ଲ୍ୟାଣ୍ଡମାଇନ ଯୋଗୁଁ ହାତୀଙ୍କ ପ୍ରତି ବଢୁଛି ବିପଦ

Key Points
ଲ୍ୟାଣ୍ଡମାଇନ ଯୋଗୁଁ ହାତୀଙ୍କ ପ୍ରତି ବଢୁଛି ବିପଦ
ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଗୁରୁତର ହାତୀର ମୃତ୍ୟୁ
ଗତାକିଲ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଲା ଆଉ ଏକ ହାତୀ
ସପ୍ତାହକ ଭିତରେ ଗଲାଣି ଦୁଇ ହାତୀଙ୍କ ଜୀବନ
ହାତୀଙ୍କ ପାଇଁ ବିପଦ ସାଜୁଛି ଲ୍ୟାଣ୍ଡମାଇନ୍ । ସୁନ୍ଦରଗଡ଼ ଜିଲ୍ଲା ସୀମାନ୍ତ ସରଣ୍ଡା ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଗୁରୁତର ମାଈହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ତିରିଲପୋଷି ଚେକ୍ ଡ୍ୟାମ୍ ନିକଟରେ ହାତୀର ଚିକିତ୍ସା ଚାଲିଥିଲା । ଓଡିଶା ଓ ଝାଡ଼ଖଣ୍ଡର ପ୍ରାଣୀ ଚିକିତ୍ସକ ଦଳ ହାତୀର ଚିକିତ୍ସା ନିୟୋଜିତ ଥିଲେ । ଆଜି ବନବିଭାଗର ଉପସ୍ଥିତିରେ ମୃତ ହାତୀର ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯିବ ।
ଦୁଇଟି ହାତୀ ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଗୁରୁତର ହୋଇ ପ୍ରାଣ ହରାଇଥିବା ବେଳେ ଆହୁରି ଦୁଇଟି ହାତୀ ଆହତ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ସୂଚନା ମିଳିଛି । ଏହି ଦୁଇ ହାତୀଙ୍କ ଚିକିତ୍ସା ହୋଇନପାରିଲେ ସେମାନଙ୍କର ମଧ୍ୟ ଜୀବନ ଯିବାର ଆଶଂକା ରହିଛି । ସପ୍ତାହେ ଭିତରେ ଦୁଇଟି ହାତୀର ମୃତ୍ୟୁ ଉଦ୍ବେଗର ବିଷୟ । ସରଣ୍ଡା ଜଙ୍ଗଲରେ ନକ୍ସଲଙ୍କ ଦ୍ବାରା ବିଛାଯାଇଥିବା ଲ୍ୟାଣ୍ଡମାଇନ୍ରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ଜୀବନ ଯାଉଛି ।