Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କଂଗ୍ରେସର ହାଉସ୍ କମିଟି ଦାବି ନେଇ ମତ ରଖିଲେ ଆଇନ୍ ମନ୍ତ୍ରୀ, ବିଜେଡିର ଭୂମିକା ନେଇ ବି କହିଲେ...

Sushanta Sahoo
Browse all articles by Sushanta Sahoo
·1 year ago·3 min read
କଂଗ୍ରେସର ହାଉସ୍ କମିଟି ଦାବି ନେଇ ମତ ରଖିଲେ ଆଇନ୍ ମନ୍ତ୍ରୀ, ବିଜେଡିର ଭୂମିକା ନେଇ ବି କହିଲେ...

ଭୁବନେଶ୍ଵର: ରାଜନୈତିକ ସ୍ଵାର୍ଥକୁ ଚରିତାର୍ଥ କରିବା ଲାଗି ହାଇଡ୍ରାମା ଚଲାଇ ଆସୁଛନ୍ତି ବିରୋଧୀ । ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ ଏବଂ ଅନ୍ୟାନ୍ୟ ସମୟ ସବୁ ସମ୍ପୂର୍ଣ୍ଣ ବ୍ୟାହତ କରାଇବା ଲାଗି ବିରୋଧୀ କାର୍ଯ୍ୟ କରି ଆସୁଛନ୍ତି । ମାର୍ଚ୍ଚ ୭ରୁ ଏନେଇ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି । ଏହା ଗଣତାନ୍ତ୍ରିକ ବ୍ୟବସ୍ଥା, ବିଧାନସଭା ପରମ୍ପରା ଦୃଷ୍ଟିରୁ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ଵୀରାଜ ହିରଚନ୍ଦନ ।


ଶୃଙ୍ଖଳାର ବନ୍ଧ ଭାଙ୍ଗି ଯେତେବେଳେ ଏ ସବୁ ଯେତେବେଳେ ଅସହନୀୟ ହେଲା ସେତେବେଳେ ବାଚସ୍ପତି ଜଣେ କଂଗ୍ରେସ ବିଧାୟକଙ୍କୁ ଅନିଚ୍ଛା ସତ୍ତ୍ଵେ ନିଲମ୍ବିତ କରିଥିଲେ । ଆଶା କରାଯାଉଥିଲା, ଦଣ୍ଡ ବିଧାନ ପରେ ବିରୋଧୀ ଦଳ ମାନେ ଗୃହକୁ ଠିକ୍ ଭାବେ ଚଳାଇ ଭୂମିକା ନିର୍ବାହ କରିବେ । ବିଧାନସଭାକୁ ଚଳିତଥର ଅଧିକ ନବନିର୍ବାଚିତ ବିଧାୟକ ଆସିଛନ୍ତି । ନିଜର ଅଞ୍ଚଳର ସମସ୍ୟା ଗୃହରେ ଉଠାଇ ଚର୍ଚ୍ଚା କରିବା । ରାଜ୍ୟବାସୀଙ୍କ କଥା ଆଲୋଚନା କରିବା ପାଇଁ ସମସ୍ତଙ୍କ ଅପେକ୍ଷା ଅଛି ।


ବିଧାନସଭାକୁ ବିଭିନ୍ନ ଭାବେ ବନ୍ଦ କରି ସମୟ ନଷ୍ଟ କରିବା ଅତ୍ୟନ୍ତ କଦର୍ଯ୍ୟ କଥା । ଦଳମତ ନିର୍ବିଶେଷରେ ସମସ୍ତଙ୍କ ଆଂକାକ୍ଷା ସହ ଗଣତନ୍ତ୍ରକୁ ବିରୋଧୀ ହତ୍ୟା କରୁଛନ୍ତି । ବୁଡ଼ି ଯାଉଥିବା କଂଗ୍ରେସ ତାର ସ୍ଥିତିକୁ ବଞ୍ଚାଇବାକୁ କୁଆଡ଼େ ରାଲି କରିବେ ୨୭ ତାରିଖରେ । ଏଥିପାଇଁ ଦିଲ୍ଲୀରୁ କୁଆଡ଼େ ନିର୍ଦ୍ଦେଶ ଆସିଛି ୨୭ ଯାଏଁ ବିଧାନସଭା ଚଳାଇ ଦିଅ ନାହିଁ । ତାର ଅର୍ଥ ନୁହେଁ ଓଡ଼ିଶାର ବିକାଶକୁ ହତ୍ୟା କରିବା ।


ବିଧାନସଭାରେ ଗୁଣ୍ଡାରାଜ କରିବା, ଗୃହ ଚାଲିଥିବା ବେଳେ ଘଣ୍ଟଘଣ୍ଟା ବଜାଇବା ଅଗଣତାନ୍ତ୍ରିକ । ଆଚରଣ, ଉଚ୍ଚାରଣ ପାଇଁ ଲୋକେ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଥିଲେ । ଇତିହାସ ଦେଖିଲେ- କଂଗ୍ରେସ ସମୟରେ ଅନେକ ମହିଳା ଅତ୍ୟାଚାରର ଶିକାର ହୋଇଥିଲେ, ସେମାନଙ୍କୁ ନ୍ୟାୟ ଦେଇ ପାରିନଥିଲ । ମୋହନ ମାଝୀଙ୍କ ସରକାର ମହିଳା ସୁରକ୍ଷା ପାଇଁ ସଚେତନ ଅଛୁ । ଯାହା ଚାହୁଁଛ ବିଧାନସଭାରେ ଆଲୋଚନା କର, ଗଣମାଧ୍ୟମରେ ନୁହେଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କଂଗ୍ରେସର ଦାବି, ହାଉସ୍ କମିଟି ହେଉ । ଯାହାକୁ ନେଇ ଆଇନ୍ ମନ୍ତ୍ରୀ କହିଛନ୍ତି, ବ୍ୟବସ୍ଥା ହେଉଛି ନିର୍ଦ୍ଦିଷ୍ଟ ବଡ଼ ଧରଣର ଘଟଣା ଘଟିଥିଲେ ହାଉସ୍ କମିଟି ତିଆରି ହୁଏ । କମିଟି ଯାଏ ଘଟଣାସ୍ଥଳକୁ, ଏହା ସମସ୍ତେ ଜାଣନ୍ତି । ଏବେ କଂଗ୍ରେସ ହାଉସ୍ କମିଟି ତିଆରି ଚାହୁଁଛି, କେବଳ ବିଧାନସଭାର ସମୟ ସାରିବାକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି ଆଇନ୍ ମନ୍ତ୍ରୀ ।


କଂଗ୍ରେସ ମୁତଲବି ପ୍ରସ୍ତାବ ଆଣିଥିଲା, ଗୃହରେ ତଥ୍ୟ ଦିଆଗଲା । ଗତବର୍ଷ ଅପେକ୍ଷା ପ୍ରମୁଖ ୮ଟି ଯାକ ଶ୍ରେଣୀରେ ଅପରାଧ ହାର ହ୍ରାସ ପାଇଥିବା ତଥ୍ୟ ଦିଆଗଲା । ଗୋଟିଏ ଥର ବି କଂଗ୍ରେସ କିମ୍ବା ବିଜେଡି ଆଇନ୍ ଶୃଙ୍ଖଳା ଉପରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ରଖିବା ଦାବି ବିଧାନସଭାରେ କରି ନାହାନ୍ତି । ଆମେ ଆହ୍ଵାନ କରିଥିଲୁ, ଆପଣ ଦାବି କରନ୍ତୁ, ମୁଖ୍ୟମନ୍ତ୍ରୀ ଉତ୍ତର ରଖିବେ ।


ପୂର୍ବ ସରକାରରେ ୨ଟି ଉତ୍ତର ମିଳୁଥିଲା । ଗୋଟିଏ ତଥ୍ୟ ସଂଗ୍ରହ ଚାଲିଛି । ଆଉ ଗୋଟିଏ ହେଲା ପ୍ରସଙ୍ଗକୁ ଅନ୍ୟତ୍ର ଡାଇଭର୍ଟ କରିବା । ବିଜେପି ସରକାର ପ୍ରତିଟି କଥାକୁ ଆଲୋଚନା କରିବାକୁ ପ୍ରସ୍ତୁତ । ଗୃହ ବିଭାଗ ଶ୍ଵେତପ୍ରତ ପ୍ରକାଶ କରିଛି । ସେଥିରେ ସବୁ ତଥ୍ୟ ଅଛି, ତା ସତ୍ତ୍ଵେ ଉତ୍ତର ଚାହୁଁଥିଲେ ଗୃହରେ ମାଗନ୍ତୁ, ଆମେ ଦେବୁ ।


ଓଡ଼ିଶାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ସହ ଥିବା କହିଛନ୍ତି ଆଇନ୍ ମନ୍ତ୍ରୀ । ସେମାନଙ୍କ ୨୪ ବର୍ଷ ଶାସନରେ ପରୀ, ପିହୁ, ମମତି ଭଳି ମହିଳା ଅପରାଧୀର ତାଲିକା କଲେ ପି.ଏଚିଡି ଠାରୁ ବଡ଼ ଡିଗ୍ରୀ ମିଳିବ । ଆମ ସରକାର ମହିଳା ବିରୋଧୀ ହିଂସା କମାଇବାକୁ ପଦକ୍ଷେପ ନେଉଛନ୍ତି । ଦଣ୍ଡ ବିଧାନ ହାର ବଢ଼ାଇବା ଲାଗି କାମ କରୁଛୁ । ପୋଲିସ ଭଳି ଗୁରୁତ୍ଵପୂର୍ଣ୍ଣ ବିଭାଗରେ ୧୬ ହଜାର ପଦ ଖାଲି ପଡ଼ିଥିଲା । ବିଜେଡି ଆଇନ୍ ଶୃଙ୍ଖଳା କଥା କହିବା ଲଙ୍କାରେ ହରି ଶବ୍ଦ ଭଳି ।

Sponsored
Law Minister On Congress's House Committee Demand | Argus News