Videos
|
Odisha

ମଶା ମାରିବାକୁ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା, ଜାଣିଲେ ମୁଣ୍ଡରେ ହାତ ଦେବେ !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
ମଶା ମାରିବାକୁ ଖର୍ଚ୍ଚ ହୋଇଛି ଲକ୍ଷ ଲକ୍ଷ ଟଙ୍କା, ଜାଣିଲେ ମୁଣ୍ଡରେ ହାତ ଦେବେ !

ସରକାରୀ ତହବିଲରୁ ମଶା ଦମନ ପାଇଁ ୩୧ ଲକ୍ଷ ଖର୍ଚ୍ଚ କରିଛି ପୁରୀ ପୌର ପ୍ରଶାସନ। ତଥାପି ମଶା କାମୁଡ଼ାରେ ଅତିଷ୍ଠ ସହରବାସୀ। ଜୁନ ୨୦୨୪ରୁ ମଶା ଦମନ ପାଇଁ ୩୧ ଲକ୍ଷ ୫୬ ହଜାର ୮୪୦ ଟଙ୍କା ଖର୍ଚ୍ଚ ହୋଇଛି। ଖାଲି ପୁରୀ ପୌରାଞ୍ଚଳ ନୁହେଁ ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ କୋଣାର୍କ ଓ ପିପିଲିରେ ବି ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇଛି। ପୁରୀ ପୌରାଞ୍ଚଳରେ ୩୧ ଲକ୍ଷ ୫୬ ହଜାର ୮୪୦ ଟଙ୍କା, କୋଣାର୍କ ଏନଏସି ପାଇଁ ୧ ଲକ୍ଷ ୭୭ ହଜାର ଟଙ୍କା, ପିପିଲି ପାଇଁ ୬୭ ହଜାର ୬୬୦ ଟଙ୍କା ଓ ନିମାପଡ଼ା ପାଇଁ ୧୦ ହଜାର ୮୮୫ ଟଙ୍କା ଟଙ୍କା ଖର୍ଚ୍ଚ ହୋଇଛି। ତଥାପି ସହରରେ ମଶା ସମସ୍ୟା ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବେଳେ ପୌର ପାଳିକାର ସ୍ବଚ୍ଛତାକୁ ନେଇ ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ।

ଅନ୍ୟପଟେ ମଶା ଦୌରାତ୍ମ୍ୟର ପ୍ରମୁଖ କାରଣ ହେଉଛି ଖୋଲା ନାଳ ଓ ଜମି ରହୁଥିବା ବର୍ଜ୍ୟ। ଦୀର୍ଘ ଦଶନ୍ଧି ଧରି ଏହି ଖୋଲା ନାଳରେ ଶତ ପ୍ରତିଶତ ସ୍ଲାବ ପକାଇବାରେ ବିଫଳ ହୋଇଛି ପୌରପାଳିକା। ବିଗତ ୩-୪ ବର୍ଷରେ ସ୍ବଚ୍ଛ ସବାରୀ ନାଁରେ ପୌରପାଳିକାର ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ ସାମନାକୁ ଆସିଥିଲା। ପୁରୀ ପୌରାଞ୍ଚଳରେ ରହିଥିବା ଅପରିଷ୍କାର ଜଳାଶୟ, ସନ୍ତସନ୍ତିଆ ନର୍ଦ୍ଦମା, ବର୍ଷା ଜଳ ଜମି ରହୁଥିବା ଖୋଲା ଡ୍ରେନ ପାଲଟିଛି ମଶା ବଂଶ ବିସ୍ତାରର ମୁଖ୍ୟ କାରଣ। ତେଣୁ କାଗଜ ପତ୍ରରେ ମଶା ବଂଶ ନିପାତ କାର୍ଯ୍ୟକ୍ରମ ସୀମିତ ହୋଇ ରହିଛି ବୋଲି ଅଭିଯୋଗ ହୋଇଛି।

ପୁରୀ ପୌରସଂସ୍ଥା ଓ ଜନସ୍ବାସ୍ଥ୍ୟ କାର୍ଯ୍ୟାଳୟର ଅସାଧୁ ମେଣ୍ଟ ଯୋଗୁଁ ଠିକା ସଂସ୍ଥାମାନେ କୋଟି କୋଟି ଟଙ୍କା ବର୍ଷ ବର୍ଷ ଧରି ଲୁଟି ଆସୁଛନ୍ତି ବୋଲି ଅଭିଯୋଗ ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: