Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମାଟି ତଳୁ ମିଳିଲା ପୁଳା ପୁଳା ଟଙ୍କା

Smruti Parija
Browse all articles by Smruti Parija
·1 year ago·1 min read
ମାଟି ତଳୁ ମିଳିଲା ପୁଳା ପୁଳା ଟଙ୍କା

କୋରାପୁଟ: ମାଟି ତଳୁ ମିଳିଲା ପୁଳା ପୁଳା ଟଙ୍କା । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ବୋରିଗି ପଂଚାୟତର କେଲୁବାଡ଼ି ଗ୍ରାମରେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ । 70 ବର୍ଷୀୟ ସୀତାରାମ ଏହି ଟଙ୍କାକୁ ଜୀବନ ସାରା ସଞ୍ଚୟ କରିଥିଲେ । ଯାହାକୁ ସେ ମାଟି ତଳେ ପୋତିଦେଇଥିଲେ । ଆଜି ତାଙ୍କର ଦେହାନ୍ତ ହୋଇଯାଇଛି ସତ ହେଲେ କଷ୍ଟ ଉପାର୍ଜିତ ଟଙ୍କା ଓ ସୁନା ମାଟି ତଳେ ପୋତି ଚାଲିଯାଇଛନ୍ତି । କାହିଁକି ଓ କ'ଣ ପାଇଁ ପୋତିଛନ୍ତି ତାହା ସ୍ବର୍ଗତ ସିତାରାମଙ୍କୁ ହିଁ ଜଣା । 

ହେଲେ ପରିବାର ସ୍ୱଜନ ଏବେ ପୋତା ଟଙ୍କାକୁ ଖୋଜି ପାଇବାକୁ କରୁଛନ୍ତି ସଂଗ୍ରାମ । ୧ ଲକ୍ଷ ୧୦ ହଜାର ଟଙ୍କା ଏବଂ ୧୧ ଗ୍ରାମ ୫୫୦ ମିଲି ଗ୍ରାମ ସୁନା ମାଟି ତଳେ ପୋତି ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୩୨ ହଜାର ନଗଦ ଟଙ୍କା ଉଦ୍ଧାର ହୋଇଛି । ହେଲେ ଉଦ୍ଧାର ଟଙ୍କା ମାଟି, ଉଈ ଖାଇ ନଷ୍ଟ ହୋଇଛି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
lakhs-of-money found under the ground | Argus News