ଓଡ଼ିଆ ଅସ୍ମିତାର ସବୁଠୁ ବଡ଼ ଉପାଦାନ ଭାଷା

Key Points
ଓଡ଼ିଆ ଅସ୍ମିତାର ସବୁଠୁ ବଡ଼ ଉପାଦାନ ଭାଷା
ଇଂରାଜୀ ମିଡ଼ିୟମ କ୍ରେଜ ଯୁଗରେ ଓଡିଆ ଭାଷାଠୁ ଦୁରେଇ ଯାଉଛନ୍ତି ନୂଆପୀଢ଼ି
ଓଡ଼ିଶାର ଅସ୍ମିତା ବଞ୍ଚିବ ନାହିଁ ଅବକ୍ଷୟ ହୋଇଯିବ
ଅର୍ଗସ ବ୍ୟୁରୋ: ଭକ୍ତ କବି ମଧୁସୂଦନ ରାଓଙ୍କ ଓଡ଼ିଆ ଛବିଳ ବର୍ଣ୍ଣବୋଧକୁ ସରଳ ସାବଲୀଳ ଭାବେ ଛୋଟ ପିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ନୂଆ ରୁପରେ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । 1901 ମସିହାରେ ଭକ୍ତକବି ମଧୁସୂଦନ ରାଓଙ୍କ ଜନ୍ମତିଥିରେ ଓଡ଼ିଆ ଛବିଳ ବର୍ଣ୍ଣବୋଧର ଅଷ୍ଟମ ସଂସ୍କରଣ ପ୍ରକାଶ ପାଇଥିଲା । ଏହାର ମୌଳିକତାକୁ ବଜାୟ ରଖି 2025 ମସିହାରେ ନୂଆ ରୁପରେ ଏହାକୁ ପ୍ରକାଶ କରାଯାଇଛି । ଓଡ଼ିଆ ବର୍ଣ୍ଣବୋଧ ର ଅବିକଳ ଶୋଭନ ସଂସ୍କରଣ ର ଶୁଭ ଉନ୍ମୋଚନ ହୋଇଛି । ସେତେବେଳେ ବହିର ମଲାଟରେ ହରିଣ ଚିତ୍ର ଥିଲା ଏବେ ମଧ୍ୟ ସେହି ହରିଣ ଚିତ୍ରକୁ ସ୍ଥାନ ଦିଆଯାଇଛି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ପରିଭାଷା ହେଉଛି ବର୍ଣ୍ଣବୋଧ ।
ଆଜିର ସମୟରେ ଇଂରାଜୀ ମିଡିୟମ କ୍ରେଜ ଯୁଗରେ ନୂଆପୀଢି ଓଡିଆ ଭାଷାଠୁ ଦୁରେଇ ଯାଉଛି । ଓଡିଶାର ଅସ୍ମିତା ବଞ୍ଚିବ ନାହିଁ ଅବକ୍ଷୟ ହୋଇଯିବ । ଓଡିଆ ଭାଷାକୁ ସରଳ ଓ ସାବଳିଳ ଭାବେ ଛୋଟ ପିଲାଙ୍କ ପାଖରେ ପହଞ୍ଚାଇବା ପାଇଁ ନୂଆରୁପରେ ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପୂର୍ବ ପୁସ୍ତକରେ ରହି ଯାଇଥିବା ମୁଦ୍ରଣ ତ୍ରୁଟି କୁ ଏଥିରେ ସଂଶୋଧନ କରାଯାଇଛି। ଏହା ସହ କିଛି ନୁଆ ଛବି କୁ ସ୍ଥାନିତ କରାଯାଇଛି। ଶିଶୁ ମାନଙ୍କ ଆବଶ୍ୟକତାକୁ ଆଖିରେ ରଖି ସେ ସମୟରେ ଭକ୍ତ କବି ମଧୁସୂଦନ ରାଓ ବର୍ଣ୍ଣବୋଧ ଓଡିଆ ଭାଷାର ଏକ କାଳଜୟୀ ପୁସ୍ତକର ରଚନା କରିଥଲେ। 2025ରେ ଏହି ନୂତନ ସଂସ୍କରଣ ନୂଆପୀଢି ପାଇଁ ଆଦୃତ ହେବ ବୋଲି ଆଶା କରାଯାଉଛି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏଥିରେ ଓଡ଼ିଆ ଅସ୍ମିତା ପ୍ରାଥମିକତା ଦିଆଯାଇଛି। ଆଗକୁ ଯିବା ବଦଳରେ ଆମେ ୧୯୦୧ କୁ ଫେରିଛୁ। ଏଥିରେ ବି ସରଳତା ଓ ବୋଧଗମ୍ୟତା ରହିଛି। ୧୩୦ ବର୍ଷ ପରେ ଏହାର ବିକଳ୍ପ ନାହିଁ। ପୁରୁଣାର ମୌଳିକତା କୁ ନଷ୍ଟ ନ କରି ନିର୍ଭୁଲ ଭାବେ ନୂଆ ସଂସ୍କରଣ ଅଣାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ନୂଆ ସଂସ୍କରଣ ଅଣାଯାଇଛି। ଚଳିତ ବର୍ଷ ୧୦ ହଜାର ପୁସ୍ତକ ଛପାଯିବ।