Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆଇନ ମନ୍ତ୍ରୀ କହିଲେ ଅଶ୍ଳୀଳ ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ

Odisha

ଆଇନ ମନ୍ତ୍ରୀ କହିଲେ ଅଶ୍ଳୀଳ ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଆଇନ ମନ୍ତ୍ରୀ କହିଲେ ଅଶ୍ଳୀଳ ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ

Key Points

  • ବନ୍ଦ ହେବ ଯାତ୍ରାରେ ଅଶ୍ଲୀଳ ନୃତ୍ୟ
  • ରାଜ୍ୟ ସରକାର ଆଣୁଛନ୍ତି ମାର୍ଗଦର୍ଶିକା
  • ବିଧାନସଭାରେ ଲିଖିତ ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ
  • ଆଇନ ମନ୍ତ୍ରୀ କହିଲେ ଅଶ୍ଳୀଳ ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ
  • ରୋକ୍ ଲଗାଇବା ଦିଗରେ ଗୁରୁତ୍ବର ସହ ବିଚାର କରୁଛନ୍ତି ସରକାର
  • ଫିଲ୍ମ ଭଳି ସେନ୍ସର ବୋର୍ଡ ଗଠନ ଲାଗି ଦାବି ଉଠାଇଲେ କଂଗ୍ରେସ ଓ ବିଜେଡି

ଅର୍ଗସ ବ୍ୟୁରୋ: ଯାତ୍ରାରେ ଅଶ୍ଳୀଳତା ଉପରେ ଲାଗିବ ରୋକ୍ । ଆଜି ବିଧାନସଭା ଶୂନ୍ୟକାଳରେ ଉଠିଲା ଯାତ୍ରା ମଞ୍ଚରେ ଅଶ୍ଳୀଳତା ନୃତ୍ୟ ପ୍ରସଙ୍ଗ । ପ୍ରଥମେ ଏହି ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି । ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏହାର କଡ଼ା ଜବାବ ଦେଲେ । କହିଲେ ବନ୍ଦ ହେବ ଯାତ୍ରାରେ ଅଶ୍ଳୀଳ ନୃତ୍ୟ । ଏଥିପାଇଁ ରାଜ୍ୟ ସରକାର ମାର୍ଗଦର୍ଶିକା ଆଣୁଛନ୍ତି । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯାତ୍ରାରେ ଏଭଳି ନୃତ୍ୟ ଓଡ଼ିଆ ସଂସ୍କୃତି ବିରୋଧୀ । ରାଜ୍ୟ ସରକାର ଏହାକୁ ଗୁରୁତ୍ବର ସହ ନେଇଛନ୍ତି । 

ଦିନକୁ ଦିନ ଯାତ୍ରାରେ ନଗ୍ନ ନୃତ୍ୟ ଓ ଦ୍ବି ଅର୍ଥବୋଧକ ସଂଳାପ ବଢ଼ିଚାଲିଛି। ଦର୍ଶକଙ୍କ ରୁଚି କହି ଆଇଟମ୍ ଡ୍ୟାନ୍ସକୁ ପ୍ରୋତ୍ସାହନ ଦେଉଛନ୍ତି ଯାତ୍ରା ମାଲିକ ଓ ପରିଚାଳକ । ସିନେମା ଭଳି ଯାତ୍ରା ପାଇଁ ବି ସେନ୍ସର ବୋର୍ଡ ଗଠନ ହେଉ ବୋଲି ସ୍ବର ଉଠାଇଛି ବିଜେଡି। ଗୌତମବୁଦ୍ଧ ଦାସ କହିଛନ୍ତି ଯାତ୍ରା ଅଶ୍ଳୀଳତା ବନ୍ଦ ନେଇ ରାଜ୍ୟ ସରକାର ମାର୍ଗଦର୍ଶିକା ଆଣିଲେ ତାଙ୍କ ଦଳ ସ୍ବାଗତ କରିବ । ଯେଉଁ ଯାତ୍ରା ମାଲିକ ଅଶ୍ଳୀଳତାକୁ ପ୍ରଶ୍ରୟ ଦେଉଛନ୍ତି ସେମାନଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ସରକାରଙ୍କ ଏହି ନିଷ୍ପତ୍ତିକୁ ଆଇଟମ ଡ୍ୟାନସର୍ ବି ସ୍ବାଗତ କରିଛନ୍ତି। 

 ଓଡ଼ିଶାର କଳା ସଂସ୍କୃତି ସହ ଦଶକ ଦଶକ ଧରି ଜଡ଼ିତ ଯାତ୍ରା ପରମ୍ପରା । କିନ୍ତୁ ମନୋରଞ୍ଜନ ନାଁରେ ଯାତ୍ରାରେ ସୀମା ଲଂଘୁଛି ଅଶ୍ଳୀଳ ନୃତ୍ୟ। ଯାହା ଓଡ଼ିଆ ଅସ୍ମିତାର ପରିପନ୍ଥୀ । ଏବେ ସରକାର ଏଥିପାଇଁ ଆଇନ ଆଣିଲେ ଅଶ୍ଲୀଳତା ପାଇଁ ଯାତ୍ରା ପ୍ରତି ବିମୁଖ ହୋଇଯାଇଥିବା ବହୁ ଲୋକେ ପୁଣି ଏଥିପ୍ରତି ରୁଚି ଦେଖାଇବେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Law Minister says obscene dance is against Odia culture | Argus News