ଅବ୍ୟବସ୍ଥା ଘେରରେ ଲକ୍ଷ୍ମୀପୁର ସାପ୍ତାହିକ ହାଟ

Key Points
ଅସୁରକ୍ଷିତ ଆଦିବାସୀ ହାଟ
ହାଟ ଭିତରେ ନାହିଁ କୌଣସି ବ୍ୟବସ୍ଥା
ଅବ୍ୟବସ୍ଥା ଘେରରେ ଲକ୍ଷ୍ମୀପୁର ସାପ୍ତାହିକ ହାଟ
ବିପଦ ସଙ୍କୁଳ ଅବସ୍ଥାରେ ଚାଲିଛି କିଣାବିକା
ଲକ୍ଷ୍ମୀପୁର ସାପ୍ତାହିକ ହାଟ । ଦୀର୍ଘ ବର୍ଷ ତଳେ ଏହି ପିଣ୍ଡି ଗୃହ ଗୁଡିକ ନିର୍ମାଣ ହୋଇଥିଲା। ଯାହା ଏବେ ନଷ୍ଟ ହେବାକୁ ବସିଲାଣି । କେତେବେଳେ ଯେ ଏହା ଭୁଶୁଡି ପଡିବ କହି ହେବନି । ମାତ୍ର କୌଣସି ବ୍ୟବସ୍ଥା ନଥିବାରୁ ଏଠାରେ ଅସୁରକ୍ଷିତ ଭାବେ ଚାଲିଛି ହାଟ। ଏହି ହାଟରୁ ଆରଏମସି ପକ୍ଷରୁ ପ୍ରତି ସପ୍ତାହରେ ବ୍ୟବସାୟୀ ମାନଙ୍କ ଠାରୁ ଟିକସ ଆଦାୟ କରାଯାଉଛି । କିନ୍ତୁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଉନାହାନ୍ତି ।
ହାଟକୁ ସଂଯୋଗ ହୋଇଥିବା ରାସ୍ତା ଉପରେ ଟିକେ ନଜର ପକାନ୍ତୁ। ରାସ୍ତା ତ ନୁହେଁ ବିଲ କାଦୁଅ । ଚାଲିକି ଯାଇ ହେଉନଥିବା ରାସ୍ତାରେ ଗାଡିଗଡିବା କଷ୍ଟକର ହୋଇ ପଡିଛି। ମାତ୍ର ରାସ୍ତା ନଥିବାରୁ ଏଇ ରାସ୍ତା ଦେଇ ଯିବା ଆସିବାକରୁଛନ୍ତି ସମସ୍ତେ। ଖାଲି ରାସ୍ତା କାହିକି ହାଟ ଭିତରେବି କାଦୁଅ କରୁଛି କଲବଲ। କୋରାପୁଟ ଓ ରାୟଗଡା ଜିଲ୍ଲାର ବ୍ୟବସାୟୀ ଏଇ ହାଟ ଉପରେ ନିର୍ଭର କରୁଥିବା ବେଳେ ହାଟ ପରିସରରେ ମୌଳିକ ସୁବିଧା ନାହିଁ କହିଲେ ଚଳେ। ।
ଚାନ୍ଦା ଆଦାୟ କରି ଟେଣ୍ଡର ନେଇଥିବା ମାଲିକ ମାଲେ ମାଲ ହେଉଥିବା ବେଳେ ବ୍ୟବସାୟୀଙ୍କୁ କିଛି ସୁବିଧା ଯୋଗାଇ ଦିଆଯାଉନାହିଁ। କାହିଁକି ଜିଲା ପ୍ରଶାସନ ଏହି ସମସ୍ୟା ଉପରେ ପଦକ୍ଷେପ ନେଉ ନାହାନ୍ତି ତାହା ଏବେ ପ୍ରଶ୍ନ ସୃଷ୍ଟି ହେଉଛି ।