Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରଥାରୂଢ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ

Smruti Parija
Browse all articles by Smruti Parija
·2 years ago
ରଥାରୂଢ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ଭିଡ

ପୁରୀ: ଅଧାବାଟରେ ଅଟକିଥିବା ୩ ରଥକୁ ଆଜି ପୁଣି ଟାଣିବେ ଶ୍ରଦ୍ଧାଳୁ । ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ବଡଦାଣ୍ଡରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ରାଜନଅର ସମ୍ମୁଖରେ ଅଟକିଛି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ । ସେହିପରି ମରିଚିକୋଟ ଛକରେ ଅଟକିଛି ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ସେହିପରି ସିଂହଦ୍ୱାରରୁ ଦୁଇ ପାଦ ଆଗରେ ଅଟକିଛି ନନ୍ଦିଘୋଷ ରଥ । 

ଭାଇ, ଭଉଣୀଙ୍କୁ ସାଙ୍ଗରେ ଧରି 9 ଦିନିଆ ଯାତ୍ରାରେ କାଳିଆ ସାଆନ୍ତ ।  ଭଜନ, ସଂକୀର୍ତନ, ଘଣ୍ଟନାଦ, ଜୟ ଜଗନ୍ନାଥ ଧ୍ବନିରେ କମ୍ପୁଛି ପୁରା ପରିବେଶ । 

୫ ଦଶନ୍ଧି ପରେ ଏଥର ଏକାଦିନେ ନବଯୌବନ, ନେତ୍ରୋତ୍ସବ ଓ ରଥଯାତ୍ରା ଭଳି ବିରଳ ସଂଯୋଗ ପଡୁଥିବାରୁ ଏଥର ଦୁଇଦିନିଆ ରଥଟଣା । କିଛି ସମୟ ପରେ ପୁଣି ରଥ ଟଣା ଆରମ୍ଭ ହେବ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
lakhs-of-devotees-throng-to-puri-to-participate-in-rathayatra | Argus News