|
logo
Live
Argus News App
GET APP

Argus News - ସରି ନାହିଁ ଶୀତ ! ଆହୁରି ଥଣ୍ଡା ପଡ଼ିବ, ତେଣୁ ସାବଧାନ...

Odisha

Cold Wave / ସରି ନାହିଁ ଶୀତ ! ଆହୁରି ଥଣ୍ଡା ପଡ଼ିବ, ତେଣୁ ସାବଧାନ...

Satyendu Sekhar Mishra
Browse all articles by Satyendu Sekhar Mishra
·2 months ago·2 min read
ସରି ନାହିଁ ଶୀତ ! ଆହୁରି ଥଣ୍ଡା ପଡ଼ିବ, ତେଣୁ ସାବଧାନ...
Cold Wave

Key Points

୧୦ ଡିଗ୍ରୀ ପାଖାପାଖି ପାରଦ ଖସିବା ନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ।

ରାଜ୍ୟକୁ ଶୁଷ୍କ ଥଣ୍ଡା ବାୟୁ କ୍ରମାଗତ ପ୍ରବେଶ ଯୋଗୁଁ ବଢ଼ିବ ଶୀତ । ମଙ୍ଗଳବାର ତାପମାତ୍ରା ୧୦ ଡିଗ୍ରୀ ପାଖାପାଖି ପହଞ୍ଚିବା ସମ୍ଭାବନା । ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କଟକ, ଗଜପତି ଓ କନ୍ଧମାଳରେ ଘନ କୁହୁଡ଼ି ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । ଅନେକ ସ୍ଥାନରେ ରେକର୍ଡ ସହ ହାଡ଼ ଭଙ୍ଗା ଜାଡ଼ ଅନୁଭବ ହେବ ।

ଆସନ୍ତା ତିନି ଦିନରେ ସାରା ରାଜ୍ୟରେ ରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ଯାଏ କମିପାରେ। ପରବର୍ତ୍ତୀ ତିନି ଦିନରେ ସର୍ବନିମ୍ନ ତାପମାତ୍ରା ପୁଣି ୨ ଡିଗ୍ରୀ ବଢ଼ିବ । ମକର ସଂକ୍ରାନ୍ତି ଯାଏ ଏହା ଅପରିବର୍ତ୍ତିତ ରହିପାରେ। ୧୦ ତାରିଖ ରାତିରେ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଦକ୍ଷିଣ ଉପକୂଳରେ ଶୀତ ସାମୟିକ ଭାବେ କମିପାରେ। ୧୧ ତାରିଖରେ ଶୀତ ପୁଣି ଲେଉଟିବ।

ଆସନ୍ତା ଦୁଇ ଦିନ ଯାଏ ନୟାଗଡ଼, ଢେଙ୍କାନାଳ ଓ ଆଭ୍ୟନ୍ତର ଗଞ୍ଜାମରେ କୁହୁଡ଼ି ଦେଖା ଦେଇପାରେ। ଆଜି ରାଜଧାନୀରେ କମିବ ୫ରୁ ୬ ଡିଗ୍ରୀ ତାପମାତ୍ରା । ୧୦ ଡିଗ୍ରୀ ପାଖାପାଖି ପାରଦ ଖସିବା ନେଇ ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ।

ଅନ୍ୟପଟେ ରାଜ୍ୟରେ ସୃଷ୍ଟି ହୋଇଛି ଲଘୁଚାପ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ସ୍ପଷ୍ଟ ହେବାର ସମ୍ଭାବନା ଅଛି। ୫ ଜାନୁଆରୀ, ସନ୍ଧ୍ୟା 5ଟା ୩୦ରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ପୂର୍ବ ବିଷୁବରେଖା ନିକଟସ୍ଥ ଭାରତ ମହାସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ସେପଟେ କିନ୍ତୁ ରାତି ତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ କମିପାରେ। ଏଥିପାଇଁ ଶୀତ ବଢ଼ିବ । ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, କଟକ, ଗଜପତି ଓ କନ୍ଧମାଳରେ ଘନ କୁହୁଡ଼ି ମଧ୍ୟ ଦେଖାଦେବ। ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି।

ପାଣିପାଗ ବିଶେଷଜ୍ଞଙ୍କ ସୂଚନାନୁସାରେ, ମକର ସଂକ୍ରାନ୍ତି ଯାଏ ଏହି ଥଣ୍ଡା ଅପରିବର୍ତ୍ତିତ ରହିପାରେ। ୧୦ ତାରିଖ ରାତିରେ ଭୁବନେଶ୍ୱର ଓ ବ୍ରହ୍ମପୁର ସମେତ ଦକ୍ଷିଣ ଉପକୂଳରେ ଶୀତ ସାମୟିକ ଭାବେ କମିପାରେ। ୧୧ ତାରିଖରେ ଶୀତ ପୁଣି ଲେଉଟିବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପାଞ୍ଚ ଦିନିଆ କୁହୁଡ଼ି ସତର୍କ ସୂଚନା ଜାରି କରିଛି।

ସୋମବାର ଫୁଲବାଣୀରେ ୮ ଡିଗ୍ରୀ, ବୌଦ୍ଧ ଓ କୋରାପୁଟରେ ୯, କେନ୍ଦ୍ରାପଡ଼ାରେ ୧୦, ଜଗତସିଂହପୁର, ଯାଜପୁର, ଭଦ୍ରକ, ଅନୁଗୁଳ ଓ ବାଲେଶ୍ୱରରେ ୧୧ ଡିଗ୍ରୀ ରହିପାରେ। ଢେଙ୍କାନାଳ, କଟକ, ଦେବଗଡ଼, ବାରିପଦା ଓ ମାଲକାନଗିରିରେ ୧୨ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି।

ରବିବାର ରାତିରେ ଦାରିଙ୍ଗବାଡ଼ିରେ ପାରଦ ୮.୫ ଡିଗ୍ରୀ ଥିଲା। ଜି ଉଦୟଗିରିରେ ୯.୮, ଫୁଲବାଣୀରେ ୧୦, କୋରାପୁଟରେ ରାତି ତାପମାତ୍ରା ୧୦.୪ ଡିଗ୍ରୀ ଥିଲା। ସକାଳ ଏବଂ ସନ୍ଧ୍ୟା ସମୟରେ ଦୃଶ୍ୟମାନତା କମ୍ ରହିବାର ସମ୍ଭାବନା ଥିବାରୁ ଯାତ୍ରୀମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି । ଦୁର୍ଘଟଣା ଏଡ଼ାଇବା ପାଇଁ ଗାଡ଼ି ଚାଳକମାନଙ୍କୁ ଫଗ୍ ଲାଇଟ୍ ବ୍ୟବହାର କରିବାକୁ ଏବଂ ଧୀର ଗତି ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cold Wave: ସରି ନାହିଁ ଶୀତ ! ଆହୁରି ଥଣ୍ଡା ପଡ଼ିବ, ତେଣୁ ସାବଧାନ... | Argus News