Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ରାୟଗଡା ଚନ୍ଦ୍ରପୁରରେ ରେପ୍ ଆଣ୍ଡ ମର୍ଡରର ଶିକାର ହୋଇଥିଲେ ଲକ୍ଷ୍ମୀ

Odisha

ରାୟଗଡା ଚନ୍ଦ୍ରପୁରରେ ରେପ୍ ଆଣ୍ଡ ମର୍ଡରର ଶିକାର ହୋଇଥିଲେ ଲକ୍ଷ୍ମୀ

Manini Pattanayak
Browse all articles by Manini Pattanayak
·1 year ago·2 min read
ରାୟଗଡା ଚନ୍ଦ୍ରପୁରରେ ରେପ୍ ଆଣ୍ଡ ମର୍ଡରର ଶିକାର ହୋଇଥିଲେ ଲକ୍ଷ୍ମୀ

ଭୁବନେଶ୍ୱର: ପୁଣି ଖୋଲିବ ଲକ୍ଷ୍ମୀ ମାଝୀ ଫାଇଲ୍ । ରାୟଗଡା ଚନ୍ଦ୍ରପୁରରେ ରେପ୍ ଆଣ୍ଡ ମର୍ଡରର ଶିକାର ହୋଇଥିଲେ ଲକ୍ଷ୍ମୀ । ନବୀନ ସରକାରରେ ନ୍ୟାୟରୁ ବଂଚିତ ପରିବାରର ଆକୁଳ ନିବେଦନ । ମୋହନ ସରକାରରେ ହେବ ବଡ଼ ଆକସନ୍ । ସେପଟେ ପ୍ରଶ୍ନ କଲେ ମୁହଁ ବୁଲାଇ ପଳାଉଛନ୍ତି ରାୟଗଡା ଏସପି । କେବଳ ରାୟଗଡା ନୁହେଁ, ସାରା ରାଜ୍ୟରେ ଖେଳିଗଲା ଚାଞ୍ଚଲ୍ୟ । ରାୟଗଡା ଚନ୍ଦ୍ରପୁର ହସପିଟାଲ ପରିସରରୁ ଉଦ୍ଧାର ହେଲା ଦିବ୍ୟାଙ୍ଗ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ମୃତ ଦେହ। ଅତି ଜଘନ୍ୟ ଭାବେ ହତ୍ୟା କରି ଲକ୍ଷ୍ମୀଙ୍କୁ ପୋଡି ଦେଇଥିଲେ ଦୃବୁର୍ତ୍ତ। ଏତେ ଭୟଙ୍କର ଥିଲା ସେ ଦୃଶ୍ୟ ଯାହା ଦେଖାଇବା ବି ସମ୍ଭବ ନୁହେଁ । ଚନ୍ଦ୍ରପୁରର ମା ଘରେ କାମ କରୁଥିଲେ ଲକ୍ଷ୍ମୀ। ବିବାଦ ଘେରକୁ ଆସିଥୁଲେ ସ୍ବେଚ୍ଛାସେବୀ ସଂସ୍ଥା ଆଲିସାର ପରିଚାଳକ ନରସିଂହ ମହାପାତ୍ର ।

ଲକ୍ଷ୍ମୀଙ୍କୁ ହତ୍ୟା ପ୍ରତିବାଦରେ ରାୟଗଡାରେ ପ୍ରତିକ୍ରିୟା ପ୍ରକାଶ ପାଇଲା। ହେଲେ ସେତେବଳେର ଆଇନମନ୍ତ୍ରୀ ତଥା ସେହି ରାୟଗଡା ଜିଲ୍ଲାର ଜଗନ୍ନାଥ ସାରକାଙ୍କ ଆଭିମୁଖ୍ୟକୁ ନେଇ ବଢିଲା ସନ୍ଦେହ। ନାଁ ଲକ୍ଷ୍ମୀ ମାଝୀଙ୍କ ଘରକୁ ଗଲେ ନାଁ ତାଙ୍କୁ ନ୍ୟାୟ ମିଳିବ ବୋଲି କହିଲେ। ବରଂ ସେହି ସମୟରେ ନାଚ ଗୀତର ଆସରରେ ମସଗୁଲ୍ ରହିଲେ ସେତେବେଳର ଆଇନମନ୍ତ୍ରୀ। କ୍ରାଇମବ୍ରାଞ୍ଚ ଓ ପୋଲିସ ତଦନ୍ତ ନାଁରେ ଘଣ୍ଟ ଘୋଡାଇଲେ । ଘଟଣାକୁ 7 ମାସ ବିତିଲାଣି । ହେଲେ ଲକ୍ଷ୍ମୀ ମାଝୀଙ୍କୁ ମିଳିଲାନି ନ୍ୟାୟ। ନିରାଶ ହୋଇ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇଛନ୍ତି ଲକ୍ଷ୍ମୀ ମାଝୀଙ୍କ ପରିବାର। ସିବିଆଇ ତଦନ୍ତ ଦାବି କରିଛନ୍ତି। ନବୀନ ସରକାର ଚାପିଲେ, ମୋହନ ସରକାର ଫାଇଲ ଖୋଲିବେ ।  ରାୟଗ଼ଡା ଟିକିରିର ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ ମାଝୀ । ସେହି ଟିକିରିରେ ହତ୍ୟାର ଶିକାର ଇତିଶ୍ରୀ ପ୍ରଧାନଙ୍କୁ ବି ନ୍ୟାୟ ଦେଇପାରିଲେନି ନବୀନ ସରକାର। ଏବେ ନ୍ୟାୟ ମାଗୁଛନ୍ତି ଲକ୍ଷ୍ମୀଙ୍କ ପରିବାର। ବଡ଼ ପ୍ରଶ୍ନ ଲକ୍ଷ୍ମୀଙ୍କ ହତ୍ୟା ପଛରେ କିଏ, କିଏ ତାଙ୍କୁ ହତ୍ୟା କରି ଫୋପାଡିଦେଲା, କାହାକୁ ସୁରକ୍ଷା ଦେଉଛି ପୋଲିସ। କେବଳ ଲକ୍ଷ୍ମୀ ମାଝି ନୁହେଁ ନବୀନ ସରକାର ସମୟରେ ଟିକିରି, କୁନ୍ଦୁଲି, ପିପିଲି ପିଡିତାଙ୍କଠାରୁ ଆରମ୍ଭ କରି ପରୀ, ମମିତା ପର୍ଯ୍ୟନ୍ତ କାହାକୁ ମିଳିଲାନି ନ୍ୟାୟ । ବିଜେଡି ନେତା, ମନ୍ତ୍ରୀଙ୍କ ନାଁ ଆସିବାରୁ ଘଣ୍ଟ ଘୋଡାଇଲା ପୋଲିସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Lakshmi Majhi file will open again, Lakshmi was a victim of rape and murder in Rayagada Chandrapur | Argus News