Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

‘କୃଷି ଭବନ’ କୃଷି କ୍ଷେତ୍ରକୁ ଦେବ ନୂଆ ପରିଚୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
‘କୃଷି ଭବନ’ କୃଷି କ୍ଷେତ୍ରକୁ ଦେବ ନୂଆ ପରିଚୟ

Key Points

କୃଷି ଭବନର ଉଦଘାଟନ ସହ ମୂର୍ତ୍ତିକା ଭବନ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ।
କହିଲେ, ‘କୃଷି ଭବନ’ କୃଷି କ୍ଷେତ୍ରକୁ ଦେବ ନୂଆ ପରିଚୟ ।
ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତ୍ତିଙ୍କ ଯୁଗଳ ବେଶ ଦର୍ଶନ କଲେ ।

ସମ୍ବଲପୁରରେ ଆନ୍ତଃ ଜିଲ୍ଲା ଚାମ୍ପିୟନସିପ୍ ସିଏମ୍ ଟ୍ରଫିରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ପ୍ରତିଭାବାନ କ୍ରୀଡାବିତଙ୍କୁ ଅନ୍ବେଷଣ କରିବାରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି। କୃଷି ଭବନର ଉଦଘାଟନ ସହ ମୂର୍ତ୍ତିକା ଭବନ ପରିଦର୍ଶନ କରିଛନ୍ତି। ଶୀତଳଷଷ୍ଠୀ ଅବସରରେ ଦେବଦମ୍ପତ୍ତିଙ୍କ ଯୁଗଳ ବେଶ ଦର୍ଶନ ବି କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ସମ୍ବଲପୁର ବୀର ସୁରେନ୍ଦ୍ର ସାଏ ଷ୍ଟାଡିୟମରେ ସମ୍ବଲପୁର, ଭୁବନେଶ୍ବର, କେନ୍ଦୁଝର ଓ ଗଞ୍ଜାମ ୪ ଜୋନକୁ ନେଇ ଅନୁଷ୍ଠିତ ଆନ୍ତଃ ଜିଲ୍ଲା ଚାମ୍ପିୟନସିପ ସିଏମ ଟ୍ରଫି 2025 ସମାରୋହରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଖେଳ ପରମ୍ପରାକୁ ଆଗେଇ ନେବା ସହ ତୃଣମୂଳସ୍ତରରୁ ପ୍ରତିଭାବାନ କ୍ରୀଡାବିତଙ୍କୁ ଅନ୍ବେଷଣ କରିବା ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଏହି ପ୍ରତିଯୋଗିତାର ଆୟୋଜନ ପ୍ରଶଂସନୀୟ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ସମସ୍ତ ଯୁବ ଖେଳାଳିଙ୍କ ଉଜ୍ବଳ ଭବିଷ୍ୟତ କାମନା କରୁଥିବା ସେ କହିଛନ୍ତି ।

‘ଶୀତଳ ଷଷ୍ଠୀ’ର ପବିତ୍ର ଅବସରରେ ସମ୍ବଲପୁରରେ କୃଷି ଭବନର ଉଦଘାଟନ କରିବା ସହ ମୂର୍ତ୍ତିକା ଭବନ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ‘କୃଷି ଭବନ’ କୃଷି କ୍ଷେତ୍ରକୁ ନୂଆ ପରିଚୟ ଦେବ । ଡବଲ ଇଞ୍ଜିନ ସରକାର ଲମ୍ବା ସମୟ ଧରି ଥିବା ଓଡ଼ିଶାର ମୌଳିକ ଆବଶ୍ୟକତାକୁ ପୂରଣ କରୁଛନ୍ତି । ଓଡ଼ିଶାର ଗରିବ, ଚାଷୀ, ମହିଳା, ଯୁବକଙ୍କ କଲ୍ୟାଣ ଏବଂ ଶିଶୁଙ୍କୁ ଉପଯୁକ୍ତ ପୋଷଣ ପ୍ରଦାନ କରିବା ଦିଗରେ ଡବଲ ଇଞ୍ଜିନ ସରକାର ସମର୍ପିତ । କୃଷି ଭବନ ପରିସରରେ “ମାଆ ପାଇଁ ଗଛଟିଏ” ଅଭିଯାନରେ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ । କହିଛନ୍ତି, ଏହା କେବଳ ଏକ ଗଛ ନୁହେଁ, ବରଂ ମାଆଙ୍କ ପ୍ରତି ଥିବା ଆମର ସ୍ନେହ, ଶ୍ରଦ୍ଧା ଓ ଭଲ ପାଇବାର ଏକ ନିଚ୍ଛକ ପ୍ରମାଣ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏବଂ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଉପସ୍ଥିତ ଥିଲେ ।

ସମ୍ବଲପୁରରେ ପବିତ୍ର ଶୀତଳଷଷ୍ଠୀ ଅବସରରେ ଦେବ ଦମ୍ପତ୍ତିଙ୍କ ବିବାହ ସରିବା ପରେ ଆଜି କନ୍ୟା ଘରେ ଯୁଗଳ ବେଶ ଧାରଣା କରି ଦର୍ଶନ ଦେଉଛନ୍ତି । କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ତାଙ୍କ ପତ୍ନୀ ମୃଦୁଲା ଠାକୁର ପ୍ରଧାନ ଓ ପଂଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ମାତା ପାର୍ବତୀ ଙ୍କ ଘରେ ପହଂଚି ଯୁଗଳ ଦର୍ଶନ କରିଛନ୍ତି । ଦଲେଇପଡା ଗୁପ୍ତେଶ୍ବର ବାବା, ମୁଦୀପଡା ଜାଗେଶ୍ବର ବାବା, ନନ୍ଦପଡା ବାଲୁଙ୍କେଶ୍ଵର ବାବା ଓ ଝାଡୁଆପଡା ଲୋକନାଥ ବାବା ଙ୍କ କନ୍ୟା ଘରେ ପହଚି ଦେବ ଦମ୍ପତ୍ତି ଙ୍କୁ ଦର୍ଶନ କରିଛନ୍ତି । କେନ୍ଦ୍ର ମନ୍ତ୍ତୀ କହିଛନ୍ତି ଯୁଗଳ ଦର୍ଶନ କରି ଆର୍ଶିବାଦ ପାଇବା ବଡ ସୌଭାଗ୍ୟ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
'Krishi Bhavan' will give a new identity to the agricultural sector | Argus News