Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାତି 1 ରୁ 2 ଭିତରେ ଲ୍ୟାଣ୍ଡଫଲ୍ ସମ୍ଭାବନା - ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·2 min read
ରାତି 1 ରୁ 2 ଭିତରେ ଲ୍ୟାଣ୍ଡଫଲ୍ ସମ୍ଭାବନା - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।  ପାଣିପାଗ ବିଭାଗ ଆକଳନ ଅନୁଯାୟୀ ମଧ୍ୟ ରାତ୍ରରେ ଭିତରକନିକାରେ ଲ୍ୟାଣ୍ଡଫଳ କରିବାର ସମ୍ଭାବନା ଅଛି । ରାତି 1 ରୁ 2 ଭିତରେ ଲ୍ୟାଣ୍ଡଫଲ୍ ସମ୍ଭାବନା । ମନ୍ତ୍ରୀ ମାନେ ଜିଲ୍ଲା ଗସ୍ତରେ ଯାଇ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।  ବରିଷ୍ଠ ଅଧିକାରୀମାନେ ମଧ୍ୟ ଜିଲ୍ଲାରେ ଉପସ୍ଥିତି ଅଛନ୍ତି । ସଠିକ ଢଙ୍ଗରେ ସମସ୍ତ ବ୍ୟବସ୍ଥା କରାଯାଇଛି ।  10 ଲକ୍ଷ ଟାର୍ଗେଟ ରଖିଥିଲୁ କିନ୍ତୁ ପରବର୍ତ୍ତେ ସମୟରେ ଦିଗ ବଦଳିବାରୁ 3 ଲକ୍ଷ 62 ହଜାର ଲୋକଙ୍କୁ ସ୍ଥାନାନ୍ତରିତ ଲକ୍ଷ୍ୟ ରହିଥିଲା । 

ଶତ ପ୍ରତିଶତ ଲୋକଙ୍କୁ ସ୍ଥାନାନ୍ତରିତ ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦେଶ ଦିଆଯାଇଥିଲା ।  ସମସ୍ତ ଅଧିକାରୀ ସକ୍ରିୟ ଭାବେ କାମ କରି 5 ଲକ୍ଷ 84 ହଜାର 888 ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି ।  ଏବେ ବି ଚାଲିଛି 4 ଲକ୍ଷ ପାର କରିପାରେ । 8383 ବାତ୍ୟା ଆଶ୍ରୟସ୍ଥଳ କରାଯାଇଛି ।  ଜିଲ୍ଲାରେ ଥିବା ମନ୍ତ୍ରୀ ବିଧାୟକ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛି ।  ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସହ ଆଲୋଚନା କରିଛି । କେନ୍ଦ୍ର ସରକାର ପ୍ରସ୍ତୁତ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । 

 ବାଲେଶ୍ବର ଜିଲ୍ଲା  1 ଲକ୍ଷ 72 ହଜାର 916, ମୟୂରଭଞ୍ଜ 1 ଲକ୍ଷ, ଭଦ୍ରକ 75 ହଜାର, ଯାଜପୁରରେ 58 ହଜାର, କେନ୍ଦ୍ରାପଡା  46 ହଜାର ଲୋକଙ୍କୁ ସ୍ଥାନନ୍ତରିତ କରାଯାଇଛି । ମା ଗୃହକୁ 4 ହଜାର 431 ଜଣଙ୍କୁ ସ୍ତାନାନ୍ତରିତ କରାଯାଇଥିବାବେଳେ 1600 ମହିଳା ଗର୍ଭ ଦାନ କରି ସୁରକ୍ଷିତ ଅଛନ୍ତି । ବାତ୍ୟା ଆଶ୍ରୟ ସ୍ଥଳୀରେ ଶୁଖିଲା ଖାଦ୍ୟ, ଶିଶୁଙ୍କ ଖାଦ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ରେଡ଼କ୍ରସ ଠାରେ ରିଲିଫ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛି ।  ବାତ୍ୟା ପରବର୍ତ୍ତୀ ମୁକାବିଲା ପାଇଁ ପରିବହନ ସ୍ୱାଭାବିକ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ସେବା ମରାମତି ପାଇଁ ଟିମ୍ ପ୍ରସ୍ତୁତ ହୋଇ ମୁତୟନ ଅଛନ୍ତି ।  ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସୂଚନା ଆସିନାହିଁ ।  ଲ୍ୟାଣ୍ଡଫଲ୍ ପରେ ଯେଉଁ ଯେଉଁ ଜିଲ୍ଲାକୁ ପ୍ରଭାବିତ କରିବ, ଢେଙ୍କାନାଳ, ଅନୁଗୁଳରେ ମଧ୍ୟ ସ୍ଥାନାନ୍ତରିତ ଏବଂ ବ୍ୟାପକ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ପଦକ୍ଷେପ ସରକାର ସଫଳ ହେବ । ଜିରୋ କାଜୁଆଲିଟି ମିଶନ ମଧ୍ୟ ସଫଳ ହେବ । ଆତଙ୍କିତ ନହୋଇ ସମସ୍ତେ ଯେଉଁଠି ଅଛନ୍ତି ସୁରକ୍ଷୀତ ରୁହନ୍ତୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । 
 

Sponsored
Landfall likely between 1 and 2 am - Chief Minister | Argus News