Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବିରୋଧୀଙ୍କ ଆକ୍ଷେପର ଆଇନ ମନ୍ତ୍ରୀ କଲେ କାଉଣ୍ଟର

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବିରୋଧୀଙ୍କ ଆକ୍ଷେପର ଆଇନ ମନ୍ତ୍ରୀ କଲେ କାଉଣ୍ଟର

Key Points

ପୁରୀ ଦଳଚକଟା ଘଟଣାକୁ ନେଇ ରାଜନୀତି ଜୋରଦାର
ନବୀନ କହିଲେ ଭିଡ ନିୟନ୍ତ୍ରଣରେ ବିଫଳ ରାଜ୍ୟ ସରକାର
ବିରୋଧୀଙ୍କ ଆକ୍ଷେପର ଆଇନ ମନ୍ତ୍ରୀ କଲେ କାଉଣ୍ଟର
ଆହତଙ୍କ ଚିକିତ୍ସାରେ ଅବହେଳା ଅଭିଯୋଗ ଆଣିଲା କଂଗ୍ରେସ

ରବିବାର ଭୋରୁ ଶରଧାବାଲିରେ ରଥାଋଢ ଚତୁର୍ଦ୍ଧାମୂରତିଙ୍କୁ ଦର୍ଶନ ପାଇଁ ଠେଲାପେଲା ଘଟି ଯେଉଁ ଅଘଟଣ ଘଟିଲା ତାକୁ ନେଇ ଜୋର ଧରିଛି ରାଜନୈତିକ ବୟାନବାଜି । ଏକ୍ସରେ ପୋଷ୍ଟ କରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶାନ୍ତି ତଥା ଭାବପୂର୍ଣ୍ଣ ରଥଯାତ୍ରା ସୁନିଶ୍ଚିତ କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଅଭିଯୋଗ କରିବା ସହ ଏହା ଦାୟିତ୍ୱରେ ଚରମ ଅବହେଳାକୁ ଦର୍ଶାଉଥିବା ଲେଖିଥିଲେ। ସେହିପରି କଂଗ୍ରେସ ମଧ୍ୟ ଏ ପ୍ରସଙ୍ଗରେ ସରକାରଙ୍କୁ କରିଛି ଆଟାକ୍। ଦଳାଚକଟା ଘଟାଣାରେ ଆହାତ ହୋଇଥିବା ଭକ୍ତଙ୍କ ତିକିତ୍ସାରେ ଅବହେଳା କରାଯାଇଥିବା ନେଇ ଅଭିଯୋଗ କରିଛି କଂଗ୍ରେସ।

ବିରୋଧୀଙ୍କ ଅଭିଯୋଗର କାଉଣ୍ଟର କରିଛନ୍ତି ଆଇନମନ୍ତ୍ରୀ। ଯେଉଁମାନଙ୍କ ଶାସନ କାଳରେ ଅନେକ ଅଘଟଣ ଘଟିଛି ସେମାନଙ୍କ କହିବା ନହିବାରେ କିଛି ମାନେ ନାହିଁ। ଏବେ ନଜର ପକାଇବା ପୁରୀରେ ପୂର୍ବରୁ ଘଟିଥିବା ବିଭିନ୍ନ ଅଘଟଣ ଉପରେ ଆଉ ସେତେବେଳେ କଣ ଆକ୍ସ ନେଇଥିଲେ ତତକାଳୀନ ସରକାର। ୨୦୦୬ କାର୍ତ୍ତିକ ପୂର୍ଣ୍ଣିମା ସମୟରେ ଶ୍ରୀମନ୍ଦିରରେ ଦଳାଚକଟା ଘଟି ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର। ପି. କେ ମହାନ୍ତି କମିଶନ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ। ରିପୋର୍ଟ ଉପରେ କଣ ଆକ୍ସନ ହେଲା ଜଣାନାହିଁ

୨୦୦୮ ରଥଯାତ୍ରା ସମୟରେ ଦଳାଚକଟା ଘଟି ୬ ଜଣଙ୍କର ମୃତ୍ୟୁ ହୋଇଥିଲେ। ସେତେବେଳର ନବୀନ ପଟ୍ଟନାୟକ ନିଜେ ଉପସ୍ଥିତ ଥିଲେ। ନବୀନ ଶାସନିକସ୍ତରରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ମୃତକଙ୍କ ପରିବାରକୁ ଲକ୍ଷେ ଟଙ୍କାର ସହାୟତା ଘୋଷଣା କରାଯାଇଥିଲା। ବର୍ଷକ ପରେ ଆରମ୍ଭ ହେଲା ତଦନ୍ତ। ରାଜସ୍ବ ପର୍ଷଦ ସଦସ୍ୟ ସନ୍ତୋଷ କୁମାର ତଦନ୍ତ ଆରମ୍ଭ କରିଥିଲେ । କିନ୍ତି କାହା ଉପରେ କିଛି ଆକ୍ସନ ହୋଇନାହିଁ। ୨୦୧୨ରେ ମଧ୍ୟ ରଥଯାତ୍ରା ସମୟରେ ଦଳଚକଟାରେ ୨ ଭକ୍ତଙ୍କ ଜୀବନ ଯାଇଥିଲା। ସେତେବେଳ ବି ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ। ତେବେ ଏହି ଘଟଣାରେ କୌଣସି ସହାୟତା ସହାୟତା ଦିଆଯାଇନଥିବା ବେଳେ କାର୍ଯ୍ୟାନୁଷ୍ଠାନ ବି ହୋଇନଥିଲା।

୨୦୧୫ ନବକଳେବର ସମୟରେ ବି ଶ୍ରୀମନ୍ଦିରରେ ଦଳାଚକଟା ଘଟି ୨ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ 10 ଜଣ ଅସୁସ୍ଥ ହୋଇଥିଲେ। ସେଦିନ ବି ଉପସ୍ଥିତ ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘଟଣାରେ କେବଳ ଦୁଃଖ ପ୍ରକାଶ କରିବା ସହ ଆହତଙ୍କୁ ମାଗଣା ଚିକିତ୍ସା ଘୋଷଣା କରି କାମ ସାରିଦେଇଥିଲେ। କୌଣସି ଆକ୍ସନ ହୋଇନଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
law-minister-counters-oppositions-attack | Argus News