Videos
|
Odisha

Lalitendu Mohapatra / ଅଧାରୁ ଉଠିଆସିଲେ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର

Banajyotshna Ray
Browse all articles by Banajyotshna Ray
·5 months ago·1 min read
ଅଧାରୁ ଉଠିଆସିଲେ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
Lalitendu Mohapatra

Key Points

ଓସିଏର ସାଧାରଣ ପରିଷଦ ବୈଠକରେ ସଭ୍ୟଙ୍କ ବିସ୍ଫୋରଣ
ଅଧାରୁ ଉଠିଆସିଲେ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର
ଓସିଏରେ ଚାଲିଥିବା ମନମାନି, ଅସାମ୍ବିଧାନିକ କାର୍ଯ୍ୟକୁ ବିରୋଧ
ଓସିଏ ସାଧାରଣ ପରିଷଦ ବୈଠକରେ ହୋହାଲ୍ଲା । ଓସିଏର ମନମାନିକୁ ଜୋରଦାର ବିରୋଧ । ଅଧାରୁ ଉଠି ଆସିଲେ ଓସିଏ ସଦସ୍ୟ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର । ଓସିଏର ନିର୍ବାଚନ ନହେବାକୁ ବିରୋଧ କରି ବୈଠକ ବର୍ଜନ କଲେ । ଆଉ କହିଲେ ନିର୍ବାଚନ ନହେବା ଅସାମ୍ବିଧାନିକ ଓ ଅଗଣତାନ୍ତ୍ରିକ । ନେସନାଲ ସ୍ପୋର୍ଟସ ପଲିସି କୁ ଆଳକରି ନିର୍ବାଚନ ନକରିବାକୁ ବର୍ତ୍ତମାନର ସଭାପତି ଓ ସମ୍ପାଦକ ଚାହୁଁନାହାନ୍ତି । ଆମେ ଚାହୁଁଛୁ ଲୋଧା କମିଟି ସୁପାରିସ କ୍ରମେ ନିର୍ବାଚନ କରାଯାଉ । ଲୋଧା କମିଟି ସୁପାରିସ କ୍ରମେ 17 ଟି ରାଜ୍ୟ ସହ ବିସିସିଆଇ ନିର୍ବାଚନ ସାରିଲାଣି । ଗତ 20 ବର୍ଷ ହେବ ଓଡ଼ିଶା କ୍ରିକେଟ ଅନେକ ତଳକୁ ଖସିଛି । ତା ସହ ଅନେକ ଅନିୟମିତତା ନେଇ ଭିଜିଲାନ୍ସ ତଦନ୍ତ ଜରୁରୀ ବୋଲି କହିଛନ୍ତି ଲଳିତେନ୍ଦୁ ।

ଏଥିସହ ପଢ଼ନ୍ତୁ: ଚାମ୍ପିୟନ ହେଲା ଟିମ୍ ଇଣ୍ଡିଆ, ବାଂଲାଦେଶକୁ କନ୍ଦେଇ କନ୍ଦେଇ ହରେଇଲା ଭାରତ

ଓସିଏରେ ଚାଲିଥିବା କେଳେଙ୍କାରୀକୁ ନେଇ ବିସ୍ଫୋରଣ କରିଛନ୍ତି ଲଳିତେନ୍ଦୁ । ଆଉ କହିଛନ୍ତି 25ରୁ 26 ବର୍ଷ ଧରି ଯେଉଁମାନେ କ୍ଷମତାରେ ଥିଲେ ସେମାନେ ଓସିଏର ଏମିତି ବିପର୍ଯ୍ୟୟ ପାଇଁ ଦାୟୀ। ଓସିଏରେ ଆଜି ଘଟିଥିବା ଏମିତି ପରିସ୍ଥିତି ପାଇଁ ପ୍ରତିକ୍ରିୟା ରଖିଛନ୍ତି ସମ୍ପାଦକ ସଞ୍ଜୟ ବେହେରା । ସେପଟେ ଲଳିତେନ୍ଦୁଙ୍କୁ ସମର୍ଥନ କରିଛନ୍ତି ଅନେକ ସଦସ୍ୟ ଓ କ୍ରୀଡାବିତ୍ । ଧୀରେ ଧୀରେ ଖୋଲିବାରେ ଲାଗିଛି ଓସିଏର କେଳେଙ୍କାରୀ । ଅନ୍ୟ ରାଜ୍ୟ କ୍ରିକେଟ ଆସୋସିଏସନ ନିର୍ବାଚନ କରୁଥିବା ବେଳେ ଓସିଏ ନ କରିବା ପଛରେ ରହିଛି କି ବଡ କାରଣ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories