Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହିତାଧିକାରୀଙ୍କୁ ନିର୍ଦ୍ଧାରିତ ମାଣ୍ଡିଆ ନଦେଇ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା

Ritu Das
Browse all articles by Ritu Das
·1 year ago·2 min read
ହିତାଧିକାରୀଙ୍କୁ ନିର୍ଦ୍ଧାରିତ ମାଣ୍ଡିଆ ନଦେଇ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା

ମୁନିଗୁଡାରେ ସାମ୍ନାକୁ ଆସିଛି ମାଣ୍ଡିଆ ବଣ୍ଟନରେ ବଡ ଚଞ୍ଚକତା । ପଞ୍ଚାୟତ ସ୍ତରରେ ଗରିବ ହିତାଧିକାରୀଙ୍କୁ ମାଣ୍ଡିଆ ବଣ୍ଟନରେ ବଡ଼ ଦୁର୍ନୀତି ହୋଇଥିବା ନେଇ ଆସିଛି ଅଭିଯୋଗ । ଧାର୍ଯ୍ୟ ପରିଣାଣ ଠାରୁ ଦଶ କେଜି କମ୍ ମାଣ୍ଡିଆ ଦେଇ ହଡପ କରିଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ୨୦୨୩-୨୪ ବର୍ଷର ତଥ୍ୟ ଅନୁଯାୟୀ ଟ୍ରାଇବାଲ କୋଅପରେଟିଭ୍ କର୍ପୋରେସନ୍ ଟିଡିସିସି ତରଫରୁ ମୁନିଗୁଡା ବ୍ଲକକୁ ଆସିଥିଲା 7 ହଜାର 9 ଶହ 50 କୁଇଣ୍ଟାଲ ମାଣ୍ଡିଆ। ମୁନିଗୁଡା ବ୍ଲକରେ 25 ହଜାର 9 ଶହ 69 ହିତାଧିକାରୀ ଥିବା ବେଳେ ପ୍ରତି ହିତାଧିକାରୀ ପିଛା ସାଡେ 30 କେଜି ମାଣ୍ଡିଆ ଭାଗ ପଡୁଛି। କିନ୍ତୁ ଭୈରବଗଡ ପଞ୍ଚାୟତରେ ହିତାଧିକାରୀଙ୍କୁ ମାତ୍ର 17 କିଲୋ ମାଣ୍ଡିଆ ଦିଆଯାଇଥିଲା । ଦୁଇମାସ ତଳେ ଏନେଇ ଅର୍ଗସରେ ଖବର ପ୍ରସାରଣ ହୋଇଥିଲା। ଏହାପରେ ହିତାଧିକାରୀଙ୍କୁ ପୁଣିଥରେ ତିନି କିଲୋ ଲେଖାଏଁ ମାଣ୍ଡିଆ ବାଣ୍ଟିଥିଲେ ସ୍ଥାନୀୟ ଯୋଗାଣ ନିରିକ୍ଷକ ।


କିନ୍ତୁ ରାସନ କାର୍ଡରେ 17 କିଲୋ ବଦଳରେ 30 କିଲୋ ମାଣ୍ଡିଆ ଦିଆଯାଇଥିବା ଉଲ୍ଲେଖ ଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି । କେବଳ ଭୈରବଗଡ ନୁହେଁ ଅଧିକାଂଶ ପଞ୍ଚାୟତରେ ଆସିଛି ସମାନ ଅଭିଯୋଗ। ତେବେ ଯୋଗାଣ ବିଭାଗ ଆରଟିଆଇରେ ମାଣ୍ଡିଆ ବଣ୍ଟନର ବିସ୍ତୃତ ତଥ୍ୟ ଦେବାକୁ ନାରାଜ। ପଞ୍ଚାୟତ ସ୍ତରୀୟ ଅଧିକାରି ତଥ୍ୟ ଦେଲେ ସମ୍ପୂର୍ଣ ତଥ୍ୟ ଦିଆଯିବ ବୋଲି କହିଛନ୍ତି ମୁନିଗୁଡା ଯୋଗାଣ ଅଧିକାରୀ। ବିଜେଡ ସରକାର ଅମଳରେ ହୋଇଥିବା ଏହି ମାଣ୍ଡିଆ ବଣ୍ଟନ ଦୁର୍ନୀତିରେ କେବଳେ ଯୋଗାଣ ଅଧିକାରୀ ନୁହନ୍ତି ବଜେଡି ନେତା ଓ ବିଧାୟକଙ୍କ ସଂପୃକ୍ତି ଥିବା ଅଭିଯୋଗ କରିଛି ବିଜେପି। ବିଜେଡି ସରକାର ସମୟରେ ମାଣ୍ଡିଆ ଦୁର୍ନୀତି କିଛି ନୂଆ କଥା ନୁହେଁ । ଗୋଟେପଟେ ମିଲେଟ୍ ମିଶନ ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲା ଅନ୍ୟପଟେ ନବରଙ୍ଗପୁରରେ ଚାଷୀଙ୍କ ନାଁରେ କର୍ଣ୍ଣାଟକରୁ ମାଣ୍ଡିଆ ମଗାଇ ହିତାଧିକାରୀଙ୍କୁ ବାଣ୍ଟିବା ଭଳି ସାଂଘାତିକ ଘଟଣା ସାମ୍ନାକୁ ଆସିଥିଲା। ଏବେ ପ୍ରଶ୍ନ ଉଠୁଛି ମୁନିଗୁଡ଼ା ବ୍ଲକରେ ହୋଇଥିବା ଏହି ଦୁର୍ନୀତିର ତଦନ୍ତ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବେ କି ବିଜେପି ସରକାର।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lakhs of rupees were consumed by the beneficiaries without giving the ragi flour | Argus News