|
logo
Live

Argus News - ରାସନ କାର୍ଡ e-KYC ପାଇଁ ଆଜି ପୁରୁଛି କଣ୍ଟ, ଡେଡ୍‌ଲାଇନର ଆଜି ଶେଷ ଦିନ

Odisha

ରାସନ କାର୍ଡ e-KYC ପାଇଁ ଆଜି ପୁରୁଛି କଣ୍ଟ, ଡେଡ୍‌ଲାଇନର ଆଜି ଶେଷ ଦିନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ରାସନ କାର୍ଡ e-KYC ପାଇଁ ଆଜି ପୁରୁଛି କଣ୍ଟ, ଡେଡ୍‌ଲାଇନର ଆଜି ଶେଷ ଦିନ

Key Points

ରାସନ କାର୍ଡ e-KYC ପାଇଁ ଆଜି ପୁରୁଛି କଣ୍ଟ। ଡେଡଲାଇନର ଆଜି ଶେଷ ଦିନ।

ଭୁବନେଶ୍ୱର:  ରାସନ କାର୍ଡ e-KYC ପାଇଁ ଆଜି ପୁରୁଛି କଣ୍ଟ । ଡେଡ୍‌ଲାଇନର ଆଜି ଶେଷ ଦିନ । ଯେଉଁ ହିତାଧିକାରୀ e-KYC କରି ନାହାନ୍ତି, ଆଜି କରି ଦିଅନ୍ତୁ । ଆଉ ଯେଉଁମାନେ ନ କରିବେ, ତାକୁ ସରେଣ୍ଡର କରାଗଲା ବୋଲି ଧରି ନିଆଯିବ ବୋଲି ପୂର୍ବରୁ କହିଥିଲେ ଯୋଗାଣ ମନ୍ତ୍ରୀ । ସେହି ଜାଗାରେ ନୂଆ ଲୋକଙ୍କୁ ଦିଆଯିବ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଆଜି ପରେ ଆଉ ବଢ଼ିବନି ସମୟସୀମା। ପୂର୍ବରୁ ଜାନୁଆରୀ 31 ଥିଲା ଶେଷ ତାରିଖ । କିଛି ଲାଭାର୍ଥୀ e-KYC କରିନଥିବାରୁ ଅବଧି ବୃଦ୍ଧି ପାଇଁ ଫେବ୍ରୁଆରୀ 15 ଯାଏଁ ବଢ଼ିଥିଲା ରାସନକାର୍ଡ e-KYC ଅପଡେଟ୍ ଅବଧି । 

ରାଜ୍ୟରେ ଆହୁରି ଲକ୍ଷାଧିକ ହିତାଧିକାରୀ e-KYC କରିନଥିଲେ। ସେମାନଙ୍କ ମଧ୍ୟରୁ କିଛି ଡେଡାଲାଇନ୍ ବୃଦ୍ଧି ପାଇଁ ଲିଖିତ ଭାବେ ଜଣାଇବା ପରେ ସରକାର ଗତ ୩୦ ତାରିଖରେ ସମୟସୀମାକୁ ସଂପ୍ରସାରଣ କରିଥିଲେ। ରାଜ୍ୟରେ ଭୂତ ହିତାଧିକାରୀ ଚିହ୍ନଟ ଓ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ ରାସନ୍ କାର୍ଡ ଯୋଗାଇ ଦେବାର ଉଦ୍ଦେଶ୍ୟରେ ରାଜ୍ୟ ସରକାର ଗତ ଜୁନ୍ ମାସରୁ e-KYC ଅପଡେଟ୍ ପ୍ରକ୍ରିୟା ଆରମ୍ଭ କରିଥିଲେ।


ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାସନ କାର୍ଡ e-KYC ପାଇଁ ଆଜି ପୁରୁଛି କଣ୍ଟ, ଡେଡ୍‌ଲାଇନର ଆଜି ଶେଷ ଦିନ | Argus News