Subhadra / ଗୁରୁବାର ଆସିବେ ଲକ୍ଷ୍ମୀ, ମହିଳାଙ୍କ ଆକାଉଣ୍ଟରେ ଡିପୋଜିଟ୍ ହେବ ସୁଭଦ୍ରା ଟଙ୍କା

Key Points
ସେମାନେ ବି ଏକ ସଙ୍ଗରେ ପାଇବେ ଦୁଇଟି କିସ୍ତି ।
ସୁଭଦ୍ରା ଟଙ୍କାକୁ ନେଇ ବଡ଼ ଖବର । ଆସନ୍ତାକାଲି ଅର୍ଥାତ ଜାନୁଆରୀ ୨୨ ତାରିଖ ଗୁରୁବାର ଦିନ ଆସିବ ସୁଭଦ୍ରା ଟଙ୍କା । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିବ । ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି । ୪ ଲକ୍ଷ ୫୭ ହଜାର ୬୮୧ ମହିଳାଙ୍କୁ ସୁଭଦ୍ରା ଟଙ୍କା ନେଇ ଘୋଷଣା କରିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ନୂଆ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି । ପ୍ରଥମ ଓ ଦ୍ବିତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ସାମିଲ କରାଯାଇଛି । ସେମାନେ ବି ଏକ ସଙ୍ଗରେ ପାଇବେ ଦୁଇଟି କିସ୍ତି ।
ତେବେ ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ସୁଭଦ୍ରାରେ ସାମିଲ କରାଯାଇଛି । ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ। ଖୁସିର କଥା ଯେ ବାଦ ପଡ଼ିଥିବା ହିତାଧିକାରୀ ବି ଏଥିରେ ଲାଭବାନ ହେବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନାନୁସାରେ ପ୍ରଥମ କରି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳା ଓ କୌଣସି କାରଣରୁ ସୁଭଦ୍ରା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳାମାନଙ୍କୁ ଏହି ଟଙ୍କା ମିଳିବ । ରାଜ୍ୟର ବିକାଶ ପାଇଁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ବିକାଶମୁଖୀ ଯୋଜନା ମଧ୍ୟରୁ ସୁଭଦ୍ରା ଯୋଜନା ଗୋଟିଏ । ସେମାନଙ୍କୁ ଏକା ସାଙ୍ଗରେ ଦୁଇଟି କିସ୍ତି ମିଳିବ।
ଏହି ଯୋଜନାରେ ପ୍ରତିବର୍ଷ ୧୦ ହଜାର ଲେଖାଏଁ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଆସୁଛନ୍ତି । ବର୍ତ୍ତମାନ ସୁଦ୍ଧା ୩ଟି କିସ୍ତି ପ୍ରଦାନ କରିଛନ୍ତି ରାଜ୍ୟ ସରକାର । କିନ୍ତୁ କୌଣସି ନା କୌଣସି କାରଣ ପାଇଁ ପ୍ରତି କିସ୍ତିରେ କିଛି ମହିଳା ବଞ୍ଚିତ ହୋଇଛନ୍ତି । ସେହି ମହିଳାମାନଙ୍କୁ ଆସନ୍ତା ସପ୍ତାହରେ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବା ନେଇ ରାଜ୍ୟ ସରକାରଙ୍କର ସୂଚନା । ଏହି କ୍ରମରେ ଚଳିତ ଥର ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣଙ୍କୁ ମିଳିବ ସୁଭଦ୍ରା ଅର୍ଥ । ଏହି ତାଲିକାରେ ପ୍ରଥମ କରି ସୁଭଦ୍ରାରେ ସାମିଲ ହୋଇଥିବା ୧ ଲକ୍ଷ ୭୮ ହଜାର ହିତାଧିକାରୀ ଓ ଆବେଦନ କରି ବଞ୍ଚିତ ହୋଇଥିବା ପ୍ରାୟ ୨ ଲକ୍ଷ ୮୦ ହଜାର ହିତାଧିକାରୀ ସାମିଲ ଅଛନ୍ତି । ନୂଆ ପଞ୍ଜୀକରଣ କରିଥିବା ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଥିବାରୁ ସେମାନେ ପାଇବେ ପ୍ରଥମ କିସ୍ତି ଅର୍ଥ। ତୃତୀୟ କିସ୍ତି ପାଇଥିଲେ ବି ଟେକ୍ନିକାଲ ସମସ୍ୟା ପାଇଁ ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ଲକ୍ଷ ୫୫ ହଜାର ୨୬୫ଜଣଙ୍କୁ ସାମିଲ କରାଯାଇଛି ।
📱 Get Argus News App
✨Related Topics
Explore more stories