Videos
|
Odisha

Kotia Election Dispute / କୋଟିଆରେ ଆନ୍ଧ୍ର ନିର୍ବାଚନ ବିବାଦ: ପୁଣି ଥରେ ସୁପ୍ରିମକୋର୍ଟରେ ଫେରାଦ ହେବେ ରାଜ୍ୟ ସରକାର

Ritu Das
Browse all articles by Ritu Das
·1 hour ago·2 min read
କୋଟିଆରେ ଆନ୍ଧ୍ର ନିର୍ବାଚନ ବିବାଦ:  ପୁଣି ଥରେ ସୁପ୍ରିମକୋର୍ଟରେ ଫେରାଦ ହେବେ ରାଜ୍ୟ ସରକାର
India

Key Points

କୋଟିଆରେ ଆନ୍ଧ୍ରର ନିର୍ବାଚନ ଯୋଜନାକୁ ନେଇ ବିବାଦ ତେଜିଲା
ସୁପ୍ରିମକୋର୍ଟରେ
ପୁଣି ଫେରାଦ ହେବାକୁ ଯୋଜନା କରୁଛନ୍ତି ଓଡ଼ିଶା ସରକାର
କୋରାପୁଟ ଜିଲ୍ଲାର ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତରେ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ବାରା ନିର୍ବାଚନ କରାଯିବା ଯୋଜନାକୁ ନେଇ ପୁଣି ଥରେ ରାଜ୍ୟରେ ତତ୍ପରତା ପ୍ରକାଶ ପାଇଛି। ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ କୋର୍ଟ ଅବମାନନା କରି ଆନ୍ଧ୍ର ସରକାର ଏଭଳି ପଦକ୍ଷେପ ନେଇଥିବାରୁ ଏହା ବିରୁଦ୍ଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି। ତେବେ ପୁରୁଣା ସୁଇଟର ଅବମାନନା କୁ ରେ ଓପନ ହେବ ନା ନୂଆ ଶନି ମାମଲା ହେବ ତାହା ଏଜି ନିଷ୍ପତି ନେବେ ବୋଲି ଜଣା ପଡିଛି |

ଏହି ସମ୍ବନ୍ଧରେ ସୂଚନା ଦେଇ କୋରାପୁଟ ଉପଜିଲ୍ଲାପାଳ ତଥା ଯୁବ ଆଇ.ଏ.ଏସ୍. ଅଧିକାରୀ ଫବି ରସିଦ ଜଣାଇଛନ୍ତି ଯେ, ଆଜିଠାରୁ ସେ ୩ ଦିନିଆ ଗ୍ରସ୍ତରେ କୋଟିଆ ଗସ୍ତ କରିବେ। ସେଠାରେ ପହଞ୍ଚି କୋଟିଆ ପଞ୍ଚାୟତର ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବା ସହ ସେମାନଙ୍କର ବିଭିନ୍ନ ସମସ୍ୟା ଓ ସ୍ଥିତି ଅନୁଧ୍ୟାନ କରିବେ।

ଓଡ଼ିଶାର ଅଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଜରୁରୀ ପଦକ୍ଷେପ ଗ୍ରହଣ କରାଯାଉଛି। ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶକୁ ଲଙ୍ଘି ଆନ୍ଧ୍ରର ଏପରି ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଆଇନଗତ ଲଢ଼ଇକୁ ଆହୁରି ଜୋରଦାର କରାଯିବ ବୋଲି ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି। କୋଟିଆ ସୀମାନ୍ତ ବିବାଦ ଏବଂ ଆନ୍ଧ୍ରର ଏଭଳି ଅନଧିକାର ପ୍ରବେଶକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାରଙ୍କ ଆଗାମୀ ଆଇନଗତ ପଦକ୍ଷେପ ଜାରି ରହିଛି।

ସେପଟେ କୋଟିଆ ଦାବିକୁ ପୁଣି ଥରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୋହରାଇବା ସହ ସମସ୍ତଙ୍କୁ ଆହ୍ଵାନ ଦେଇଛନ୍ତି । ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଓଡ଼ିଶା ଏବଂ ପ୍ରତ୍ୟେକ ଓଡ଼ିଆ ଜାତି ପାଇଁ କୋଟିଆ କେତେ ଗୁରୁତ୍ୱପୂର୍ଣ୍ଣ, ତାହା ଆମେ ସମସ୍ତେ ଜାଣିଛନ୍ତି । କୋଟିଆ ହେଉଛି ଓଡ଼ିଶାର ଅସ୍ମିତା, ସାର୍ବଭୌମତ୍ୱ ଓ ଅଖଣ୍ଡତାର ପରିଚୟ ।"

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଓଡ଼ିଆ ଭାବେ କୋଟିଆକୁ ନେଇ ଦୀର୍ଘ ସମୟ ଧରି ଦେଖାଯାଇଥିବା ସୀମା ବିବାଦ ନିଶ୍ଚୟ ଭାବେ ଚିନ୍ତାଜନକ । ଦଳ ମତ ନିର୍ବିଶେଷରେ ଓଡ଼ିଶାର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହୋଇ ମିଳିତ ଭାବେ ଏହାର ସମାଧାନ କରିବାର ଆବଶ୍ୟକତା ରହିଛି ବୋଲି ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।
ପୂର୍ବରୁ ଲେଖିଥିଲେ ଚିଠି

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, "ମୁଁ ନିଜେ ଏପ୍ରିଲ ୨୦୧୮, ଫେବ୍ରୁଆରୀ ୨୦୧୯ ଏବଂ ଏପ୍ରିଲ ୨୦୨୩ରେ କୋଟିଆ ଗ୍ରାମକୁ ଗସ୍ତ କରି ସେଠାକାର ପରିସ୍ଥିତି ଅନୁଧ୍ୟାନ କରିଥିଲି ।" ଏହି ଅଞ୍ଚଳରେ ଆନ୍ଧ୍ରପ୍ରଦେଶର ବାରମ୍ବାର ହସ୍ତକ୍ଷେପ ତଥା ସୀମା ବିବାଦକୁ ନେଇ ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ଧର୍ମେନ୍ଦ୍ର ନଭେମ୍ବର ୧୮, ୨୦୨୦ ଓ ଅକ୍ଟୋବର ୩୧, ୨୦୨୨ରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ ସେପ୍ଟେମ୍ବର ୨୨, ୨୦୨୧ରେ ଆନ୍ଧ୍ରପ୍ରଦେଶର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଥିଲେ।

ଆଲୋଚନା ମାଧ୍ୟମରେ ସମାଧାନକୁ ଗୁରୁତ୍ଵ
ଏହି ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ଅଞ୍ଚଳର ସମସ୍ୟାର ସମାଧାନ କରିବା ପାଇଁ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଦାୟିତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଉଚ୍ଚ ସ୍ତରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ କଥାବାର୍ତ୍ତା ମାଧ୍ୟମରେ ଏକ ଅନୁକୂଳ ବାତାବରଣ ତିଆରି କରି ସମାଧାନର ସ୍ଥାୟୀ ବାଟ କାଢ଼ିବା ଆବଶ୍ୟକ ବୋଲି ମତପୋଷଣ କରିଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ।