Odisha Andhra Dispute / କୋଟିଆରେ ପୁଣି ଆନ୍ଧ୍ରର ଚାଲ…୫୮ ଜଣଙ୍କ ନାମାଙ୍କନ ପରେ ଓଡ଼ିଶା-ଆନ୍ଧ୍ର ସୀମାରେ ଉତ୍ତେଜନା
·51 mins ago·2 min read

Key Points
କୋଟିଆରେ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ସୀମା ବିବାଦ
ଓଡ଼ିଶାରେ ରହି ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ କଲେ ନାମାଙ୍କନ
କୋରାପୁଟ ପ୍ରଶାସନର କଟକଣାକୁ ଖାତିର କଲେନି

କୋଟିଆରେ ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ସୀମା ବିବାଦ । ଆସନ୍ତା ଡିସେମ୍ବର ୨ ତାରିଖରେ ହେବାକୁ ଥିବା ଆନ୍ଧ୍ର ପଞ୍ଚାୟତ ନିର୍ବାଚନ ପାଇଁ କୋଟିଆରୁ ମୋଟ୍ ୫୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପରେ ସୀମାରେ ବଢ଼ିଛି ଉଷ୍ମତା । ଓଡ଼ିଶା ପୋଲିସର କଡ଼ା ପହରା ସତ୍ତ୍ୱେ ଆନ୍ଧ୍ରର ୩ଟି ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡ ସଭ୍ୟ ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଛି । ସେପଟେ ସ୍ଥିତି ପରଖିବାକୁ କୋଟିଆରେ ରାତି ତମାମ ରହିଛନ୍ତି କୋରାପୁଟ ବିଧାୟକ ରଘୁରାମ ମାଛ । ଲୋକଙ୍କୁ ପ୍ରଲୋଭିତ କରି ଭୋଟ୍ ଦେବାକୁ ଉସୁକାଉଥିବା ଆନ୍ଧ୍ର ଏଜେଣ୍ଟମାନେ ଜେଲ୍ ଯିବେ ବୋଲି ସେ ଚେତାବନୀ ଦେଇଛନ୍ତି । ସେପଟେ ଆନ୍ଧ୍ର ନିର୍ବାଚନରେ ଲଢ଼ୁଥିବା ପ୍ରାର୍ଥୀଙ୍କ ସମସ୍ତ ସରକାରୀ ଯୋଜନା ବନ୍ଦ କରି ଓଡ଼ିଶା ମାଟିରୁ ତଡ଼ିବାକୁ ଦାବି କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।
କୋଟିଆ ଗ୍ରାମପୁଞ୍ଜର ୨୧ଟି ଗାଁକୁ ତିନୋଟି ପଞ୍ଚାୟତ- ଗଞ୍ଜେଇଭଦ୍ରା, ପଗୁଲୁଚିନ୍ନେରୁ ଓ ପାଟୁଚିନ୍ନେରୁରେ ବିଭକ୍ତ କରି ନିର୍ବାଚନ କରାଇବାକୁ ଆନ୍ଧ୍ର ସରକାର ସଜବାଜ ହେଉଛନ୍ତି । ସୋମବାର ନାମାଙ୍କନ ଦାଖଲର ଶେଷ ଦିନରେ ମୋଟ୍ ୫୮ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ଏଥିରେ ଅଛନ୍ତି ୧୨ ଜଣ ସରପଞ୍ଚ ଓ ୪୬ ଜଣ ୱାର୍ଡମେମ୍ବର ପ୍ରାର୍ଥୀ।
ପାଟୁଚିନ୍ନେରୁ ପଞ୍ଚାୟତରେ ୬ ସରପଞ୍ଚ ଓ ୨୫ ୱାର୍ଡମେମ୍ବର। ପଗୁଲୁଚିନ୍ନେରୁରେ ୩ ସରପଞ୍ଚ ଓ ୧୧ ୱାର୍ଡମେମ୍ବର ଅଛନ୍ତି। ସେହିପରି ଗଞ୍ଜେଇଭଦ୍ରାରେ ୩ ସରପଞ୍ଚ ଓ ୧୦ ୱାର୍ଡମେମ୍ବର ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆନ୍ଧ୍ରର ଥୋନମ୍ ଓ ମାକୁଡ଼ି ପଞ୍ଚାୟତରେ ଏହି ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ଜଣାପଡ଼ିଛି । ପରିସ୍ଥିତିର ଗମ୍ଭୀରତା ଦେଖି କୋରାପୁଟ ବିଧାୟକ ରଘୁରାମ ମାଛ କୋଟିଆରେ ରାତି ତମାମ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଅନ୍ୟପଟେ ନେରିଡ଼ିୱାଲସା, ଫାଟୁସିନେରୀ ଓ ଉପରସେମ୍ବିରେ ୬ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ମାଜିଷ୍ଟ୍ରେଟ୍ ଓ ପୋଲିସ ଅଧିକାରୀ ସୁମିତ୍ରା ଜେନା ଏବଂ ଦେବବ୍ରତ ମହାରଣାଙ୍କ ନେତୃତ୍ୱରେ ସୀମାନ୍ତ ଗାଁଗୁଡ଼ିକରେ ଜୋରଦାର ପାଟ୍ରୋଲିଂ ସହ ଲୋକଙ୍କୁ ସଚେତନ କରାଯାଉଛି।
ସେପଟେ କୋଟିଆରେ ରହି ଆନ୍ଧ୍ର ନିର୍ବାଚନରେ ସାମିଲ ହେବା ଘଟଣାକୁ ନେଇ ବର୍ଷିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଏହା ଏକ ଦଣ୍ଡନୀୟ ଅପରାଧ ବୋଲି କହିବା ସହ ନାମାଙ୍କନ ଭରିଥିବା ବ୍ୟକ୍ତିଙ୍କୁ ସମସ୍ତ ସରକାରୀ ସୁବିଧାରୁ ବାଦ୍ ଦେବାକୁ ସେ ଦାବି କରିଛନ୍ତି । ପୂର୍ବରୁ ଜିଲ୍ଲା ପରିଷଦ ନିର୍ବାଚନ ଭଳି ଏଥର ମଧ୍ୟ ଆନ୍ଧ୍ରକୁ ଭୋଟ୍ କରାଇ ଦିଆଯିବ ନାହିଁ ବୋଲି ତାରା ରୋକଠୋକ ଶୁଣାଇ ଦେଇଛନ୍ତି । ପ୍ରଶାସନର ବୁଝାସୁଝା ପରେ ସେମାନେ କେବଳ ଓଡ଼ିଶାକୁ ହିଁ ଭୋଟ୍ ଦେବେ ବୋଲି କହିଛନ୍ତି ନେରିଡ଼ିୱାଲସା ବାସିନ୍ଦା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଶାରେ କୋଟିଆ ଗୋଟିଏ ଗ୍ରାମପଞ୍ଚାୟତ । ହେଲେ ଆନ୍ଧ୍ରପ୍ରଦେଶ ଏଠାରେଥିବା ଗଞ୍ଜେଇପଦର, ପାଟୁସିନେରୀ ଓ ଫଗୁଣସିନେରୀ ଗାଁକୁ ନାଁ ବଦଳାଇଛି ୩ଟି ପଞ୍ଚାୟତ କରିଛି । ଫଗୁଣସିନେରୀ ଗାଁରୁ ୨ ଆନ୍ଧ୍ର ଏଜେଣ୍ଟଙ୍କୁ ଗିରଫ କରାଯିବା ପରେ ଆନ୍ଧ୍ରର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜି. ସନ୍ଧ୍ୟାରାଣୀ ପ୍ରତିକ୍ରିୟା ରଖିଥିଲେ । ଆସନ୍ତା ଡିସେମ୍ବର ୨ ତାରିଖରେ ହେବାକୁ ଥିବା ଆନ୍ଧ୍ର ନିର୍ବାଚନକୁ ଭଣ୍ଡୁର କରିବା ପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି । ଏବେ ଦେଖିବାର କଥା ସୀମାନ୍ତ କୋଟିଆରେ ଆନ୍ଧ୍ରର ଚାଲ୍ କାମ କରୁଛି ନା ଓଡ଼ିଶା ପ୍ରଶାସନର କଡ଼ା ପହରା ଆଗରେ ଆନ୍ଧ୍ର ପଛଘୁଞ୍ଚା ଦେଉଛି?
Related Topics
Explore more stories