍ଥିତିକୁ ନେଇ ଚାରିଆଡ଼େ ଚର୍ଚ୍ଚା। କିଛିଦିନ ତଳେ ବନ ବିଭାଗକୁ ମିଳିଥିଲା ବାଘର ପାଦଚିହ୍ନ। ଏହାପରେ ଡିଜିଟାଲ କ୍ୟାମେରାରୁ ମିଳିଥିବା ତଥ୍ୟ ଓ ଅନ୍ୟାନ୍ୟ ପ୍ରମାଣ ଆଧାରରେ ଅଞ୍ଚଳରେ ରୟାଲ ବେଙ୍ଗଲ ଟାଇଗରର ଉପସ୍ଥିତିକୁ ଚିହ୍ନଟ କରିଛି ବନ ବିଭାଗ। ଏହାକୁ ନେଇ ଏବେ ପୂରା ଅଞ୍ଚଳରେ ସତର୍କତା ବଢ଼ାଇ ଦିଆଯାଇଛି।
ମଇଁଷିକୁ ଶିକାର କରି ଜଙ୍ଗଲରେ ଗାଏବ!
ଝରାପୁଟ ନିକଟରେ ଏକ ମଇଁଷିକୁ ଶିକାର କରିବା ପରେ ବାଘର ଉପସ୍ଥିତି ନେଇ ଆହୁରି ଚିନ୍ତା ବଢ଼ିଛି। ଘଟଣାସ୍ଥଳରେ ମିଳିଥିବା ପାଦଚିହ୍ନ ଯାଞ୍ଚ ପରେ ମହାବଳର ଉପସ୍ଥିତି ସ୍ପଷ୍ଟ ହୋଇଛି। ଟ୍ରାପ୍ କ୍ୟାମେରାରେ ମଧ୍ୟ ତାର ଗତିବିଧି ରେକର୍ଡ ହେଉଛି। କିନ୍ତୁ ବାଘଟି କେଉଁ ଦିଗକୁ ଯାଉଛି ଏବଂ କେଉଁଠି ଲୁଚି ରହୁଛି, ତାହା ଜାଣିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
ପଢନ୍ତୁ ଏହି ଖବର: ରାତି ଅନ୍ଧାରରେ ହଠାତ୍ ସାମ୍ନାକୁ ଆସିଲା ବାଘ! ମୋବାଇଲରେ କଏଦ ହେଲା ଦୃଶ୍ୟ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ରାପିଡ୍ ରେସପନ୍ସ ଟିମ୍ ମୁତୟନ
ବାଘର ଗତିବିଧି ଉପରେ ନଜର ରଖିବାକୁ ବନ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି। ତିନିଟି ସିଫ୍ଟରେ ପାଟ୍ରୋଲିଂ କରାଯାଉଥିବା ବେଳେ ରାପିଡ୍ ରେସପନ୍ସ ଟିମ୍କୁ ମଧ୍ୟ ନିୟୋଜିତ କରାଯାଇଛି। ସେମିଳିଗୁଡ଼ା ଓ ବାଲଡ଼ା ରେଞ୍ଜରେ ବନ କର୍ମଚାରୀମାନେ ସଜାଗ ରହିଛନ୍ତି। କୋରାପୁଟ DFO ସିଦ୍ଧାର୍ଥ କୁମାର ଜୈନ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି। ଅନ୍ୟପଟେ ଭୟଭୀତ ନହୋଇ ସତର୍କ ରହିବାକୁ ଗ୍ରାମବାସୀଙ୍କୁ ବନ ବିଭାଗ ପରାମର୍ଶ ଦେଇଛି।
ସାରା ଅଞ୍ଚଳରେ ବାଘର ଭୟ
ମହାବଳର ଉପସ୍ଥିତିକୁ ନେଇ ରାସପୁଟ ପଞ୍ଚାୟତ ଅଞ୍ଚଳରେ ଭୟର ବାତାବରଣ ରହିଛି। ସରପଞ୍ଚ ପିତାମ୍ବର କିରସାନି ମଧ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ବାଘକୁ ନେଇ ଆତଙ୍କ ଥିବା କହିଛନ୍ତି। ତେବେ ଟ୍ରାପ୍ କ୍ୟାମେରାରେ ନଜର ରଖିବା ଏବଂ ଦିନରାତି ପାଟ୍ରୋଲିଂ ସତ୍ତ୍ୱେ ମହାବଳକୁ ଧରିବା ଏବେ ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ। କେବେ ଧରାପଡ଼ିବ ଏହି ଜଙ୍ଗଲର ଶିକାରୀ? ସେନେଇ ଏବେ ସମସ୍ତଙ୍କ ନଜର।

Related Topics
Explore more stories