କାଠପୋଲ ନେଉଛି ଗର୍ଭବତୀଙ୍କ ଜୀବନ

ଗଜପତି: ଗଜପତି ଜିଲ୍ଲା ଗଠନକୁ ପୁରିଲା ୩୧ ବର୍ଷ । ହେଲେ ଏବେ ବି ଜିଲ୍ଲାର ଅନେକ ଗାଁ ରହିଛି ଯେଉଁଠି ଅନେକ ମୌଳିକ ସୁବିଧା ପହଞ୍ଚି ପାରୁନାହିଁ । ରାଜ୍ୟ ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହି ଡିଣ୍ଡିମ ପିଟୁଥିବାବେଳେ ମୌଳିକ ସୁବିଧା ଟିକକ ବି ପାଉନାହାନ୍ତି ଲୋକେ ।
ଗଜପତି ଜିଲ୍ଲା ରାୟଗଡ ବ୍ଲକ ମାର୍ଲବା ପଞ୍ଚାୟତର ଲିମରସିଂ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଏହି ଗାଁ ଲୋକଙ୍କ ପାଇଁ କାଠପୋଲ ହିଁ ଭରସା । ରୋଗୀ, ଗର୍ଭବତୀ, ସ୍କୁଲ ପିଲା ସମସ୍ତଙ୍କ ପାଇଁ ଇଏ ଗୋଟିଏ ବାଟ । ନିର୍ବାଚନ ସମୟ ଆସିଲେ ବଡବାବୁମାନେ ଗାଁ ଆସନ୍ତି । ରାସ୍ତା ମିଳିବ ସବୁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶ୍ରୁତି ବି ଦିଅନ୍ତି । ହେଲେ ନିର୍ବାଚନ ସରିଲେ ଏ ଗାଁକୁ ଆଉ ବଡବାବୁମାନଙ୍କ ପାଦ ପଡେନି ।
📱 Get Argus News App
✨ରାଜ୍ୟ ସରକାରଙ୍କ ଯୋଜନା କେବଳ ପ୍ରଚାରରେ ସୀମିତ । ସରକାର ଗ୍ରାମାଞ୍ଚଳର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା କହି ଡିଣ୍ଡିମ ପିଟୁଛନ୍ତି । ହେଲେ ଇଏ ତାର ପ୍ରକୃତ ଚିତ୍ର । ବାରମ୍ବାର ନେହୁରା ହେବା ସତ୍ତ୍ୱେ କିଛି ସୁଫଳ ମିଳୁନି । ବାଧ୍ୟ ହୋଇ କାଠପୋଲରେ ଯାତାୟାତ କରୁଛନ୍ତି ଏମାନେ । କାରଣ ଯେଉଁ ମାଟି ରାସ୍ତା ଅଛି ସେହି ରାସ୍ତା ଦେଇ ଦୁଇ ଚକିଆ ଯାନ ଯିବା ବି କଷ୍ଟକର । ଖାସ୍ କରି ଗର୍ଭବତୀ ମହିଳାମାନେ ବେଶୀ ହଇରାଣ ହେଉଛନ୍ତି । ଗତବର୍ଷ ପୋଲ, ଆଉ ରାସ୍ତା କାମ ନହେଲେ ନିର୍ବାଚନ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ଗ୍ରାମବାସୀ । ହେଲେ କିଛି ସୁଫଳ ମିଳିଲାନି ।