Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବରକୋଳି ନାଁରେ ଖାଇଗଲେ ମନରେଗା ଟଙ୍କା !

Banajyotshna Ray
Browse all articles by Banajyotshna Ray
·11 months ago·1 min read
ବରକୋଳି ନାଁରେ ଖାଇଗଲେ ମନରେଗା ଟଙ୍କା !

Key Points

ବରକୋଳି ନାଁରେ ଖାଇଗଲେ ମନରେଗା ଟଙ୍କା !
ବିନା ଗଛରେ ହୋଇଛି ବଗିଚା
ଫଲ୍ସ ବିଲ୍ କରି ଲକ୍ଷାଧିକ ଟଙ୍କା ଲୁଟ୍ !

ବରକୋଳି ବାଗାନକୁ , ଫାଙ୍କା ପଡିଛି ବାଗାନ, ଗୋଟିଏ ବି ବରକୋଳି ଗଛର ଚିହ୍ନବର୍ଣ୍ଣ ନାହିଁ। ସମ୍ପୂର୍ଣ୍ଣ ମୁକୁଳା ବଗିଚାର ଯୁଆଡେ ଚାହିଁବେ ବାଡର ନାମ ଗନ୍ଧ ନାହିଁ। କେବଳ ଫଳକ ହିଁ ଖୁଣ୍ଟ ଭଳି ଛିଡା ହୋଇଛି । ଆଉ ଏହି ଫଳକ ହିଁ ଏଠାରେ ହୋଇଥିବା ମହାଦୁର୍ନୀତିର ମୁକ ସାକ୍ଷୀ ।

ଆଦିବାସି ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ବଡ଼ ଭାଲିଆ ପଞ୍ଚାୟତ କୁଲାଦହଣି ଗ୍ରାମରେ ମୋନରେଗା ଯୋଜନାରେ ଉଦ୍ୟାନ କୃଷି ଉନ୍ନୟନ ବିଭାଗ ଦ୍ଵାରା ପଡିଆ ଜମୀରେ ୨୦୨୨/୨୩ ଆର୍ଥିକ ବର୍ଷରେ ବରକୋଳି ବୃକ୍ଷ ପ୍ରକଳ୍ପ ଆରମ୍ଭ ହେଲା । ମନରେଗା ୱେବ ସାଇଟରେ ଉପଲବ୍ଧ ପେମେଣ୍ଟ ବିଲ୍ ଭାଉଚର୍ ଉପରେ , ପ୍ରଥମ ବର୍ଷରେ ୧୮ଲକ୍ଷ ୬୧ ହଜାର ୭ଶହ ୧୬ଟଙ୍କା ଟଙ୍କା ଖର୍ଚ୍ଚ ହୋଇଛି। ଦ୍ୱିତୀୟ ବର୍ଷ ଅର୍ଥାତ ୨୦୨୩/୨୪ ଆର୍ଥିକ ବର୍ଷରେ ରକ୍ଷଣା ବେକ୍ଷଣ ବାବଦରେ ୨ଲକ୍ଷ ୬୪ହଜାର ୭ଶହ ୫୦ଟଙ୍କା ଖର୍ଚ୍ଚ ହୋଇଛି। ପାଣିଭଳି ଏତେ ଟଙ୍କା ଖର୍ଚ୍ଚ ପରେ ମଧ୍ୟ ପଡ଼ିଆ ଫାଙ୍କା। ଗୋଟିଏ ବି ବରକୋଳି ଗଛର ଚିହ୍ନ ବର୍ଣ୍ଣ ନାହିଁ।
 

ଖାଲି ଏ ପ୍ରକଳ୍ପ ନୁହେଁ , ଯଦି ଉଚ୍ଚସ୍ତରୀୟ ତଦନ୍ତ ହୁଏ ଏମିତି ଅନେକ ପ୍ରକଳ୍ପର ଦୁର୍ନୀତି ପେଡ଼ି ଖୋଲିବ। କେବଳ ଶୁଳିଆପଦା ନୁହେଁ ଜିଲ୍ଲା ସାରା ବୃକ୍ଷ ରୋପଣ ନାଆଁରେ ହୋଇଛି ମହାଦୁର୍ନିତୀ । ଗ୍ରାମାଞ୍ଚଳରେ ଗରୀବ ଲୋକମାନେ ଜାତୀୟ କର୍ମ ନିଯୁକ୍ତି ଯୋଜନାରେ କିପରି କାର୍ଯ୍ୟ ପାଇପାରିବେ ସେଥିପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି କିନ୍ତୁ ଅସାଧୁ ଠିକାଦାର ଦୁର୍ନୀତିଖୋର ଅଧିକାରୀ ସରକାରୀ ଅର୍ଥକୁ ଚଳୁ କରୁଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored