Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଯାହା କେହି କଲେନି, ଉତ୍କଳ ଦିବସରେ ଧର୍ମେନ୍ଦ୍ର କରି ଦେଖାଇଲେ

Odisha

ଯାହା କେହି କଲେନି, ଉତ୍କଳ ଦିବସରେ ଧର୍ମେନ୍ଦ୍ର କରି ଦେଖାଇଲେ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ଯାହା କେହି କଲେନି, ଉତ୍କଳ ଦିବସରେ ଧର୍ମେନ୍ଦ୍ର କରି ଦେଖାଇଲେ

Key Points

  • ଉତ୍କଳ ଦିବସରେ ମନେ ପଡେ ଧର୍ମେନ୍ଦ୍ରଙ୍କ କୋଟିଆ କଥା
  • ସୀମାକୁ ଗଲେ, ବିବାଦର ସମାଧାନ ଲାଗି ଚେଷ୍ଟା କଲେ

ଅର୍ଗସ ବ୍ୟୁରୋ: ବିବାଦୀୟ କୋଟିଆ ଗଲେ, ଆନ୍ଧ୍ର ଗୋ ବ୍ୟାକ୍‌ ନାରା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ଗୋ ବ୍ୟାକ୍‌ କହିଥିଲେ ତାହା ନୁହେଁ ବରଂ ଆନ୍ଧ୍ର ଅଧିକାରୀଙ୍କୁ ଓଡ଼ିଶା ସୀମାରୁ ଫେରିଯିବାକୁ ବାଧ୍ୟ କରିଥିଲେ । ଓଡ଼ିଆ ପୁଅ, ଓଡ଼ିଆ ମାଟିକୁ ବଞ୍ଚାଇବା ପାଇଁ ଯେମିତି ରଣହୁଙ୍କାର ଦେଇଥିଲା ତାହା ଆଜି ବି ମନେ ପଡିଲେ ଛାତି କୁଣ୍ଢେମୋଟ୍‌ ହୋଇଯାଏ । ଆଉ କହିବାକୁ ଇଚ୍ଛା ହୁଏ, ଏମିତି ନେତା ଥିଲେ ଓଡ଼ିଶା ମାଟିରୁ ଟିପଟିଏ ବି କେହି ନେଇପାରିବେ ନାହିଁ । 

ଉତ୍କଳ ଦିବସ ଅବସରରେ ପୂରା ରାଜ୍ୟ ପାଳୁଛି ଉତ୍ସବ । ଆଜିର ଦିନରେ ଓଡ଼ିଶାର ଜନ୍ମ ହୋଇଥିବାରୁ ପ୍ରତିଟି ଓଡ଼ିଆ ମନରେ ଆଜି ଖେଳିଯାଉଛି ଖୁସି । ପୁର ପଲ୍ଲୀ ଆଜି ଉତ୍ସବ ମୁଖର । ହେଲେ ରାଜ୍ୟର କେତେ ସ୍ଥାନରେ ସୀମାକୁ ନେଇ ପଡୋଶୀଙ୍କ ସହ କେଁ ରହିଛି । ସ୍ଥିତି ଏମିତି ହେଲାଣି କି, ସୀମାରେ ଜନସାଧାରଣମାନେ କେଉଁ ରାଜ୍ୟର ସେନେଇ ଦ୍ଵନ୍ଦ୍ଵରେ ଅଛନ୍ତି । ଏଇ ଯେମିକି କୋରାପୁଟର କୋଟିଆ ବାସିନ୍ଦାମାନେ  । ଓଡ଼ିଶାର ଭୋଟର ହୋଇଥିବା ପରେ ବି ପଡୋଶୀ ଆନ୍ଧ୍ର ଆସି ସେମାନଙ୍କୁ ପ୍ରଲୋଭିତ କରୁଛି, ସରକାରୀ ସୁବିଧା ଯୋଗାଉଛି । ପ୍ରଶାସନ ଓ ସରକାର ସବୁ ଦେଖିବା ପରେ ଯେଉଁ ସମୟରେ ଚୁପ୍‌ ରହିଥିଲେ...ସେ ସମୟରେ ସୀମାରେ ସାହସର ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଖାଲି ପହଞ୍ଚିଥିଲେ ତାହା ନୁହେଁ ବରଂ ଜବରଦସ୍ତ ପଶିଥିବା ଆନ୍ଧ୍ର ଅଧିକାରୀଙ୍କୁ ତଡିପାର କରିଥିଲେ ।

ଏଠାରେ ସ୍ପଷ୍ଟ ଭାବରେ କହିରଖୁଛୁ କି, ଏ ଭିଡିଓ ଆଜିର ନୁହେଁ ବରଂ ଗତବର୍ଷର । ହେଲେ ଉତ୍କଳ ଦିବସ ପରି ଦିନରେ କୋଟିଆ ପରି ବିବାଦୀୟ ସ୍ଥାନକୁ ଯାଇ ଯେମିତି ଭାବରେ ନାରା ଦେଇଥିଲେ ତାହାକୁ ଦେଖିବା ପରେ ଗୋଟିଏ କଥା ସ୍ପଷ୍ଟ, ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ତାଙ୍କର ଭଲପାଇବା କେତେ ରହିଛି ? ମୋଟ୍‌ ଉପରେ,କୋଟିଆ ଆମର, କୋଟିଆ ଓଡ଼ିଆର । କୋଟିଆ ଏକ ଗାଁ ନୁହେଁ ବରଂ ଓଡ଼ିଶାର ଅସ୍ମିତା ଓ ଅଖଣ୍ଡତାର ପରିଚୟ । ଗୋ ବ୍ୟାକ ଆନ୍ଧ୍ର.. ଗୋ ବ୍ୟାକ...ଏହି ନାରା ହିଁ ବେଶ୍‌ ଚର୍ଚ୍ଚିତ । ତେବେ ଆଜି ଉତ୍କଳ ଦିବସରେ ଧର୍ମେନ୍ଦ୍ରଙ୍କ ଏହି ନାରାକୁ ନେଇ ବେଶ୍‌ ଚର୍ଚ୍ଚା ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Argus Whatsapp Channel Mobile Top
Sponsored
Dharmendra Pradhan | Argus News