ଅରୁଣଙ୍କ କଟାକ୍ଷର କଡ଼ା ଜବାବ ଦେଲେ ଆଇନମନ୍ତ୍ରୀ, ପଢ଼ନ୍ତୁ...

ଆଇନଶୃଙ୍ଖଳା ନେଇ ବିଜେଡ଼ିର ଅଭିଯୋଗ ଉପରେ କଡ଼ା କାଉଣ୍ଟର କଲେ ଆଇନ ମନ୍ତ୍ରୀ ପୃଥବୀରାଜ ହରିଚନ୍ଦନ । ସେ କହିଛନ୍ତି ପୂର୍ବ ସରକାରରେ ନେତାମାନେ ଆଇନ ତା ବାଟରେ ଯିବ ବୋଲି କହୁଥିଲେ । ୧୦ ମାସ ଭିତରେ ଯେତିକି କ୍ରାଇମ୍ ହୋଇଛି, ସବୁ କେସରେ ୨୪ରୁ ୭୨ ଘଣ୍ଟା ଭିତରେ ଆକ୍ସନ ନିଆଯାଇଛି । ଗିରଫ କରାଯାଉଛି, କୋର୍ଟ ଫରୱାର୍ଡ କରାଯାଉଛି, ଆବଶ୍ୟକ ପଡିଲେ ଏନକାଉଣ୍ଟର କରାଯାଉଛି ।
କୌଣସି ଅପରାଧୀଙ୍କୁ ୧ ପ୍ରତିଶତ ବି ସରକାର ରାଜନୈତିକ ସୁରକ୍ଷା ଦେଉନାହାନ୍ତି । ପୋଲିସକୁ ତଦନ୍ତ ପାଇଁ ସଂପୂର୍ଣ୍ଣ ସ୍ଵାଧୀନତା ଦିଆଯାଇଛି । ଦଣ୍ଡ ବିଧାନ ହାରରେ ଅଭୁତପୂର୍ବ ପରିବର୍ତ୍ତନ ଆସିଛି । ତେଣୁ ବିରୋଧୀ ଅଧିକ ଚିନ୍ତିତ ହୁଅନ୍ତୁ ନାହିଁ । ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ ସରକାର ତତ୍ପର ଅଛନ୍ତି । ଅପରାଧ ନିୟନ୍ତ୍ରଣ ପାଇଁ ଶୂନ୍ୟ ସହନଶୀଳ ନୀତିରେ କାମ କରୁଛନ୍ତି ସରକାର ।
ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ନେଇ ବିଜେପି ସରକାରକୁ ନୟାଗଡ଼ ବିଧାୟକ ଅରୁଣ ସାହୁ ଟାର୍ଗେଟ କରିଥିଲେ । ସାରା ରାଜ୍ୟରେ ମର୍ଡର ମର୍ଡର ମର୍ଡର ବୋଲି କହିଥିଲେ। ଗଣ୍ଡି ଗୋଟେ ଜାଗାରେ ମୁଣ୍ଡ ଆଉ ଗୋଟେ ଜାଗାରେ ବୋଲି ଟିପ୍ପଣୀ ଦେଇଥିଲେ। କେଉଁଠି ଜେସିବି ଲଗାଇ ମାରି ଦିଆଯାଉଛି ତ ଆଉ କେଉଁଠି ଗୁଳି କରି ଲୋକଙ୍କୁ ମାରି ଦିଆଯାଉଛି ବୋଲି କହିଥିଲେ। ମିଡିଆରେ କେବଳ ମର୍ଡର ଖବର ଘୂରି ବୁଲୁଛି। ଏହା ଭିତରେ ୮୦ ଜଣ ଦାଦନ ଶ୍ରମିକଙ୍କ ମୃତଦେହ ଆସିଲାଣି। ଶିଶୁ ଚୋରି ହେଉଛି।ଅପରାଧୀ ଜାଣିଗଲେଣି ଯେ, ଏ ସରକାର ଦୁର୍ବଳ। ତେଣୁ ଦାନ୍ତହୀନ ଦୁର୍ବଳ ସରକାରକୁ କେହି ଖାତିର କରୁନାହାଁନ୍ତି। ଏ କଣ ଡବଲ ଇଂଜିନ ସରକାର ବୋଲି ଅରୁଣ ପ୍ରଶ୍ନ କରିଥିଲେ।