ସୁଭଦ୍ରା ଯୋଜନାର ଶୁଭାରମ୍ଭ,ଆମ ମଧ୍ୟମବର୍ଗ ଯେଉଁ ସ୍ବପ୍ନ ଦେଖିଛନ୍ତି,ତାହା ପୂରଣ କରିବୁ:ମୋଦୀ

ଅର୍ଗସ ବ୍ୟୁରୋ:ଓଡ଼ିଶାରେ ପ୍ରଥମ ଥର ପାଇଁ ଜନ୍ମଦିନ ପାଳନ କରିଛନ୍ତି ମୋଦି,ଜନତା ମଇଦାନରେ ବଟନ ଟିପି ସୁଭଦ୍ରା ଯୋଜନାର କରିଛନ୍ତି ଶୁଭାରମ୍ଭ। ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଇଛି ପ୍ରଥମ କିସ୍ତିର ଟଙ୍କା। ପ୍ରତିକ୍ରିୟାରେ ମୋଦି କହିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଥିଲେ ଜନତାଙ୍କ ସେବା ସୁଯୋଗ ମିଳେ। ଓଡ଼ିଶାର ମା’ମାନଙ୍କ ପାଇଁ ସୁଭଦ୍ରା ଶୁଭାରମ୍ଭ ସୁଯୋଗ ମିଳିଲା।
ମହିଳାଙ୍କ ଉନ୍ନତି ଓଡ଼ିଶା ବିକାଶର ମୂଳମନ୍ତ୍ର,ମଧ୍ୟ ବର୍ଗ ଦେଖିଥିବା ସ୍ବପ୍ନ ପୂରଣ କରିବ ସୁଭଦ୍ରା,ଆମେ ପ୍ରତିଶ୍ରୁତି ଦେଇଥିଲୁ ପୂରଣ କରିଛୁ ବୋଲି କହିଛନ୍ତି ମୋଦି। ପ୍ରଭୁ ଜଗନ୍ନାଥଙ୍କ କୃପାରୁ ପୁଣି ଓଡ଼ିଶା ଆସିବା ସୌଭାଗ୍ୟ ମିଳିଲା, ଓଡ଼ିଶାରେ ବିଜେପି ସରକାର ହେବା କ୍ଷଣି ଶ୍ରୀମନ୍ଦିର ୪ ଦ୍ବାର ଖୋଲିବୁ କହିଥିଲୁ, ଖୋଲିଲୁ। ପ୍ରଭୁ ଜଗନ୍ନାଥଙ୍କ ରତ୍ନଭଣ୍ଡାର ବି ଖୋଲିଲୁ। ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ପୂରା ଟିମ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ।ଆକାଉଣ୍ଟକୁ ଟଙ୍କା ଆସିବା ପରେ ଖୁସି ବ୍ୟକ୍ତ କରିଛନ୍ତି ହିତାଧିକାରୀ। ମୋଟ ୨୫ ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ଯାଇଛି ୧୨୫୦ କୋଟି ୫୫ ହଜାର ଟଙ୍କା । ସୁଭଦ୍ରା ଯୋଜନାରେ ମାଧ୍ୟମରେ ଉପକୃତ ହେବେ ୧ କୋଟିରୁ ଉର୍ଦ୍ଦ ମହିଳା। ଘରେ ଘରେ ସୁଭଦ୍ରା ମହିଳାଙ୍କୁ କରିବ ଆତ୍ମନିର୍ଭର