Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଜେଟ୍‌ : ସ୍ପଷ୍ଟ ଦିଶିଲା...ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ବଜେଟ୍‌  : ସ୍ପଷ୍ଟ ଦିଶିଲା...ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି

Key Points

  • ବଜେଟ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ନବୀନ
  • ସ୍ପଷ୍ଟ ଦିଶିଲା...ଔଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି

ଅର୍ଗସ ବ୍ୟୁରୋ: ବିଧାନସଭାରେ ୨୪-୨୫ ଆର୍ଥିକ ବର୍ଷ ଲାଗି ବଜେଟ୍‌ ଉପସ୍ଥାପନ କଲେ ମୋହନ ମାଝୀ । ଚାଷୀଙ୍କଠାରୁ ଆରମ୍ଭ କରି ମହିଳା...ଯୁବବର୍ଗ ସମସ୍ତଙ୍କ ଲାଗି ଚିନ୍ତା କରି ବଜେଟ୍‌ କରିଛନ୍ତି ମୋହନ । ହେଲେ ବିରୋଧୀ ଦଳର ନେତା ବଜେଟ୍‌କୁ ନେଇ ଯେଉଁପରି ଭାବରେ ପ୍ରତିକ୍ରିୟା ରଖିଲେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ନବୀନ କହିଛନ୍ତି, ଏ ବଜେଟ୍‌ରେ ମୋ ସରକାର ବେଳର ୪୦ ଯୋଜନାର କେବଳ ନାଁ ପରିବର୍ତ୍ତନ କରାଯାଇଛି । ବେଶି କିଛି ନାହିଁ ।

ସରକାର ବଦଳିଲା, ବିଜେଡି ହାରିଲା । ବୋଧହୁଏ ସେହି ସତ୍ୟକୁ ଗ୍ରହଣ କରିପାରୁନାହିଁ ଦଳ କି ନେତା । ସେଇଥି ଲାଗି ତ ଔଷଧ ବିକଳରେ ତାଟିଆ କାମୁଡ଼ିବା ପରେ ପ୍ରତିକ୍ରିୟା ରଖୁଛନ୍ତି ଦଳୀୟ ନେତା । ଗତକାଲି ରେକର୍ଡ କରି ଦୀର୍ଘ ୨ ଘଂଟାରୁ ଅଧିକ ସମୟ ବଜେଟ୍‌ ଉପସ୍ଥାପନ କଲେ ମୋହନ । ସମାଜର ପ୍ରତିଟି ବର୍ଗକୁ ନଜରରେ ରଖି ବଜେଟ୍‌ ଉପସ୍ଥାପନ ହେଲା । ହେଲେ ବିରୋଧୀ ଦଳର ନେତା କହିଲେ ବଜେଟ୍‌ରେ କିଛି ନାହିଁ । କେବଳ ନାଁ ପରିବର୍ତ୍ତନ କରାଯାଇଛି । କଥା ହେଲା, ପୂର୍ବ ସରକାରରେ ଯେଉଁ ବଜେଟ୍‌ ହୋଇଥିଲା ଏସନ ତାହା ୩୬ ପ୍ରତିଶତକୁ ବୃଦ୍ଧି ପାଇଛି । ଏହାପରେ ବି ବିରୋଧୀ ଦଳ ନେତାଙ୍କ ବୟାନକୁ ନେଇ ସବୁଠି ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । 

ରାଜ୍ୟରେ ପୂର୍ବ ସରକାର ଅମଳରେ ଚାଲୁଥିବା ଅନେକ ଯୋଜନାକୁ ମୋହନ ସରକାର ବନ୍ଦ କରିନାହାନ୍ତି । ଯେଉଁ ପରି ଜନକଲ୍ୟାଣକାରୀ ଯୋଜନା ଚାଲୁଥିଲା ଠିକ୍‌ ସେମିତି ଚାଲିଛି । ଏମିତିକି କେମିତି ଯୋଜନା ଗୁଡ଼ିକ ଭଲରେ ଚାଲିବ ସେନେଇ ସଂପୃକ୍ତ ଯୋଜନା ବାବଦକୁ ଅର୍ଥ ବ୍ୟୟବରାଦ କରିଛନ୍ତି ବିଜେପି ସରକାର ।  ହେଲେ ନବୀନ ଏହାକୁ ବିରୋଧ କରିବା ତାଙ୍କର ଓଡ଼ିଆଙ୍କ ପ୍ରତି ଥିବା ଭଲପାଇବାକୁ ସ୍ପଷ୍ଟ କରୁଛି । ମାତ୍ର ୬ ମାସ ପୂର୍ବରୁ ନିର୍ବାଚନ ପ୍ରଚାର କଲାବେଳେ ନବୀନ ବାବୁ ଜନତାଙ୍କୁ ପଚାରୁଥିଲେ ଏ ଯୋଜନା ଭଲ କି ସେ ଯୋଜନା ଭଲ କି ? ହେଲେ ସେହି ଯୋଜନାକୁ ନେଇ ଏବେ କାହିଁକି କେଁ କାଢିଲେ ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି । କଥାରେ ଅଛି ବିପଦ ପଡିଥିବା ବେଳେ ପ୍ରକୃତ ବନ୍ଧୁ କିଏ ଜଣାପଡେ, ଠିକ୍‌ ସେମିତି ନୂଆ ସରକାର ବଜେଟ୍‌ର ରାଶି ବଢାଇବା ପରେ ବି ନବୀନ ବାବୁ ଯେମିତି ଟାହିଟାପରା କଲେ ତାହା ନିଶ୍ଚୟ ଓଡ଼ିଆଙ୍କୁ କଷ୍ଟ ଦେଇଥିବ ।

 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Leader Of Opposition Naveen Patnaik | Argus News