Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Journalist Died / ରାସ୍ତାରେ ପଡ଼ିଥିଲା ବାଲି, ସ୍ଲିପ୍‌ କଲା ଗାଡ଼ି.. ଚାଲିଗଲା ୨ ନୀରିହ ଜୀବନ

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·1 min read
ରାସ୍ତାରେ ପଡ଼ିଥିଲା ବାଲି, ସ୍ଲିପ୍‌ କଲା ଗାଡ଼ି.. ଚାଲିଗଲା ୨ ନୀରିହ ଜୀବନ
Accident

Key Points

ଘଟଣାସ୍ଥଳରେ ସାମ୍ବାଦିକାଙ୍କ ମୃତ୍ୟୁ ହୋଇଥିବା ବେଳେ, ଡାକ୍ତରଖାନାରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି ।

କାଳ ସାଜିଲା ଜାତୀୟ ରାଜପଥରେ ପଡ଼ିଥିବା ବାଲି । ରାସ୍ତାରେ ପଡ଼ିଥିବା ବାଲି ଯୋଗୁ ୨ ମହିଳାଙ୍କ ଜୀବନ ଯାଇଛି । ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଜମାଲପୁର ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସ୍କୁଟିକୁ ପଛପଟୁ ଧକ୍କା ଦେଇଥିଲା ଯାତ୍ରୀବାହୀ ବସ୍‌ । ଘଟଣାସ୍ଥଳରେ ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି ।

ମୃତକଙ୍କ ମଧ୍ୟରେ ଅଛନ୍ତି ସାମ୍ବାଦିକା ଶୀଲା ପଟ୍ଟନାୟକ । ଶୀଲା ଓ ଅନ୍ୟ ଜଣେ ମହିଳା ସ୍କୁଟିରେ ଯାଉଥିବା ବେଳେ, ପିପିଲି ମଙ୍ଗଳପୁର ଜମାଲପୁର ଛକରେ NHରେ ପଡ଼ିଥିବା ବାଲିରେ ତାଙ୍କ ସ୍କୁଟି ସ୍ଲିପ୍‌ କରିଥିଲା । ଦୁହେଁ ଗାଡ଼ିରୁ ପଡ଼ିଯିବା ପରେ ପଛପଟୁ ଆସୁଥିବା ଏକ ବସ୍‌ ତାଙ୍କ ଉପରେ ଚଢି ଯାଇଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଡାକ୍ତରଖାନାରେ ଅନ୍ୟ ଜଣଙ୍କ ମୃତ୍ୟୁ ହୋଇଛି ।

ରିପୋର୍ଟ ଅନୁସାରେ, ମହିଳା ସାମ୍ବାଦିକ ଏକ ସ୍କୁଟିରେ ଭୁବନେଶ୍ୱରରୁ ପୁରୀ ଯାଉଥିବା ସମୟରେ ଦୁର୍ଘଟଣା ଘଟିଥିଲା। ଏହା ଏତେ ଗୁରୁତର ଥିଲା ଯେ, ସ୍କୁଟିଟି ପ୍ରାୟ ୨୦ ମିଟର ଘୋଷାଡ଼ି ହୋଇଯାଇଥିଲା । ଫଳସ୍ୱରୂପ, ଶୀଲାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ପିପିଲି ପୋଲିସ ଦୁର୍ଘଟଣାଗ୍ରସ୍ତ ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Journalist Died | Lady journalist among two killed in Pipili road accident | Argus News