Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଡମ୍ପର ଧକ୍କାରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

Odisha

ଡମ୍ପର ଧକ୍କାରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

Ritu Das
Browse all articles by Ritu Das
·1 year ago
ଡମ୍ପର ଧକ୍କାରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ: ପାରାଦୀପ ବନ୍ଦରରେ ଦୁର୍ଘଟଣା। ଡମ୍ପର ଚକାତଳେ ଚାଲିଗଲା ଶ୍ରମିକଙ୍କ ଜୀବନ। ବିଳମ୍ଵିତ ରାତିରେ ଘଟିଛି ଏହି ଘଟଣା। ମୃତ ଶ୍ରମିକ ଜଣକ ହେଲେ କୁଜଙ୍ଗ ପାନପଲ୍ଲୀ ଗାଁର ଭ୍ରମର ବର ସ୍ଵାଇଁ। ଦୁର୍ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ହସ୍ପିଟାଲକୁ ପଠାଇବା ସହିତ ପୋଲିସ ତାଙ୍କ ପରିବାର ଲୋକଙ୍କୁ ଖବର ପଠାଇଛି।


ପରିବାର ଲୋକ ଆସିବା ପରେ ତାଙ୍କ ମୃତଦେହ ହସ୍ତାନ୍ତର କରାଯିବ। ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି। ଡ୍ୟୁଟିରେ କାର୍ଯ୍ୟରତ ଥିବାବେଳେ ମୃତ୍ୟୁ ହୋଇଥିବାରୁ ସାଥୀ ଶ୍ରମିକ ମାନେ ଦୁର୍ଘଟଣା ସ୍ଥଳରେ ପ୍ରତିବାଦ ଜାରି ରଖିଛନ୍ତି। ସେ ଟାଟା ପ୍ଲଟରେ କାର୍ଯ୍ୟରତ ଥିବାବେଳେ ଚଢିଗଲା ହାଇୱା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Laborer killed in dumper collision | Argus News