Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - 'ଉତ୍ତମ' ଯୁଗର ଅନ୍ତ, ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେଲା ଶେଷକୃତ୍ୟ

Odisha

'ଉତ୍ତମ' ଯୁଗର ଅନ୍ତ, ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେଲା ଶେଷକୃତ୍ୟ

Sushanta Sahoo
Browse all articles by Sushanta Sahoo
·1 year ago·2 min read
'ଉତ୍ତମ' ଯୁଗର ଅନ୍ତ, ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେଲା ଶେଷକୃତ୍ୟ

Key Points

ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ବାବୁସାନ ମହାନ୍ତି, ଉତ୍ତମଙ୍କୁ ମୁଖାଗ୍ନି ଦେଇଛନ୍ତି ।

ଭୁବନେଶ୍ଵର: କେତେବେଳେ ପରଦାରେ ଭାଇ ତ ଆଉ କେବେ ସ୍ଵାମୀ ପୁଣି ଆଉ କେବେ ବାପାର ନିଖୁଣ ଅଭିନୟ । ପ୍ରତିଟି ଚରିତ୍ରରେ ନିଜକୁ ହଜାଇ ଦେଉଥିଲେ ସେ । ୭୦ ଦଶକରୁ ସିଲଭର୍ ସ୍କ୍ରିନ୍‌ରେ ରାଜ କରୁଥିଲେ । ଆଉ ଆଜି ସେ ସ୍ଵର ନିରବି ଯାଇଛି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲ୍‌ରେ ବିଳମ୍ବିତ ରାତିରେ ଉତ୍ତମ ମହାନ୍ତି ଆଖି ବୁଜିଥିଲେ ।


ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସତ୍ୟନଗର ଶ୍ମଶାନରେ ଉତ୍ତମ ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ବାବୁସାନ ମହାନ୍ତି, ଉତ୍ତମଙ୍କୁ ମୁଖାଗ୍ନି ଦେଇଛନ୍ତି । ଉତ୍ତମଙ୍କ ଦେହାନ୍ତରେ ଗୋଟିଏ ଯୁଗର ଅନ୍ତ ହୋଇଥିବା ବେଳେ ଝୁରୁଛନ୍ତି ସମସ୍ତେ । କି ବୁଢ଼ା କି ପିଲା ସମସ୍ତଙ୍କ ମୁହଁରେ ଗୋଟିଏ କଥା ଉତ୍ତମ ମହାନ୍ତି ଆଉ ନାହାନ୍ତି ।


୧୩୫ଟିରୁ ଅଧିକ ଓଡ଼ିଆ ଫିଲ୍ମରେ ଅଭିନୟର ଛାପ ଛାଡ଼ିଥିବା ଉତ୍ତମ ମହାନ୍ତି ବଙ୍ଗାଳୀ ଓ ହିନ୍ଦୀ ଫିଲ୍ମ ବି କରିଥିଲେ । ୧୯୭୭ରେ 'ଅଭିମାନ' ଫିଲ୍ମରୁ ଓଡ଼ିଆ ଚଳଚ୍ଚିତ୍ରରେ କ୍ୟାରିଅର ଆରମ୍ଭ କରି ଦେଇଥିଲେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ । ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ସିନେମା ସହ ଜଡ଼ିତ ଥିଲେ । ୨୦୨୨ରେ ରିଲିଜ୍ ହୋଇଥିବା 'ବିଦ୍ୟାରାଣ'ରେ ତାଙ୍କୁ ଶେଷ ଥର ଦେଖିବାକୁ ମିଳିଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସିଲଭର୍ ସ୍କ୍ରିନ୍‌ରେ ଅଧା ଦଶନ୍ଧି


୨୩ ଡିସେମ୍ୱର ୧୯୫୮ରେ ବାରିପଦାରେ ଜନ୍ମ ହୋଇଥିଲେ ଉତ୍ତମ । 'ଅଭିମାନ' ଚଳଚ୍ଚିତ୍ରରୁ ଆରମ୍ଭ ହୁଏ ତାଙ୍କ ଫିଲ୍ମ କ୍ୟାରିୟର । ଦୀର୍ଘ ୪୮ ବର୍ଷ ଧରି ସେ ସିନେ ଇଣ୍ଡଷ୍ଟ୍ରିରେ ରାଜ କରିଥିଲେ । ୭୦ ଦଶକରେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଇ ଦର୍ଶକଙ୍କ ପ୍ରିୟ ହିରୋ ପାଲଟିଥିଲେ । ଉତ୍ତମ ମହାନ୍ତିଙ୍କ ନୂଆ ଫିଲ୍ମ ଆସିବା ଶୁଣିଲେ ହଲ୍ ହେଉଥିଲା ହାଉସ୍‌ ଫୁଲ୍ । ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିବା ଉତ୍ତମ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି ।


Argus Whatsapp Channel Mobile Top
Sponsored
Last Rites Of Actor Uttam Mohanty performed at Satya Nagar crematorium | Argus News