ବିଜେଡିର ଗେମ୍ ଓଭର କରିଦେବ ଲାଡଲି !

Key Points
- ଲାଡଲି ଯୋଜନା ବିଜେଡି ପାଇଁ କାଳ
- ୨୪ ମିଶନଶକ୍ତିକୁ ଚ୍ୟାଲେଞ୍ଜ କରିବ ଏହି ଯୋଜନା
- ଚିନ୍ତାରେ ବିଜେଡି ସୁପ୍ରିମୋ
ଅର୍ଗସ ବ୍ୟୁରୋ : ୨୪ ନିର୍ବାଚନ ଜିତିବା ବିଜେଡି ପାଇଁ ଜିତିବା ସେତେଟା ସହଜ ହେବନାହିଁ । ପ୍ରତି ନିର୍ବାଚନ ପୂର୍ବରୁ ଯେମିତି ନୂଆନୂଆ ଯୋଜନା କରନ୍ତି ନବୀନ ସରକାର ତାହା ସମସ୍ତଙ୍କୁ ଜଣା । ଆଉ ସେହି ନୂଆ ଯୋଜନାରେ ହିଁ ସେମାନେ ନିର୍ବାଚନ ବୈତରଣୀ ପାର କରନ୍ତି । କିନ୍ତୁ ନିର୍ବାଚନ ପରେ ଯୋଜନା କେତେ କାର୍ଯ୍ୟକାରୀ ହୁଏ ତାହା ସମସ୍ତଙ୍କୁ ଜଣା । ହେଲେ ବି ଯୋଜନା ବିଜେଡିକୁ ଜିତାଇବାକୁ ବଡ଼ ଭୂମିକା ନିର୍ବାହ କରେ । ଖାସ୍ କରି ମହିଳାଙ୍କ କ୍ଷେତ୍ରରେ ମିଶନ ଶକ୍ତି ବେଶ ଗୁରୁତ୍ଵବହନ କରେ । କିନ୍ତୁ ଆଗାମୀ ନିର୍ବାଚନରେ କାଳେ ଏହି ଯୋଜନା ଜିତିବାରେ ବିଜେଡିକୁ ସେତେଟା ସହଯୋଗ କରିବ ନାହିଁ । କାରଣ ବିଜେପି ଖେଳିବ ଲାଡଲି ଯୋଜନା । ଯାହାକୁ ନେଇ ଏବେ ଶଙ୍ଖ ଶିବିରରେ ପଶିଲାଣି ଛନକା ।
ସାଧାରଣ ନିର୍ବାଚନକୁ ଆଉ ମାତ୍ର ଦିନ କେଇଟା ବାକି ରହିଛି । ତେଣୁ ପୁଣି ଥରେ କ୍ଷମତାକୁ ଫେରିବାକୁ ଚେଷ୍ଟା କରିବ ବିଜେଡି । ହେଲେ ଏଥର ବିଜେପି ଯେମିତି ଆଗ୍ରେସିଭ୍ ମୋଡରେ ନିର୍ବାଚନ ମୈଦାନକୁ ଓହ୍ଲାଉଛି, ସେଥିରେ ବିଜେଡିକୁ ଜିତିବା ସହଜ ନୁହେଁ ବରଂ ବଡ଼ କଷ୍ଟ । ନବୀନ ବାବୁ ସବୁବେଳେ ମିଶନଶକ୍ତି ଯୋଜନାକୁ ଆୟୁଧ କରି ଭୋଟ୍ ବ୍ୟାଙ୍କକୁ ସୁରକ୍ଷିତ ରଖିଛନ୍ତି । ହେଲେ ଏଥର ସେ ଚାଲ ଆଉ ଚଳିବନି ।
ଗୁରୁତ୍ଵପୂର୍ଣ୍ଣ କଥାହେଲା ମଧ୍ୟପ୍ରଦେଶରେ ବିଜେପି ପାଇଁ ଗେମ୍ ଚେଞ୍ଜର ହୋଇଥିଲା ଲାଡଲି ବେହେନା ସ୍କିମ । ଯେଉଁଥିରେ ଗରିବ, ଅସହାୟ ଓ ଦିବ୍ୟାଙ୍ଗ ମହିଳାଙ୍କ ବ୍ୟାଙ୍କ ଖାତାକୁ ପ୍ରତି ମାସ ୧୨୫୦ ଟଙ୍କା ଲେଖାଁଏ ଦେଉଥିଲେ ଶିବରାଜ ସରକାର । ଭୋଟର କେଇ ମାସ ଆଗରୁ ଅର୍ଥାତ୍ ଗତ ମାର୍ଚ୍ଚ ମାସରୁ ଲଂଚ୍ ହୋଇଥିବା ଏ ସ୍କିମ୍ ମାତ୍ର ଶହେ ଦିନରେ ସଫଳତା ଆଣିବା ପରେ ଏବେ ଗେରୁଆ ଶିବିରରେ ଉତ୍ସାହ । ତେଣୁ ଚର୍ଚ୍ଚା ହେଉଛି ନବୀନଙ୍କ ମହିଳା ଭୋଟ ବ୍ୟାଙ୍କ ଭାଙ୍ଗିବାକୁ ବିଜେପି ଏଠି ବି ସମାନ ରଣନୀତି ଆପଣେଇବାକୁ ଯୋଜନା କରୁଛି ।
📱 Get Argus News App
✨ରାଜ୍ୟରେ ପ୍ରାୟ ୫୦ ପ୍ରତିଶତରୁ ଅଧିକ ମହିଳା ଭୋଟ । ମିଶନ ଶକ୍ତି ଜରିଆରେ ୬ ଲକ୍ଷ ୨ ହଜାର ଏସଏଚଜି ଗ୍ରୁପରେ ପ୍ରାୟ ୭୦ ଲକ୍ଷ ମହିଳା ଏସଏଚଜି ରହିଛନ୍ତି । ଯାହାକି ବିଜେଡିର ପ୍ରମୁଖ ଭୋଟ ବ୍ୟାଙ୍କ ବୋଲି କୁହାଯାଉଛି । ଗୋଟେ ପଟେ ରାଜ୍ୟରେ ସରକାରୀ ବିରୋଧୀ ହାୱା ବଢୁଥିବାରୁ ଏସଏଚଜିଙ୍କୁ ବିନା ସୁଧରେ ଋଣ, ମାଗଣା ସ୍କୁଟି ପୁଣି ମିଶନ ଶକ୍ତି କାଫେ ଏମିତି ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ମହିଳା ଭୋଟକୁ ଅକ୍ତିଆରରେ ରଖିଛି ବିଜେଡି । ହେଲେ ଲାଡଲି ଯୋଜନା ଯଦି ଓଡ଼ିଶାରେ ଲାଗୁ ହେବ ତେବେ ବିଜେଡି ପାଇଁ ଅଡୁଆ ବଢିବ ।