Videos
|
Odisha

Laxmi Puja Accident / ଲକ୍ଷ୍ମୀପୂଜାରେ ବଡ଼ ଅଘଟଣ: ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃ*ତ, ୩ ଗୁରୁତର

Ritu Das
Browse all articles by Ritu Das
·2 hours ago·1 min read
ଲକ୍ଷ୍ମୀପୂଜାରେ ବଡ଼ ଅଘଟଣ: ଜେନେରେଟର ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ମୃ*ତ, ୩ ଗୁରୁତର
India

Key Points

ଲକ୍ଷ୍ମୀପୂଜା ଚାଲିଥିବାବେଳେ ବଡ଼ ଅଘଟଣ ଘଟିଛି
ଜେନେରେଟରରୁ ନିର୍ଗତ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃ*ତ୍ୟୁ
ଲକ୍ଷ୍ମୀପୂଜା ଚାଲିଥିବାବେଳେ ବଡ଼ ଅଘଟଣ ଘଟିଛି। ଜେନେରେଟରରୁ ନିର୍ଗତ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ୍ ନାୟାକୋଟ ପଞ୍ଚାୟତ ସୁଡ଼ଙ୍ଗ ଗ୍ରାମରେ ଏହି ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳିଛି।
ସୂଚନା ଅନୁଯାୟୀ ଗତକାଲି ରାତି ଲକ୍ଷ୍ମୀପୂଜା ମେଢ଼ରେ ବିଦ୍ୟୁତ୍ ଆଲୋକ ବ୍ୟବସ୍ଥା ପାଇଁ ଜେନେରେଟର ଚାଲୁଥିଲା।

ଏହି ସମୟରେ ଜେନେରେଟର ଚାଲୁଥିବା ଘରେ କିଛି ଲୋକ ଶୋଇଥିବା ବେଳେ ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ଏହି ଅଘଟଣ ଘଟିଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତରଙ୍କୁ ଚିକିତ୍ସା ପାଇଁ ଧରଣିଧର ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିବାବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: