Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାଖଉଛି ଦାନା, ବଢୁଛି ଭୟ

Smruti Parija
Browse all articles by Smruti Parija
·1 year ago·1 min read
ପାଖଉଛି ଦାନା, ବଢୁଛି ଭୟ

ମୟୂରଭଞ୍ଜ: ପାଖଉଛି ଦାନା । ବଢୁଛି ଭୟ । ବର୍ତ୍ତମାନ ବାତ୍ୟା ଦାନା ପାରାଦୀପରୁ 180 କିମି ଦୂରରେ ଅଛି । ଆକଳନ ଅନୁଯାୟୀ ଆଜି ମଧ୍ୟରାତ୍ରୀରୁ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବ । 24 ରାତିରୁ 25 ସକାଳ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । 


ତେବେ ଏହାର ପ୍ରଭାବରେ ଅନେକାଂଶ ସ୍ଥାନରେ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହୋଇଗଲାଣି । କେଉଁଠି ବଡ ବଡ ଗଛ ଉପୁଡିପଡିଲାଣି ତ କେଉଁଠି ରାସ୍ତା ଅବରୋଧ ହେଲାଣି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ବୈଶିଙ୍ଗା ଥାନା ଅଞ୍ଚଳର ବୈଶିଙ୍ଗା-ରୁପ୍ସାର ମୁଖ୍ୟ ରାସ୍ତା କଦଳିଆ ଛକ ଠାରେ ଦେଖୁ ଦେଖୁ ରାସ୍ତା ଉପରେ ଗଡି ପଡ଼ିଲା ଦୀର୍ଘ ବର୍ଷର ବରଗଛ । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସେହି ବାଟ ଦେଇ ଯାଉଥିବାବେଳେ ଗାଡି ଅଧ ରାସ୍ତାରୁ ଫେରିଯାଇଛି । ଓଡ୍ରାଫ୍ ଟିମ୍ ପହଞ୍ଚି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
large trees was broken by the impact of thecyclone dana | Argus News