Videos
|
Odisha

ବିଜେଡି ଶାସନର ୨୪ ବର୍ଷରେ କୁଞ୍ଜବେଲିର ଅବସ୍ଥା ହୋଇଛି ବେହାଲ

Rashmita Mishra
Browse all articles by Rashmita Mishra
·1 year ago·2 min read
ବିଜେଡି ଶାସନର ୨୪ ବର୍ଷରେ କୁଞ୍ଜବେଲିର ଅବସ୍ଥା ହୋଇଛି ବେହାଲ

Key Points

ମୌଳିକ ସୁବିଧାଠୁ ବହୁ ଦୂରରେ ନୟାଗଡ଼ ଖଣ୍ଡପଡ଼ାର କୁଞ୍ଜବେଲି ଗାଁ
ପାଇପ୍ ପଡ଼ିଛି ଆସୁନି ପାଣି,ପିଇବା ପାଇଁ ଏଠି ପୋଖରୀ ପାଣି ହିଁ ସାହା
ବର୍ଷ ବର୍ଷ ଧରି ମରାମତି ହୋଇନି ରାସ୍ତା, ଯାଆସ ପାଇଁ ଲୋକେ କଲବଲ୍
ବିଜେଡି ଶାସନର ୨୪ ବର୍ଷରେ କୁଞ୍ଜବେଲିର ଅବସ୍ଥା ହୋଇଛି ବେହାଲ

ରାଜଧାନୀଠୁ ନୁହେଁ ବେଶୀ ଦୂର । କିନ୍ତୁ ଦୁର୍ଗମ ଇଲାକା ପରି ଦେଖିବାକୁ ମିଳୁଛି । ନୟାଗଡ଼ ଖଣ୍ଡପଡ଼ା ବ୍ଲକ୍ ଗଡ଼ିଆସାହି ପଞ୍ଚାୟତର କୁଞ୍ଜବେଲି ଗାଁ। ମୌଳିକ ସୁବିଧା ଏହି ଗ୍ରାମବାସୀଙ୍କ ପାଇଁ ଏବେବି ସାତ ସପନ। ଗଡ଼ିଆସାହି ପଞ୍ଚାୟତକୁ ଦୁଇ ଭାଗ କରୁଛି କୁଆଁରୀଆ ନଈ। ନଦୀ ଏପଟେ ୧୧ଟି ୱାର୍ଡର ଅବସ୍ଥା ଗୋଟେ ପ୍ରକାର କିନ୍ତୁ ସେପଟେ ଥିବା ୫ଟି ୱାର୍ଡର ୩ଟି ଗାଁ ସରପୋଖରୀ, କୁଞ୍ଜବେଲି ଓ ରାକେସିଆର ଅବସ୍ଥା ନକହିବା ଭଲ।


ସବୁଠାରୁ ବେଶୀ ସମସ୍ୟାରେ କୁଞ୍ଜବେଲି ଗାଁ। ଏଠାରେ ପାଇପ୍ ବିଛାହୋଇଛି ବହୁ ବର୍ଷ ତଳୁ କିନ୍ତୁ ପାଣି ଆସୁନି। ଗାଁରେ ଥିବା ସରକାରୀ ନଳକୂଅରୁ ପାଣି ବାହାରୁନି । ବାଧ୍ୟ ହୋଇ ଗାଁ ଲେକେ ପୋଖରୀର ଦୁଷିତ ପାଣି ବ୍ୟବହାର କରୁଛନ୍ତି । ସେହିପରି ରାସ୍ତାର ଅବସ୍ଥା ନକହିବା ଭଲ। କେଉଁ ବର୍ଷ ବର୍ଷ ଧରି ଏହା ମରାମତି ହୋଇନାହିଁ। ଯେଉଁଥିପାଇଁ ପାଖଗାଁକୁ ଲକ୍ଷ୍ମୀ ବସ ଆସୁଥିଲେ ବି କୁଞ୍ଜବେଲି ଗାଁକୁ ବସ ଖରାପ ରାସ୍ତା ପାଇଁ ଆସିପାରୁନି। ଏହି ଗାଁ ଲୋକେ ଯାଆସ ପାଇଁ ନାହିଁନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି।

ସେହିପରି ଗଡ଼ିଆସାହି ପଞ୍ଚାୟତରେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବାକୁ ଦୀର୍ଘ ବର୍ଷ ଧରି ଦାବି କରିଆସୁଥିଲେ ପଞ୍ଚାୟତବାସୀ। ୨୪ ବର୍ଷ ଶାସନରେ ରହି ବିଜେଡି ସରକାର ଶୁଣିନଥିଲା। କିନ୍ତୁ ସରକାର ବଦଳିବା ପରେ ଏବେ ଏକ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ଚାଲିଛି। ଯାହାକୁ ନେଇ ପୂରା ପଞ୍ଚାୟତ ବାସୀ ଖୁସି।
ଖଣ୍ଡପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ କହିଛନ୍ତି ଡାକ୍ତରଖାନା ସମସ୍ୟାର ଦୂର ହେବାକୁ ଯାଉଛି, କୁଞ୍ଜବେଲି ଗାଁର ରାସ୍ତା ଓ ପାନୀୟ ଜଳ ସମସ୍ୟା ଦୂର ପାଇଁ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ।

ଗାନ୍ଧିଜୀ କହିଥିଲେ ଯେ ପର୍ଯ୍ୟନ୍ତ ଗାଁର ବିକାଶ ହୋଇନି ଦେଶର ବିକାଶ ହୋଇପାରିବ ନାହିଁ। ତେଣୁ ୨୪ ବର୍ଷ ବିଜେଡି ଶାସାନରେ ଯେଉଁ ଅବହେଳା ଏହି। ପଞ୍ଚାୟତ ପ୍ରତି କରାଯାଇଛି ନୂଆ ବିଜେପି ସରକାର ତାର ଅନ୍ତ ଘଟାଇବେ ବୋଲି ଗାଁ ଲୋକେ ଆଶାବାଦୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
kunjabelis-condition-has-deteriorated-in-24-years-of-bjd-rule | Argus News