Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - UP ଷ୍ଟାଇଲ୍‌ରେ ବିକାଶର ଷ୍ଟାଟିଷ୍ଟିକାଲ ରିପୋର୍ଟ ଦେବାକୁ ନେତାଙ୍କୁ ନିର୍ଦେଶ

Odisha

UP ଷ୍ଟାଇଲ୍‌ରେ ବିକାଶର ଷ୍ଟାଟିଷ୍ଟିକାଲ ରିପୋର୍ଟ ଦେବାକୁ ନେତାଙ୍କୁ ନିର୍ଦେଶ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·1 min read
UP ଷ୍ଟାଇଲ୍‌ରେ ବିକାଶର ଷ୍ଟାଟିଷ୍ଟିକାଲ ରିପୋର୍ଟ ଦେବାକୁ ନେତାଙ୍କୁ ନିର୍ଦେଶ

ପୁରୀଠାରେ ଶେଷ ହୋଇଥିବା ବିଜେପି ବିଧାୟକ, ସାଂସଦଙ୍କ ତିନି ଦିନିଆ ପ୍ରଶିକ୍ଷଣ ବର୍ଗରେ ସୁଶାସନ, ସଙ୍ଗଠନ ଓ ଜନ ସମ୍ପର୍କର ପାଠ ପଢିଲେ ଜନ ପ୍ରତିନିଧି । ୨୦୩୬ ପାଇଁ ବିଜେପି ଯେଉଁ ଭିଞ୍ଜନ ଡକ୍ୟୁମେଣ୍ଟ ତିଆରି କରିଛି, ତାକୁ ସଫଳ କରିବା ପାଇଁ କ୍ଷମତାରେ ରହିବାକୁ ପଡିବ । ତେଣୁ ତୁମେ କ୍ଷମତାରେ ରୁହ କି ନରୁହ, ଦଳ କ୍ଷମତାରେ ରହିବା ଦରକାର । ନିଜ ନିଜ ନିର୍ବାଚନ ମଣ୍ଡଳୀରେ କେମିତି ବିକାଶ ହେବ ତା ଉପରେ ଗୁରୁତ୍ୱ ଦିଅ ।

ଉତ୍ତର ପ୍ରଦେଶ ଢାଞ୍ଚାରେ ନିର୍ବାଚନ ମଣ୍ଡଳୀ ୱାରୀ ପ୍ରଗତିର ଷ୍ଟାଟିଷ୍ଟିକାଲ ରିପୋର୍ଟ ତିଆରି କର । ନିର୍ବାଚନ ମଣ୍ଡଳୀରେ କଣ ସବୁ ବିକାଶ ହେଉଛି, ତା ଉପରେ ପ୍ରତି ୩ ମାସକୁ ଥରେ ରିପୋର୍ଟ ପ୍ରସ୍ତୁତ ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରୀୟ ନେତା ।

ବିଧାୟକ ଏବଂ ସାଂସଦଙ୍କ ଅଫିସ କେମିତି ପରିଚାଳନା କରିବା ଦରକାର । ଅଧିକରୁ ଅଧିକ ଲୋକଙ୍କ ପାଖରେ କେମିତି ଅଫିସ ପହଞ୍ଚି ପାରିବ, ସମସ୍ୟା ସମାଧାନ କରିପାରିବ । ପଦ ପଦବୀ ବଡ଼ ନୁହେଁ । କାର୍ଯ୍ୟକର୍ତ୍ତା ଓ ଲୋକଙ୍କ ସହ କେମିତି କଥା ହେବେ ଜନ ପ୍ରତିନିଧି । ତାଙ୍କ ପ୍ରତି କେମିତି କରିବେ ବ୍ୟବହାର । ଫୋନରେ କଥା ହେଲା ବେଳେ କେମିତି ଶାଳିନତା ସହ କଥା ହେବେ । କାର୍ଯ୍ୟାଳୟକୁ ଗଲେ କର୍ମକର୍ତ୍ତାଙ୍କ ପ୍ରତି କେମିତି ଆଚରଣ ଦେଖାଇବେ । ଗ୍ରାଉଣ୍ଡରେ ଲୋକଙ୍କ ସହ କେମିତି ବ୍ୟବହାର କରିବେ, ସେନେଇ ବିଧାୟକ ଓ ସାଂସଦଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରୀୟ ନେତୃତ୍ୱ ।

ତିନି ଦିନିଆ ବିଧାୟକ, ସାଂସଦ ପ୍ରଶିକ୍ଷଣ ବର୍ଗର ଶେଷ ଦିନରେ ସଙ୍ଗଠନ ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ, ସହ ସଂଗଠନ ସମ୍ପାଦକ ଭି. ସତୀଶ ଏବଂ ସାଧାରଣ ସମ୍ପାଦକ ସୁନୀଲ ବଂଶଲ ଦେଇଥିଲେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Leaders instructed to give statistical reports of development in UP style | Argus News