ମୁହାଁମୁହିଁ ପିଟିଲା ଲକ୍ଷ୍ମୀ ବସ, ବାଇକଆରୋହୀ ମୃତ

Key Points
ପୁଣି ଜୀବନ ନେଲା ଲକ୍ଷ୍ମୀ ବସ୍
ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ
ପୁଣି ଜୀବନ ନେଲା ଲକ୍ଷ୍ମୀ ବସ। ବାଇକ ଆରୋହୀଙ୍କୁ ମୁହାଁମୁହିଁ ପିଟିବା ଫଳରେ ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ସିମିଳିଆ ଛକ ନିକଟରେ । ବଉଳଖଲାଡି ଗ୍ରାମର ସନ୍ତୋଷ କୁମାର ଜେନା ଘରୁ ବାହାରି ନିଜ ବାଇକରେ କପ୍ତିପଦା ଅଭିମୁଖେ ଆସୁଥିଲେ । ସିମିଳିଆ ଛକ ନିକଟରେ ବିପରୀତ ଦିଗରୁ ନୁଦଡିହା ଅଭିମୁଖେ ଯାଉଥିବା ଲକ୍ଷ୍ମୀ ବସ ମୁହାଁମୁହିଁ ଧକ୍କା ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀ ସନ୍ତୋଷ ଗୁରୁତର ହୋଇ ପଡିଥିଲେ।
ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ନିମନ୍ତେ କପ୍ତିପଦା ମେଡିକାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବସ୍ ଏବଂ ବାଇକକୁ ଜବତ କରିବା ସହିତ ବସ ଡ୍ରାଇଭରକୁ ଥାନାକୁ ନେଇଛି । ଅନ୍ୟପଟେ ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଚାପା ଉତ୍ତେଜନା କିଛି ସମୟ ପାଇଁ ଦେଖିବାକୁ ମିଳିଥିଲା।