Videos
|
Odisha

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago
ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ

ରତ୍ନଭଣ୍ଡାର ମରାମତି ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ବଡ଼ ବୟାନ । କହିଲେ, ରତ୍ନଭଣ୍ଡାର ମରାମତି ହୋଇ ନଥିଲେ ଭୁଶୁଡ଼ି ପଡ଼ି ଥାଆନ୍ତା । ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ ରୂପେ ଶହେରୁ ଦୁଇ ଶହ ବର୍ଷ ଠିକ୍ ଢ଼ଙ୍ଗରେ ରହିଲା ପରି ମରାମତି ଉପରେ ଦିଆଯାଇଛି ଗୁରୁତ୍ବ । ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସରିବ ରତ୍ନଭଣ୍ଡାର ମରାମତି ।

ସେ ଆହୁରି କହିଛନ୍ତି, ନିତିକାନ୍ତି ବ୍ୟାଘାତ ନକରି ମରାମତି କାମ ଚାଲିଛି । ରତ୍ନଭଣ୍ଡାରର ଯେତିକି ଡ୍ୟାମେଜ ହୋଇଥିଲା, ଯଦି ମରାମତି ହୋଇ ନଥାଆନ୍ତା, ହୁଏତ ଭିତର କେତେବେଳେ ଭୁଶୁଡ଼ି ପଡ଼ିଥାଆନ୍ତା । ତେଣୁ ସେଭଳି ସ୍ଥିତିରେ ଥିବା ରତ୍ନଭଣ୍ଡାରକୁ ସମ୍ପୂର୍ଣ୍ଣ ରୂପେ ଶହେରୁ ଦୁଇ ଶହ ବର୍ଷ ଠିକ୍ ଢ଼ଙ୍ଗରେ ରହିଲା ପରି ମରାମତି କରାଯାଉଛି । ତାକୁ ନଜର ରଖି ASI କୁ କୌଣସି ପ୍ରକାର ବ୍ୟସ୍ତ କରାଯାଉନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Law Minister Prithviraj Harichandan's big statement on ratnabhandar | Argus News