Videos
|
Odisha

କାଦୁଅ ପଚ ପଚ ରାସ୍ତା ପାଇଁ ଦୁର୍ଦ୍ଦଶାରେ `କୁଡିମୁଣ୍ଡା'

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାଦୁଅ ପଚ ପଚ ରାସ୍ତା ପାଇଁ ଦୁର୍ଦ୍ଦଶାରେ `କୁଡିମୁଣ୍ଡା'

Key Points

ରାସ୍ତା ବଖାଣୁଛି ଗାଁ ଦୁର୍ଦ୍ଦଶା
କଲବଲ କରୁଛି କାଦୁଅ ରାସ୍ତା
ଯେଉଁଠି ଦେଖ ଖାଲ ସହ କାଦୁଅ ଭର୍ତ୍ତି
କାଦୁଅ ପଚ ପଚ ରାସ୍ତା ପାଇଁ ଦୁର୍ଦ୍ଦଶାରେ `କୁଡିମୁଣ୍ଡା'

ଆଦିବାସୀ ଅଧୁଷିତ ମୟୂରଭଞ୍ଜ ବଡ଼ସାହିର ଦୁଇ ଅବହେଳିତ ଗାଁ ଧନାପାଳ ଏବଂ କୁଡିମୁଣ୍ଡା । ଏମିତିତ 2 ଗାଁରେ ଅନେକ ସମସ୍ୟା ହେଲେ ରାସ୍ତା ସମସ୍ୟା କରୁଛି କଲବଲ। ଯେଉଁଠି ଦେଖ ରାସ୍ତାରେ ଖାଲଖମାରେ ଭର୍ତ୍ତି । ଆଉ ବର୍ଷା ଦିନେ ଏହି ରାସ୍ତାରେ ଜମୁଛି ପାଣିକାଦୁଅ । ଟିକିଏ ନଜର ପକାନ୍ତୁ ଏହି ରାସ୍ତା ଉପରେ କିଭଳି ଆଣ୍ଠୁଏ ଆଣ୍ଠୁଏ ଖାଲରେ ବର୍ଷା ପାଣି ଭରି କୃତ୍ରିମ ପୋଖରୀରେ ପରିଣତ ହୋଇଛି । ଆଉ ଏହି ପାଣି ଭିତରେ ପସି ଯାତାୟତ କରୁଛନ୍ତି ଆବାଳ ବୃଦ୍ଧ ବନିତା।

ଗାଁକୁ ସଂଯୋଗ କରୁଥିବା ଏହି ଗୋଟିଏ ରାସ୍ତା କାହିଁକି ଗାଁର ଭିତର ବାହାର ଯେଉଂଟିକି ଦେଖ ରାସ୍ତା କାଦୁଅ ପଚପଚ। ଏହି ଗାଁର ରାସ୍ତାଟି ମିରିଗିଦାରି, ଉତ୍ତରପାଳ,କୁଡିମୁଣ୍ଡା ଏବଂ ଧନାପାଳ ଚାରି ଖଣ୍ଡ ଗାଁର ପାଖାପାଖି ଦୁଇ ହଜାରରୁ ଊର୍ଦ୍ଧ୍ବ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଥିବା ବେଳେ ରାସ୍ତା ପାଲଟିଛି ମରଣଯନ୍ତା। ପକ୍କା ରାସ୍ତାଟିଏ ପାଇଁ ପଞ୍ଚାୟତ ଠାରୁ ବ୍ଲକ୍ ଧାଇଁ ଧାଇଁ ନୟାନ୍ତ ହେଲେଣି ହେଲେ କେହି କଥା ଶୁଣୁ ନାହାଁନ୍ତି ବୋଲି ଅଭିଯୋଗ ହୋଇଛି  କାଦୁଅରେ କଲବଲ ସୀମାନ୍ତର ଗାଁ। ମାଟି ରାସ୍ତାରେ ବର୍ଷା ପାଣି କରୁଛି ହନ୍ତସନ୍ତ । ତେବେ କାହିଁକି ଗାଁକୁ ରାସ୍ତା ସଂଯୋଗ ହୋଇ ପାରୁନି ତାହା ପ୍ରଶ୍ନବାଚୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
kudimunda-in-trouble-due-to-muddy-roads | Argus News