ପୁରୀରେ ହେବ କିଟ୍ ଛାତ୍ରୀଙ୍କ ଶେଷକୃତ୍ୟ

କିଟ୍ରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଘଟଣା । ମୃତ ଛାତ୍ରୀଙ୍କ ହେଲା ଶବ ବ୍ୟବଚ୍ଛେଦ । ପରିବାର ଲୋକଙ୍କ ଉପସ୍ଥିତିରେ ହେଲା ପୋଷ୍ଟମର୍ଟମ୍। ଏହି ସମୟରେ ମାଜିଷ୍ଟ୍ରେଟ, ତହସିଲଦାର, ସାଇଣ୍ଟିକଫିକ ଟିଂ ଓ ପୋଲିସ ଉପସ୍ଥିତ ଥିଲେ। ତେବେ ମୃତଦେହ ନେପାଳ ନେବାକୁ ମନାକରିଛନ୍ତି ପରିବାର ଲୋକ। ପୁରୀ ସ୍ବର୍ଗଦ୍ବାରରେ ହେବ ପ୍ରୀଶା ଶାହଙ୍କ ଶେଷକୃତ୍ୟ ।
ପୁରୀରେ ହେବ କିଟ୍ ଛାତ୍ରୀଙ୍କ ଶେଷକୃତ୍ୟ। କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ପ୍ରୀଶା ଶାହାଙ୍କ ମତ୍ୟୁ ଘଟଣାରେ ମୃତଦେହ ବ୍ୟବଚ୍ଛେଦ ପରେ ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ହେବ । ତାଙ୍କ ପରିବାରଲୋକେ ମୃତଦେହ ନେପାଳ ନେବାକୁ ମନା କରିବାରୁ ପୁରୀରେ ଶେଷକୃତ୍ୟ ହେବ। ତେବେ ପରିବାର ଲୋକଙ୍କ ଉପସ୍ଥିତିରେ ହେଲା ପୋଷ୍ଟମର୍ଟମ ହୋଇଛି। ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ। ସେମାନେ ମୃତଦେହ ନେଇ ପୁରୀ ବାହାରିବେ।
ସେପଟେ ଘଟଣାର ତଦନ୍ତ ପାଇଁ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛି । ଇନ୍ଦିରା ଗାନ୍ଧି ମୁକ୍ତ ବିଶ୍ବବିଦ୍ୟାଳୟ ବା IGNOUର ପୂର୍ବତନ କୁଳପତି ପ୍ରଫେସର ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଫ୍ୟାକ୍ଟ ଫାଇଣ୍ଡିଂ କମିଟିରେ ତାଙ୍କ ସହ ୩ଜଣ ସଦସ୍ୟ ରହିଛନ୍ତି । ଏହି କମିଟି ୭ଟି ପ୍ରମୁଖ ଦିଗ ଉପରେ ତଦନ୍ତ କରିବେ। କେଉଁ ପରିସ୍ଥିତିରେ କିଟରେ ବାରମ୍ବାର ଛାତ୍ରୀ ଆତ୍ମହତ୍ୟା ଭଳି ଅଘଟଣ ଘଟୁଛି, ସେ ନେଇ କିଟ୍ କର୍ତ୍ତୃପକ୍ଷଙ୍କୁ ଜବାବ ତଲବ କରିବେ । ଏହି କମିଟି ଯାଞ୍ଚ ସାରି ୧୦ ଦିନ ଭିତରେ UGCକୁ ରିପୋର୍ଟ ଦେବେ । ଫେବ୍ରୁଆରୀ ୧୬ରେ ଅନ୍ୟ ଜଣେ ଛାତ୍ରୀ ଆତ୍ମହତ୍ୟା ଘଟଣାର ମଧ୍ୟ ଯାଞ୍ଚ କରିବେ ଏହି କମିଟି ।
📱 Get Argus News App
✨ସୂଚନାଯୋଗ୍ୟ, ଗୁରୁବାର କିଟ୍ ହଷ୍ଟେଲ ରୁମରୁ ନେପାଳ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ କେଉଁ ପରିସ୍ଥିତିରେ ଛାତ୍ରୀଙ୍କ ମୃତ୍ୟୁ ହୋଇଛି ଏଯାଏ ସ୍ପଷ୍ଟ ହୋଇନାହିଁ। ଗତ ଫେବୃଆରୀ ୧୬, ୨୦୨୫ରେ ଜଣେ ୨୦ ବର୍ଷୀୟ ନେପାଳୀ ଛାତ୍ରୀ ପ୍ରକ୍ରିତି ଲମସାଲଙ୍କ ଆତ୍ମହତ୍ୟା ପରେ ଏହା ଦ୍ୱିତୀୟ ଏଭଳି ଘଟଣା। ଘଟଣାର ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା ଯେ, ଛାତ୍ରୀ ଜଣଙ୍କ ଜଣେ ସହପାଠୀଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇଥିଲେ। ଏହି ଅଭିଯୋଗକୁ ନେଇ ସେ ବିଶ୍ୱବିଦ୍ୟାଳୟର ଇଣ୍ଟରନ୍ୟାଶନାଲ ରିଲେସନ୍ସ ଅଫିସ (IRO)ରେ ଅଭିଯୋଗ କରିଥିଲେ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଜାତୀୟ ମାନବାଧିକାର ଆୟୋଗ (NHRC) ତାଙ୍କ ରିପୋର୍ଟରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏହି ଅବହେଳାକୁ ଗୁରୁତର ଅବହେଳା ବୋଲି କୁହାଯାଇଥିଲା।