ଆଇନ ମନ୍ତ୍ରୀ କହିଲେ ତଦନ୍ତ ହେବ, ଆକ୍ସନ ବି ହେବ

ଏବେ ବିବାଦ ବଢିବା ପରେ ଆଉ ମୁହଁ ଖୋଲୁନାହାଁନ୍ତି ଦଇତାପତି ନିଯୋଗର ସଂପାଦକ। ଏପଟେ ବଳକା ଦାରୁ ନେଇ ଦୀଘାରେ ମୂର୍ତ୍ତି କରିବା ଘଟଣାକୁ ଗୁରତର ସହ ନେଇଛନ୍ତି ସରକାର । ଆଇନ ମନ୍ତ୍ରୀ କହିଛନ୍ତି ଠାକୁରଙ୍କ ବଳକା କାଠକୁ କେଉଁଠି ନେଇ ବ୍ୟବହାର କରିବା ଆଦୌ ଗ୍ରହଣୀୟ ନୁହେଁ । ମନ୍ଦ ଉଦ୍ଦେଶ୍ୟ ଥିବା ଲୋକଙ୍କ ଉପରେ କରାଯିବ ଦଣ୍ଡ ବିଧାନ । ଅନ୍ୟ କେଉଁଠି ମନ୍ଦିର ତିଆରି କରାଯାଇପାରେ, କିନ୍ତୁ ଧାମର ଆଖ୍ୟା ଦିଆଯାଇପାରିବ ନାହିଁ ବୋଲି ବି କହିଛନ୍ତି ଆଇନ ମନ୍ତ୍ରୀ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
ଅନ୍ୟପଟେ ନାଁ ନ ନେଇ ମମତାଙ୍କୁ କଡା ସମୋଲାଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସମସ୍ତେ ଜାଣିଛନ୍ତି ପ୍ରଭୁ ଜଗନ୍ନାଥଙ୍କ ଧାମ କେଉଁଠି ଅଛି । କେଉଁ ମୁଖ୍ୟମନ୍ତ୍ରୀଙ୍କର ଦାୟିତ୍ଵ ନୁହେଁ, ଯେ କେଉଁଠି ଧାମ ତିଆରି କରିବା କି କେଉଁଠି ଶଙ୍କରାଚାର୍ଯ୍ୟଙ୍କୁ ରଖିବା କି କେଉଁ ସମୁଦ୍ରକୁ ନାମକରଣ କରିବା । ଏଥିପାଇଁ ହିନ୍ଦୁ ସଂସ୍କୃତିରେ ଅଲଗା ପରମ୍ପରା ଅଛି । ହିନ୍ଦୁ ସଂସ୍କୃତି, ପରମ୍ପରାକୁ ଯିଏ ଯେବେ ଛେଡଖାନି କରିଛି, ସିଏ ତାର ଫଳ ଭୋଗିଛି ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ .. ସେପଟେ ଏ ପ୍ରସଙ୍ଗରେ ଗଜପତି ମହାରାଜାଙ୍କୁ ଚିଠି ଲେଖିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ..ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ମୁଁ ଏ କଥାର ଦୃଢ଼ ବିରୋଧ କରୁଛି ।
ସେପଟେ ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ତିନୋଟି ପର୍ଯ୍ୟାୟରେ ବୈଠକ କରି ତିନିରଥର ମୁଖ୍ୟ ମହାରଣା, ତିନି ବାଡଗ୍ରାହୀ । ଦେଉଳକରଣ ତଡଉକରଣଙ୍କ ସହ ଛତିଶାନିଯୋଗ ମୁଖ୍ୟଙ୍କ ମତାମତ ନେଇଛି । ଦେଶ ବିଦେଶରେ ବିଭିନ୍ନ ସ୍ଥାନରେ ଅଛି ଜଗନ୍ନାଥ ମନ୍ଦିର । କିନ୍ତୁ ଜଗନ୍ନାଥ ଧାମ ହେଉଛି କେବଳ ଶ୍ରୀକ୍ଷେତ୍ର ପୁରୀ । ତେଣୁ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ନାମିତ କରିବା ପଛରେ କଣ ଉଦ୍ଦେଶ୍ୟ ତାକୁ ନେଇ ଉଠିଲା ପ୍ରଶ୍ନ ।