Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ପୁଣି ଖୋଲିବ ଫାଇଲ, ୨୪ ବର୍ଷରେ ଯାହା ହୋଇନଥିଲା ଏବେ ତାହା ହେବ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
'ପୁଣି ଖୋଲିବ ଫାଇଲ, ୨୪ ବର୍ଷରେ ଯାହା ହୋଇନଥିଲା ଏବେ ତାହା ହେବ'

Key Points

ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଲାଗିିଛି କୋଟିଆ କଳି ।

ବିକଶିତ କୋଟିଆ ପାଇଁ ଚାଲିିଛି ପ୍ଲାନ୍ ।

ପ୍ରସ୍ତତ ହେବ ସ୍ୱତନ୍ତ୍ର ରୋଡ ମ୍ୟାପ୍‌ ।

କୋରାପୁଟ କୋଟିଆକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗିରହିଛି । ଗତ ୨୪ ବର୍ଷର ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ ସୀମା ବିବାଦ ତୁଟିପାରି ନାହିଁ । ଏବେ ନୂଆ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । କୋଟିଆ ବିବାଦ ତୁଟାଇବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି ।

ସରକାରଙ୍କ ପକ୍ଷରୁ କୁହାଯାଇଛି କୋଟିଆ ପାଇଁ ତିଆରି ହେବ ସ୍ୱତନ୍ତ୍ର ରୋଡ ମ୍ୟାପ୍ । ସୁପ୍ରିମକୋର୍ଟରେ ହାରିଥିବା ମାମଲାକୁ ପୁନଃ ଜୀବିତ କରାଯିବ । ବୈଠକରେ ସମସ୍ତ ବିଭାଗକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ । ମାସେ ମଧ୍ୟରେ ନିଜ ନିଜ ବିଭାଗର ରୋଡମ୍ୟାପ ଦେବାକୁ ନିର୍ଦ୍ଦେଶ ରହିଛି । ସବୁ ବିଭାଗ ସଚିବ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଜିଲ୍ଲାପାଳଙ୍କ ସହ ଆଲୋଚନ କରି ନିଜ ବିଭାଗର ଯୋଜନା ଏବଂ ରୋଡମ୍ୟାପ ଦେବେ ।

ଆର୍ଥିକ, ସାମାଜିକ, ସଂସ୍କୃତିକ ବିକାଶ ପାଇଁ ଯୋଜନା ହାତକୁ ନିଆଯିବ । ରାସ୍ତା ଘାଟ ସହ ଭିତ୍ତିଭୂମିର ବିକାଶ, ଚାଷୀଙ୍କ ପାଇଁ ମାର୍କେଟର ସୁବିଧା, ଯୁବକଙ୍କ ପାଇଁ ରୋଜଗାର ଭଳି ରୋଡ ମ୍ୟାପ ତିଆରି ହେବ । ଲୋକଙ୍କ ପାଖରେ ସବୁ ସୁବିଧା କେମିତି ପହଂଚିବ ସେନେଇ ଗୁରୁତ୍ୱ ଦିଆଯିବ କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ ।

ସେ ଆହୁରି କହିଛନ୍ତି, କୋଟିଆ ଓଡ଼ିଶାର ଅଭିଛେଦ୍ୟ ଅଙ୍ଗ । ଏହାକୁ ନେଇ ସାଲିସ ହେବନି । ଏହା ୧୦୦ ବର୍ଷର ସମସ୍ୟା । ଓଡ଼ିଶା ଏବଂ ଆନ୍ଧ୍ର ଭିତରେ ବିବାଦ ଲାଗି ରହିଛି । ମାଲି ମୋକଦ୍ଦମା ମଧ୍ୟ ଚାଲିଥିଲା । କିନ୍ତୁ ଠିକ ଭାବେ ପରିଚାଳନା ନହେବା କାରଣରୁ ଓଡିଶା କ୍ଷତିଗ୍ରସ୍ତ ହେଲା । ଠିକ ଭାବେ ତଥ୍ୟ ରଖି ପାରିଲାନି ପୂର୍ବ ସରକାର ।

ଆଜି ବିକଶିତ କୋଟିଆ ପାଇଁ ରାଜସ୍ବ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟିର ବସିଥିଲା ପ୍ରଥମ ବୈଠକ । ଯେଉଁଥିରେ କମିଟିର ସଦସ୍ୟ ଥିବା ଏକାଧିକ ବିଭାଗର ସଚିବ, କୋରପୁଟ ଜିଲ୍ଲପାଳ, ଏସପି ଏବଂ ପୂର୍ବତନ ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Kotia file will be reopen, what has not happened in 24 years will happen now' | Argus News