Videos
|
Odisha

Land Mafia / ଶିଳ୍ପ ନଗରୀରେ ମାତିଛନ୍ତି ଜମି ଦଲାଲ

Banajyotshna Ray
Browse all articles by Banajyotshna Ray
·11 months ago·2 min read
ଶିଳ୍ପ ନଗରୀରେ ମାତିଛନ୍ତି ଜମି ଦଲାଲ

Key Points

ଶିଳ୍ପ ନଗରୀରେ ମାତିଛନ୍ତି ଜମି ଦଲାଲ
ଜମି ପାଇଁ କେତେବେଳେ ଜୀବିତ ମୃତ
ତ କେତେବେଳେ ମୃତ ହୋଇଯାଉଛନ୍ତି ଜୀବିତ
ସ୍ବପ୍ନ ଦେଖାଇ ହାତଉଛନ୍ତି ଟଙ୍କା
ଅନୁଗୁଳ ତୁରଙ୍ଗ ବିକାଶ ନଗରରେ ରହୁଥିବା ମାନସ ରଞ୍ଜନ ପାତ୍ରଙ୍କ ଜେଜେ ବାପାଙ୍କ ସମେତ ସମ୍ପର୍କୀୟଙ୍କ ନା ରେ ଖାତା ନମ୍ବର ୧୨୭ ରେ ଜମି ରହିଛି । ୪୩ ବର୍ଷ ତଳେ ବନମାଳୀ ପାତ୍ରଙ୍କ ମୃତ୍ୟୁ ହୋଇଛି । ସେହିପରି ଅକ୍ଷୟ କୁମାର ପାତ୍ର ୨୦୦୬ ଓ ପୀତବାସ ପାତ୍ରଙ୍କ ୨୦୧୧ ରେ ମୃତ୍ୟୁ ହୋଇଛି । ହେଲେ ମୃତ ଓ ଜୀବିତ ବ୍ୟକ୍ତିଙ୍କ ନାମରେ ଜାଲିଆତି କରି କାଗଜପତ୍ର ପ୍ରସ୍ତୁତ କରାଯାଇ ଜାଗା ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି । ଏହି ଗୁମର ଖୋଲିବା ପରେ ଆରମ୍ଭ ହୋଇଛି ତନାଘନା ।

ସରକାରୀ ବନ୍ଧ ଉପରେବି ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି । ଅଭିଯୋଗ ଅନୁସାରେ ହୁଲୁରସିଂହା ମୌଜାରେ ରହିଛି ହଳଦିଆ କଟା ବନ୍ଧ । ଏହି ବନ୍ଧ ଟି ନିର୍ଦ୍ଦିଷ୍ଟ ଭାବରେ ଲୋକ ଙ୍କ ବ୍ୟବହାର ପାଇଁ ବହୁ ବର୍ଷ ରୁ ନିର୍ମାଣ କରାଯାଇଥିଲା । ହେଲେ ଗତ କିଛି ଦିନ ପୂର୍ବରୁ କିଛି ଜମି ମାଫିଆ ଏହି ବନ୍ଧକୁ କବ୍ଜା କରିବା ପାଇଁ ଦୁଇ ବ୍ୟକ୍ତି ନା ରେ ପଟ୍ଟା ମଧ୍ୟ କରାଇ ନେଇଥିଲେ । ଏ ନେଇ ଅଭିଯୋଗ ହେବା ପରେ ଆରମ୍ଭ ହୋଇଛି ତନାଘନା । ଶିଳ୍ପ ବହୁଳ ଅନୁଗୁଳରେ ଏବେ ଜମି ମୂଲ୍ୟ ଆକାଶ ଛୁଆଁ । ଏଭଳି ସ୍ଥିତିରେ ଏହାର ଫାଇଦା ନେଇ ଲୋକଙ୍କୁ ଚୁନ ଲଗାଇ ସକ୍ରିୟ ଜମି ମାଫିଆ ।

ଏଥିସହ ପଢ଼ନ୍ତୁ: ଜମି କେଳେଙ୍କାରୀ-ଚାକିରି ଦୁର୍ନୀତି ଖାଇଛନ୍ତି କୋଟି କୋଟି ଟଙ୍କା !

ରାଜ୍ୟରେ ଏଭଳି ଘଟଣା ନୁଆ ନୁହେଁ ସତ ବାରମ୍ୱାର ଏଭଳି ଘଟଣା ଘଟୁଥିବାବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ। ଆପଣ ଆଗରୁ ମଧ୍ୟ ଦେଖିଥିବେ ମହାପ୍ରଭୁ ଜଗନ୍ନାଥଙ୍କ ଜମି ଜାଲିଆତି ନେଇ ପୁରୀ ବାସେଳିସାହି ଥାନାରେ ଏତଲା ଦାୟର କରାଯାଇଥଇଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦିଆଯାଇଥିଲା । ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି ଜାଲିଆତି ହୋଇଥିବା ଅଭିଯୋଗ ଆସିଥିଲା । ମୋଟ ୧୦୯ଟି ପ୍ଲଟକୁ ବେଆଇନ ଭାବେ ହାତେଇବା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଥିଲା । ଠିକ ଏହିପରି ଅନେକ ସ୍ଥାନରେ ଏଭଳି ଘଟଣାମାନ ଦେଖିବାକୁ ମିଳୁଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Related Topics

Explore more stories

Land Mafia | Land Mafia Thriving in Industrial City | Illegal Land Deals Exposed – Argus News | Argus News