Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେ.ଭିଙ୍କ ପ୍ରଶ୍ନ ୟୁପିଏ ସରକାର ଦକ୍ଷିଣପୂର୍ବ ରେଲୱେ କଲାବେଳେ କାହିଁକି ଚୁପ୍ ଥିଲା ବିଜେଡି ?

Odisha

କେ.ଭିଙ୍କ ପ୍ରଶ୍ନ ୟୁପିଏ ସରକାର ଦକ୍ଷିଣପୂର୍ବ ରେଲୱେ କଲାବେଳେ କାହିଁକି ଚୁପ୍ ଥିଲା ବିଜେଡି ?

Rashmita Mishra
Browse all articles by Rashmita Mishra
·1 year ago·2 min read
କେ.ଭିଙ୍କ ପ୍ରଶ୍ନ ୟୁପିଏ ସରକାର ଦକ୍ଷିଣପୂର୍ବ ରେଲୱେ କଲାବେଳେ କାହିଁକି ଚୁପ୍ ଥିଲା ବିଜେଡି ?

Key Points

  • ପୂର୍ବତଟ ରେଳପଥରୁ ୱାଲଟିୟର ଡିଭିଜନ ଅଲଗା ହେବାକୁ ନେଇ ବିଧାନସଭାରେ ତାତି
  • ବିଜେଡି ସହ ସ୍ବର ମିଳାଇ କଂଗ୍ରେସ ବି କହିଲା ୱାଲଟିୟର ଅଲଗା ହେଲେ ଓଡ଼ିଶାକୁ କ୍ଷତି
  • କେ.ଭିଙ୍କ ପ୍ରଶ୍ନ ୟୁପିଏ ସରକାର ଦକ୍ଷିଣପୂର୍ବ ରେଲୱେ କଲାବେଳେ କାହିଁକି ଚୁପ୍ ଥିଲା ବିଜେଡି ?
  • ରେଳମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଓଡ଼ିଶାରୁ ଇଞ୍ଚେ ବି ରେଳ ଲାଇନ୍ ୱାଲଟିୟର ଡିଭିଜନକୁ ଯିବନି
  • ମୋଦି ସରକାର ଆସିବା ପରେ ଓଡ଼ିଶାକୁ ଦାବିଠୁ ବି ଅଧିକ ମିଳୁଛି ରେଲୱେ ପାଣ୍ଠି
  • ଯୁପିଏ ସରକାରରେ ମାଗିବା ସତ୍ତ୍ବେ ଓଡ଼ିଶାକୁ ରେଳ ଅନୁଦାନ ଟପୁନଥିଲା ୧୦୦୦ କୋଟି

ଅର୍ଗସ ବ୍ୟୁରୋ: ପ୍ରସ୍ତାବିତ ଦକ୍ଷିଣ ତଟ ରେଳପଥ ଅଧିନକୁ ୱାଲଟିୟର ଡିଭିଜନ୍ ଯିବା ନେଇ ବୁଧବାର ବିଧାନସଭାରେ ହୋଇଛି ତମ୍ବିତୋଫାନ୍। ଶୂନ୍ୟକାଳରେ ଏ ପ୍ରସଙ୍ଗରେ ମୁହାଁ ମୁହିଁ ହୋଇଥିଲେ ବିଜେଡି ବିଜେପି। ବିଜେଡିର ଯୁକ୍ତି ୱାଲଟିଅର ଡିଭିଜନ ଉଠିଗଲେ ଓଡ଼ିଶା ୨୦ ହଜାର କୋଟି ଟଙ୍କାର କ୍ଷତି ସହିବ। ଓଡ଼ିଶା ବିରୁଦ୍ଧରେ ଷଡ଼ଯନ୍ତ୍ରକୁ ବରଦାସ୍ତ କରାଯିବନି। କଂଗ୍ରେସ ମଧ୍ୟ ବିଜେଡି ସହ ମିଶାଇଥିଲା ସ୍ବର। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଓଡ଼ିଶାର ସ୍ବାର୍ଥକୁ ଦେଖୁନାହାନ୍ତି ରେଳମନ୍ତ୍ରୀ। ଏହର ଜବାବରେ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ଓଡ଼ିଶାରୁ ଇଞ୍ଚେ ବି ରେଳ ଲାଇନ ଅନ୍ୟ ରାଜ୍ୟକୁ ଯିବନି। ପ୍ରଶ୍ନ କରିଛନ୍ତି ୟୁପିଏ ସରକାର ଦକ୍ଷିଣ ପୂର୍ବ ରେଳପଥ ପ୍ରତିଷ୍ଠା କରୁଥିବା ବେଳେ ବିଜେଡି ଚୁପ୍ ରହିଥିଲା କାହିଁକି ? ନୌଟଙ୍କି କରିବା ବିଜେଡିର ଅଭ୍ୟାସ ବୋଲି କହିଛନ୍ତି କେଭି।

 ଓଡ଼ିଶାର ଇଞ୍ଚେ ବି ରେଳପଥ ପ୍ରସ୍ତାବିତ ସାଉଥ୍ କୋଷ୍ଟ ରେଲୱେରେ ମିଶିବ ନାହିଁ। ଏହା ସ୍ପଷ୍ଟ କରିସାରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଗତ ୩ ତାରିଖରେ ଓଡ଼ିଶାର ବିଜେପି ସାଂସଦମାନେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ରେଳ ମନ୍ତ୍ରୀଙ୍କୁ ଭେଟିଥିଲେ। ଏହାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅଶ୍ବିନୀ କହିଛନ୍ତି ଓଡ଼ିଶାର ସ୍ବାର୍ଥ ସହ କୌଣସି ସାଲିସ କରାଯିବନି। ଓଡ଼ିଶାରେ ପୂର୍ବପରି ୩ଟି ଡିଭିଜନ ହିଁ ରହିବ। ୱାଲଟିଅର ଡିଭିଜନ ଦକ୍ଷିଣ ତଟ ରେଳପଥ ଅଧିନକୁ ଯିବାକୁ ଥିବା ବେଳେ ରାୟଗଡ଼ାରେ ଏକ ନୂଆ ଡିଭିଜିନ କରାଯିବ। ଏଥିପାଇଁ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ରାୟଗଡ଼ାରେ ନୂଆ ରେଳ ଡିଭିଜନ ଓଡ଼ିଶାରେ ରେଳ ବିକାଶ ଦୃଷ୍ଟିରୁ ବଡ଼ ଉପଲବ୍ଧି ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ରାୟଗଡ଼ାରେ ନୂଆ ଡିଭିଜନ ପାଇଁ ୧୦୭ କୋଟି ଟଙ୍କାର ଟେଣ୍ଡର ସେପ୍ଟେମ୍ବର ମାସରୁ ହୋଇସାରିଛି। ଡିଭିଜନ ମୁଖ୍ୟାଳୟ ଏବଂ ଅଧିକାରୀ ଓ କର୍ମଚାରୀମାନଙ୍କ ବାସଗୃହ ନିର୍ମାଣ ପରେ ନୂଆ ଡିଭିଜନ କାର୍ଯ୍ୟକ୍ଷମ ହେବ। ନୂଆ ରାୟଗଡ଼ା ଡିଭିଜନ ଅଧିନରେ ୱାଲଟିୟର ଡିଭିଜନ ଅନ୍ତର୍ଗତ ଓଡ଼ିଶା ଓ ଛତିଶଗଡ଼ର ସମସ୍ତ ରେଳପଥ ଏପରିକି ଆନ୍ଧ୍ରପ୍ରଦେଶର କିଛି ରେଳ ଲାଇନ ରହିବ। ଏପରିକି ଭାରତୀୟ ରେଳର ସର୍ବାଧିକ ଆୟକାରୀ କୋଟଭାଲସା- କିରଣ୍ଡୁଲ ରେଳପଥକୁ ବି ରାୟଗଡ଼ା ଡିଭିଜନ ଅଧିନରେ ରଖିବାକୁ ରେଳ ବିଭାଗ ନିଷ୍ପତ୍ତି ନେଇଛି। ଗୋଟେ ସମୟ ଥିଲା ବଜେଟ ପୂର୍ବରୁ ଓଡ଼ିଶାର ଏକ ପ୍ରତିନିଧି ମଣ୍ଡଳି ଦିଲ୍ଲୀ ଯାଇ ଅଧିକ ଅନୁଦାନ ଦେବାକୁ ରେଳମନ୍ତ୍ରୀଙ୍କ ପାଖରେ ଦାବି କରୁଥିଲା। ତା ସତ୍ତ୍ବେ ଓଡ଼ିଶାକୁ ରେଳ ଅନୁଦାନ ୧୦୦୦ କୋଟି ବି ଟପୁନଥିଲା। କିନ୍ତୁ ମୋଦି ସରକାର ଆସିବା ପରେ ରେଳ ବିକାଶ କ୍ଷେତ୍ରରେ ଓଡ଼ିଶା ପାଇଲା ଗୁରୁତ୍ବ। ଓଡ଼ିଶାର ଦାବିଠାରୁ ଯଥେଷ୍ଟ ଅଧିକ ଅନୁଦାନ ଅଜାଡ଼ି ଦେଲେ ମୋଦି ସରକାର। ଯେଉଁଥିପାଇଁ ଖୋଦ୍ ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଜଣାଇଥିଲେ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ୟୁପିଏ ସରକାର ବେଳେ ୨୦୦୯ରୁ ୨୦୧୪ ମଧ୍ୟରେ ଓଡ଼ିଶାକୁ ବାର୍ଷିକ ହାରାହାରି ୮୩୮ କୋଟି ଟଙ୍କାର ରେଳ ଅନୁଦାନ। ଆଉ କେବଳ ୨୦୨୪-୨୫ ଆର୍ଥିକ ବର୍ଷରେ ୧୦ ହାଜର ୫୮୬ କୋଟିର ଅନୁଦାନ ଓଡ଼ିଶାକୁ ମିଳିଛି। ଗତ ୧୦ ବର୍ଷରେ ଓଡ଼ିଶାକୁ ୭୫ ହଜାର କୋଟି ଟଙ୍କାର ମିଳିଛି ରେଳ ଅନୁଦାନ। 

Sponsored
KV's question: Why was BJD silent when the UPA government built the South Eastern Railway? | Argus News