Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କୋଣାର୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବେ ଲକ୍ଷାଧିକ ଭକ୍ତ

Odisha

କୋଣାର୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବେ ଲକ୍ଷାଧିକ ଭକ୍ତ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କୋଣାର୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବେ ଲକ୍ଷାଧିକ ଭକ୍ତ

ଅର୍ଗସ ବ୍ୟୁରୋ:  ମାଘ ସପ୍ତମୀ ପାଇଁ ଜୋରଦାର ପ୍ରସ୍ତୁତି । ଆସନ୍ତାକାଲି କୋଣାର୍କ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ବୁଡ଼ ପକାଇବେ ଲକ୍ଷାଧିକ ଭକ୍ତ । ଏହା ପୂର୍ବରୁ ତୀର୍ଥ ପୁଷ୍କରିଣୀ ଖନନ ହୋଇ ପରିସ୍କାର କରିବା ସହିତ ପରିମଳ ବ୍ୟବସ୍ଥା, ଆଲୋକିକରଣ, ପାନୀୟ ଜଳ ଯୋଗାଣ, ବ୍ୟାରିକେଡର ବ୍ୟବସ୍ଥାକୁ ଜୋରଦାର କରାଯାଇଛି । ଉକ୍ତମାନେ ବୁଡ଼ ପକାଇବା ପରେ ନବଗ୍ରହ ମନ୍ଦିର ଓ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ପ୍ରବଳ ଗହଳି ଲାଗିବ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ବ୍ୟବସ୍ଥା ଓ ଲକ୍ଷାଧିକ ଭକ୍ତ ଶୃଙ୍ଖଳିତ ବୁଡ଼ ପକାଇବା ପାଇଁ ପୋଲିସ ପକ୍ଷରୁ 21 ପ୍ଲାଟୁନ୍ ଫୋର୍ସ, 20 ଜଣ ଡିଏସ୍‌ପି, 70 ଜଣ ଆଇଆଇସିଙ୍କୁ ମୁତୟନ କରାଯିବ । 


ପରମ୍ପରା ଅନୁଯାୟୀ ତ୍ରିବେଣୀଶ୍ବର, ଦକ୍ଷିଣେଶ୍ବର ଓ ଐଶାନେଶ୍ବର 3 ଠାକୁର ୩ ତାରିଖ ରାତ୍ର ୯ଟା ୪୫ ମିନିଟ ଠାରୁ ୧୦ଟା ୧୬ଭିତରେ ବିମାନ ବିଜୟ ହୋଇ ବାଜା ବାଣ ଆଲୋକ ମାଳାରେ ରୋଷୋଣି କରିବେ । NAC କାର୍ଯ୍ୟାଳୟ ପରିସରରେ ଭୋଗ ଖାଇବା ପରେ ରାତ୍ର 2ଟାରେ ତୀର୍ଥ ପୁଷ୍କରିଣୀ ଅଭିମୁଖେ ବାହାରି ମେଳା ପଡ଼ିଆରେ ଭୋର ୪ଟା ଭିତରେ ପହଞ୍ଚିବେ । ଠାକୁରଙ୍କ ମହାସ୍ନାନ ଓ ନୀତିକାନ୍ତି ପରେ ସାଧୁସନ୍ଥଙ୍କ ଦ୍ବାରା ମହା ଆଳତୀ ପରେ ଶ୍ରଦ୍ଧାଳୁମାନେ ୪ଟା ୩୭ରେ ବୁଡ଼ ପକାଇବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
Lakhs of devotees take a ritual bath in the Chandrabhaga shrine pond in Konark | Argus News