Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିବାହ ପ୍ରତିଶ୍ରୁତି ଦେଇ ହୋମଗାର୍ଡଙ୍କୁ ପ୍ରତାରଣା, ଫେରାର୍ ବେଳେ କୁଜଙ୍ଗ IICଙ୍କୁ ଖୋର୍ଦ୍ଧାରୁ ଧରିଲା ପୋଲିସ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ବିବାହ ପ୍ରତିଶ୍ରୁତି ଦେଇ ହୋମଗାର୍ଡଙ୍କୁ ପ୍ରତାରଣା, ଫେରାର୍ ବେଳେ କୁଜଙ୍ଗ IICଙ୍କୁ ଖୋର୍ଦ୍ଧାରୁ ଧରିଲା ପୋଲିସ

Key Points

ବନ୍ଧା ହେଲେ କୁଜଙ୍ଗ ଥାନା ବାବୁ । ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ପ୍ରତାରଣା କରିବା ଅଭିଯୋଗରେ କୁଜଙ୍ଗ ଥାନା ଅଧିକାରୀଙ୍କୁ ଗିରଫ କରିଛି ପୋଲିସ ।

ଜଗତସିଂହପୁର: ପୋଲିସକୁ ବାନ୍ଧିଲା ପୋଲିସ । ବନ୍ଧା ହେଲେ କୁଜଙ୍ଗ ଥାନା ବାବୁ । ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ପ୍ରତାରଣା କରିବା ଅଭିଯୋଗରେ କୁଜଙ୍ଗ ଥାନା ଅଧିକାରୀଙ୍କୁ ଗିରଫ କରିଛି ପୋଲିସ । କୁଜଙ୍ଗ ଥାନା ଅଧିକାରୀ ତପନ କୁମାର ନାହାକ ଗିରଫ ହୋଇଥିବା ବେଳେ ତାଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ ଡିଜି ।


ତପନ ନାହାକଙ୍କ ବିରୋଧରେ ବିଏନଏସ୍ ଦଫା ୬୮, ୬୯ ଲଗାଇଛି ପୋଲିସ । ସୂଚନା ଅନୁସାରେ, ତପନ କୁମାର ନାହକ ଜଗତସିଂହପୁର ସଦର ଥାନାର ଅତିରିକ୍ତ ଥାନା ଅଧିକାରୀ ଥିବା ସମୟରେ ଜଣେ ମହିଳା ହୋମ୍ ଗାର୍ଡଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା । ପରେ ନିଜ କ୍ଷମତାର ଅପ ବ୍ୟବହାର କରି ତପନ ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିଥିଲେ । ଆଉ ପରେ କରିଥିଲେ ପ୍ରତାରଣା ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏନେଇ ମହିଳା ହୋମଗାର୍ଡ ଜଣଙ୍କ ଜଗତସିଂହପୁର ଏସ୍‌ପିଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହା ପରେ ଜଗତସିଂହପୁର ପୋଲିସର ୯ ଜଣିଆ ଟିମ୍ ଛାନଭିନ୍ କରିଥିଲା । ପୀଡ଼ିତାଙ୍କ ଏତଲା ପରେ କୁଜଙ୍ଗ ଥାନା ଛାଡ଼ି ତପନ ନାହାକ ଫେରାର୍ ହୋଇ ଯାଉଥିବା ବେଳେ ଖୋର୍ଦ୍ଧା ନିକଟରେ ମାଡ଼ି ବସିଥିଲା ପୋଲିସ ।


ଗିରଫ ତପନଙ୍କୁ ଆଜି ସଦର ଥାନା ପୋଲିସ ଜଗତସିଂହପୁର କୋର୍ଟରେ ହାଜର କରିଛି । ଏହା ପୂର୍ବରୁ ତପନ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନାରେ ଥିବା ବେଳେ ତାଙ୍କୁ ନିଲମ୍ବିତ କରାଯାଇଥିଲା । ଏବେ ପୁଣି ଥରେ ସେ ହୋମଗାର୍ଡଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଗିରଫ ହେବା ସହ ନିଲମ୍ବିତ ହୋଇଛନ୍ତି ।

Sponsored
Kujang IIC Tapan Nahak Arrested In Love And Sex Case | Argus News