Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି କଲେ ବାଚସ୍ପତି

Odisha

ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି କଲେ ବାଚସ୍ପତି

Smruti Parija
Browse all articles by Smruti Parija
·2 years ago·1 min read
ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି କଲେ ବାଚସ୍ପତି

ଭୁବନେଶ୍ୱର: ସରିଲା ବିଧାନସଭା । ଦୁଇଟି କାର୍ଯ୍ୟଦିବସ ପୂର୍ବରୁ ସରିଲା ବିଧାନସଭା । ଷୋଡଶ ବିଧାନସଭାର ଶେଷ ଅଧିବେଶନ । ମୋଟ 5 ଦିନ ଚାଲିଲା ଗୃହକାର୍ଯ୍ୟ । ବିଧାନସଭାକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି କଲେ ବାଚସ୍ପତି ।  

ପଞ୍ଚମ ପାଳି ସରକାରରେ ବିଧାନସଭାର ଶେଷ ଅଧିବେଶନ ବି ପୁରା ଚାଲି ପାରିଲାନି । ଷୋଡ଼ଶ ବିଧାନସଭାର ପଞ୍ଚଦଶ ଅଧିବେଶନ ଫେବୃଆରୀ 5 ତାରିଖରୁ 13 ତାରିଖ ପର୍ଯ୍ୟନ୍ତ ଚାଲିଥାନ୍ତା । ଶନିବାର ଓ ରବିବାର 2 ଟି ଛୁଟି ଦିନକୁ ଛାଡ଼ି ଦେଲେ ଏହି ଅଧିବେଶନ ଥିଲା ମୋଟ 7ଟି କାର୍ଯ୍ୟ ଦିବସ । କିନ୍ତୁ ଶେଷ ଅଧିବେଶନ ବି ସଂପୂର୍ଣ୍ଣ ଚାଲି ପାରିଲାନି । ଅର୍ପଣ ରଥ, ଉଷୁନା ଚାଉଳରେ ମହାପ୍ରସାଦ, ଆମ ଓଡ଼ିଶା ନବୀନ ଓଡ଼ିଶା ଭଳି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ହରଡ଼ଘଣାରେ ପକାଇଥିଲେ । 

ଯେଉଁଥିପାଇଁ ସମୟ ଆଗରୁ ଅଧିବେଶନ ସାରି ଦେଲେ ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ଏହାସହ 2019 ରୁ 2024 ମଧ୍ୟରେ 15 ଥର ଅଧିବେଶନ ବସିଲା । କିନ୍ତୁ ରତ୍ନଭଣ୍ଡାରକୁ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଜଷ୍ଟିସ ରଘୁବୀର ଦାସ ଦେଇଥିବା ରିପୋର୍ଟ ଗୃହରେ ଉପସ୍ଥାପନ କଲେ ନାହିଁ ରାଜ୍ୟ ସରକାର । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ଚଳିତ ବର୍ଷ ସାଧାରଣ ନିର୍ବାଚନ ଥିବାରୁ ଗୁରୁବାର କାମଚଳା ବଜେଟ ଉପସ୍ଥାପନ କରିଥିଲେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ । ଆଉ ଶେଷ ବିଧାନସଭା ଅଧିବେଶନ ଥିବାରୁ ଆଜି ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ସମେତ ସମସ୍ତ ବିଧାୟକ ଗ୍ରୁପ ଫଟୋ ଉଠାଇଥିଲେ । 

Painting
Sponsored
Last session of 16th Odisha Legislative Assembly concludes; Speaker adjourns House sine die | Argus News